୧୫ ବର୍ଷୀୟ ପତ୍ନୀଙ୍କ ସହ ଶାରିରୀକ ସମ୍ପର୍କ ରଖିଥିବା ସ୍ୱାମୀକୁ ହାଇକୋର୍ଟରୁ ଆଶ୍ୱସ୍ତି, କୋର୍ଟ କହିଲେ-ଦୁଷ୍କର୍ମ ନୁହେଁ

Published By : Prameya-News7 Bureau | August 22, 2023 IST

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ନିଜ ରାୟରେ ୧୫ ବର୍ଷୀୟ ସ୍ତ୍ରୀ ସହ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ସ୍ୱାମୀର ମୁକ୍ତି ଉପରେ ରୋକ ଲଗାଇବାକୁ ମନା କରିଛନ୍ତି । କୋର୍ଟ କହିଛନ୍ତି ଯେ ନାବାଳିକା ଝିଅ ସହ ସେ ଯେଉଁ ଶାରିରୀକ ସମ୍ପର୍କ ରଖିଛନ୍ତି ତାକୁ ଦୁଷ୍କର୍ମ କୁହାଯାଇ ପାରିବ ନାହିଁ । କୋର୍ଟ ଏହି ମାମଲାରେ ଟ୍ରାଏଲ କୋର୍ଟ ଦ୍ୱାରା ମୁସଲିମ ଯୁବକଙ୍କ ସପକ୍ଷରେ ଶୁଣାଇଥିବା ନିଷ୍ପତିକୁ ସଠିକ୍ ଦର୍ଶାଇଛନ୍ତି । ଏଥିରେ କୋର୍ଟ ଯୁବକକୁ ନିଜର ଦ୍ୱିତୀୟ ପତ୍ନୀଙ୍କ ସହ ଦୁଷ୍କର୍ମର ଦୋଷୀ ମାନି ନଥିଲେ ।  

ପଢନ୍ତୁ: ଦେଶରେ ସେକ୍ସ ପାଇଁ ସହମତି ବୟସ ଉପରେ ପୁନର୍ବିଚାର କରିବା ସମୟ ଆସିଛି, ବମ୍ୱେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ

ଜଷ୍ଟିସ୍ ସୁରେଶ କୁମାର କାନ୍ତ ଏବଂ ନୀନା ବଂଶଲ କୃଷ୍ଣାଙ୍କ ଖଣ୍ଡପୀଠ କହିଛନ୍ତି ଯେ ଝିଅର ବୟାନ ଅନୁସାରେ ଅତିରିକ୍ତ ସେସନ ଜଜ୍ ଜାଣିବାକୁ ପାଇଥିଲେ ଯେ ଯୁବକ ସହ ତାର ବିବାହ ୨୦୧୪ ଡିସେମ୍ୱରରେ ହୋଇଥିଲା । ଏବଂ ଏହା ପରେ ହିଁ ସେମାନଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ସ୍ଥାପନ ହୋଇଥିଲା । ଯାହା ପୋକ୍ସୋ ଅଧିନରେ କୌଣସି ଅପରାଧ ନୁହେଁ ଏବଂ ଏଥିପାଇଁ ଯୁବକଙ୍କୁ ଛଡା ଯାଇଥିଲା । ହାଇକୋର୍ଟ କହିଛନ୍ତି ଯେ ଟ୍ରାଏଲ କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଅପିଲ୍ କରିବାର କୌଣସି କାରଣ ନାହିଁ । ଏହାସହ କୋର୍ଟ ପୋଲିସ ଦ୍ୱାରା ଦାୟର ଯାଚିକାକୁ ଖାରଜ କରିଦେଇଛନ୍ତି ।

ଖଣ୍ଡପୀଠ କହିଛନ୍ତି ଯେ ଯେତେବେଳେ ନାବାଳିକା ପୀଡିତା ପତ୍ନୀ ଥିଲେ ସେତେବେଳେ ତାଙ୍କ ବୟସ ୧୫ ବର୍ଷ ଥିଲା । ଦୁହିଁଙ୍କ ମଧ୍ୟରେ ଶାରିରୀକ ସମ୍ପର୍କକୁ ଦୁଷ୍କର୍ମର ନାଁ ଦିଆଯାଇ ପାରିବ ନାହିଁ । ଯୁବତୀଙ୍କ ମାଆଙ୍କ ଅଭିଯୋଗ ଆଧାରରେ ୨୦୧୫ରେ ଯୁବକ ଉପରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଥିଲା । ଝିଅ ଗର୍ଭବତୀ ଥିବା ଜାଣିବା ପରେ ତାଙ୍କ ମାଆ ଅଭିଯୋଗ କରିଥିଲେ ।

Also read: ଦୁଷ୍କର୍ମ ପୀଡ଼ିତାକୁ ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ, ଗୁଜରାଟ ହାଇକୋର୍ଟଙ୍କୁ କଲେ ତାଗିଦ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.