oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ଦୃଢ ମନୋବଳ ଆଗରେ ହାର ମାନିଲା ଅକ୍ଷମତା: ନାକରେ ମୋବାଇଲ ଓ ଆଙ୍ଗୁଠିରେ ଲାପଟପ୍ ଚଳାଉଥିବା ଦିବ୍ୟାଙ୍ଗ କୃଷକଙ୍କ ପାଇଁ ତିଆରି କଲେ ଆପ୍

3/02/2021 at 5:40 PM

କାନପୁର ୦୩/୦୨ : କଥାରେ ଅଛି ସଫଳ ସେ ହୁଏ ଯାହା ସ୍ବପ୍ନ ଜୀବନ ଥାଏ। ପର ଥିଲେ କଣ ହେବ ଯଦି ଉଡିବାକୁ ସାହସ ନାହିଁ। କାନପୁରର ଅନନ୍ତ ବୈଶ୍ୟ ନାମକ ଯୁବକ ଏହିଭଳି ଏକ କାମ କରି ଦେଖାଇଛନ୍ତି। ଦିବ୍ୟାଙ୍ଗ ହୋଇ ମଧ୍ୟ ଅନନ୍ତ କୁଶଳ ସଫ୍ଟୱେୟାର ଡେଭେଲପର ହେବାକୁ ଚାହୁଁଛନ୍ତି। ତାଙ୍କର ଏହି ଦୃଢ ମନୋବଳ ଓ ଜିଦ କୃଷକଙ୍କ ପାଇଁ ସାଥି ଗୁଡ ଆପ୍ ତିଆରି କରିଛନ୍ତି. ତାଙ୍କୁ ଏକେଟିୟୁ ଟପ-୬ରେ ସ୍ଥାନ ମିଳିଛି। ଗୋଟିଏ ଜିଲ୍ଲା ଗୋଟିଏ ପ୍ରକଳ୍ପ (ୱାନ ଡିଷ୍ଟ୍ରିକ୍ଟ ୱାନ ପ୍ରୋଜେକ୍ଟ)ରେ ହେବାକୁଥିବା ପ୍ରତିଯୋଗିତା ପାଇଁ ସେ ଆପ୍ ତିଆରି କରୁଛନ୍ତି। ସେ ନାକ ଦ୍ୱାରା ମୋବାଇଲ୍ ଅପରେଟ୍ କରନ୍ତି ଓ ଆଙ୍ଗୁଠି ସାହାଯ୍ୟରେ ଲାପଟପ୍ ଚଳାନ୍ତି। ଅନନ୍ତଙ୍କ ସ୍ବପ୍ନ ବହୁତ ଉଚ୍ଚ। ନିଜ ସ୍ବପ୍ନ ଆଡକୁ ସେ ଆଗେଇବା ଆରମ୍ଭ କରିଛନ୍ତି।

ସରକାର ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ପ୍ରୋଜେକ୍ଟ ଯୋଜନା ଅନୁସାରେ ଏକେଟିୟୁ ସମସ୍ତ ଟେକ୍ନିକାଲ୍ ସଂସ୍ଥାକୁ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଇଡ଼ିଆ ମାଗିଥିଲେ। ଏହି ପ୍ରତିଯୋଗିତାରେ ବିଭିନ୍ନ ଟେକ୍ନିକାଲ୍ ସଂସ୍ଥାର ୧୫୭ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଚୟନ ହୋଇଥିବା ପ୍ରତିଯୋଗୀଙ୍କ ମଧ୍ୟରେ ଟପ୍-୬ ସ୍ଥାନ ପାଇଛନ୍ତି ଅନନ୍ତ ବୈଶ୍ୟ। ଅନନ୍ତ ଡାକ୍ତର ଆମ୍ବେଦକର ଇନ୍ସଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫର୍ ହ୍ୟାଣ୍ଡିକ୍ୟାପ୍ କଲେଜରେ ବିଟେକ୍ ଦ୍ୱିତୀୟ ବର୍ଷ ଛାତ୍ର। ଅନନ୍ତ କହିଛନ୍ତି, ସେ ଭାବିଲେ ଯେ ଗୁଡ ଉତ୍ପାଦନ କରୁଥିବା କୃଷକଙ୍କୁ ତାଙ୍କର ସଠିକ ମୂଲ୍ୟ ମିଳୁନାହିଁ। ଗୋଟିଏ ବଜାର ନଥିବାରୁ କୃଷକ କମ ଦାମରେ ଗୁଡ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।

