ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ପିକଅପ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌

Published By : Prameya-News7 Bureau | October 30, 2022 IST

ଖୋର୍ଦ୍ଧା, ୩୦/୧୦: ୧୬ ନଂ ଜାତୀୟ ରାଜପଥର ଖୋର୍ଦ୍ଧା ନିକଟସ୍ଥ ପିତାପଲ୍ଲୀ ଛକ ନିକଟରେ ଦୁର୍ଘଟଣା। ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ପିକପ୍ ଭ୍ୟାନ । ରାସ୍ତା ଉପରୁ ପ୍ରାୟ ୨୦ ଫୁଟ ତଳକୁ ଖସି ପଡ଼ିଛି ଗାଡି। ଭୁବନେଶ୍ବରରୁ ବ୍ରହ୍ମପୁର ଅଭିମୁଖେ ପିକଅପ୍‌ଟି ଯାଉଥିଲା । ପୋଲତଳେ ପାଣି ଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗାଡିର ଡ୍ରାଇଭର ଓ ହେଲପର।  ଉଭୟ ଆହତ ହୋଇଛନ୍ତି। ଜାତୀୟରାଜପଥ ସଂପ୍ରସାରଣ କାମ କରୁଥିବା କମ୍ପାନୀର ସାଇନ ବୋର୍ଡ ନଥିବା ହେତୁ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି ପୋଲିସ ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.