ଗୁଡ ଆପ୍ ସାହାଯ୍ୟରେ ବ୍ୟବସାୟୀ, କ୍ରେତା ଓ କୃଷକଙ୍କୁ ସିଧା ଯୋଗାଯୋଗ କରାଯାଇପାରିବ। ଆପରେ ରେଜିଷ୍ଟାର କରିବା ପରେ କୃଷକ ଗୁଡର ଦାମ ନିର୍ଦ୍ଧାରିତ କରିବେ। କୃଷକ ନିଜେ ନିଜ ଗୁଡର ମାର୍କେଟିଙ୍ଗ କରିପାରିବେ। ଏହି ଆପ୍ ପାଇଁ ଅନନ୍ତ ବହୁତ କାମ କରିଛନ୍ତି।

ଅନନ୍ତ ଜନ୍ମରୁ ଦିବ୍ୟାଙ୍ଗ। ସେ ଦୁଇ ହାତରେ କୌଣସି ଜିନିଷ ଧରି ପାରନ୍ତିନି। ସେ ଚାଲି ମଧ୍ୟ ପାରନ୍ତିନି। ସେ ନିଜର ଦୈନନ୍ଦିନ କାର୍ଯ୍ୟ ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭର କରନ୍ତି। କିନ୍ତୁ ଅନନ୍ତ ମନୋବଳ ବହୁତ ଦୃଢ। ସେ ସଫ୍ଟୱେୟାର ଡେଭେଲପର ହୋଇ ଅନେକ ସମସ୍ୟା ଦୂର କରିବାକୁ ଚାହାନ୍ତି। ନିଜ ଶାରୀରିକ ଅକ୍ଷମତାକୁ ଚ୍ୟାଲେଞ୍ଜ କରି ସେ ଆଗକୁ ବଢିବାକୁ ଚାହାନ୍ତି। ସେ କୁହନ୍ତି ଜୀବନରେ ଚ୍ୟାଲେଞ୍ଜ ନାହିଁ ଯଦି ଜୀବନରେ କିଛି ମଜା ନାହିଁ। ସେ ନାକ ସାହାଯ୍ୟରେ ମୋବାଇଲ ଚଳାନ୍ତି ଓ ଆଙ୍ଗୁଠି ସାହାଯ୍ୟରେ ଲାପଟପ୍ ଅପରେଟ୍ କରନ୍ତି। ଏକେଟିୟୁ ଟପ୍-୬ରେ ତାଙ୍କୁ ସ୍ଥାନ ମିଳିଛି। ଯାହାର ପ୍ରୋଟୋଟାଇପ୍ ଡେଭେଲପ୍ କରିବାକୁ ଏକେଟିୟୁରୁ ତାଙ୍କୁ ୧୨ ହଜାର ଟଙ୍କା ଦିଆଯାଇଛି। ଏହାକୁ ଆସନ୍ତା ମାସ ଯାଏଁ ପ୍ରସ୍ତୁତ କରି ଏକେଟିୟୁ ପ୍ରତିଯୋଗିତାରେ ଦେଖାଇବାକୁ ହେବ। ଅନନ୍ତ ନିଜ ମେଣ୍ଟରଙ୍କ ସାହାଯ୍ୟରେ ପ୍ରୋଟୋଟାଇପ ତିଆରି କରୁଛନ୍ତି। ଅନନ୍ତଙ୍କ ଏହି ଉପଲବ୍ଧି ପାଇଁ ତାଙ୍କ କଲେଜର ଅଧ୍ୟାପକ ବହୁତ ଖୁସି ଅଛନ୍ତି।

   Related Posts