ପୁଲଓ୍ୱାମାର ଦୁଇଟି ସ୍ଥାନରେ ଏନ୍କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ସଫା
6/05/2020 at 9:39 AM

ଶ୍ରୀନଗର ୦୬।୦୫: ସାରାଦେଶ କରୋନା ଭଳି ମହାମାରୀର ଲଢେଇ ଲଢୁଥିବା ବେଳେ ଆତଙ୍କାବାଦୀ ଦେଶରେ ଅରାଜକତା ସୃଷ୍ଟି କରିବା ପାଇଁ ଅହରହ ଉଦ୍ୟମ ଜାରି ରଖିଛନ୍ତି। ଲଗାତର କିଛି ଦିନ ହେଲା ଆତଙ୍କାବାଦୀ ଭାରତୀୟ ସୀମାରେ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଉପତ୍ୟକାରେ କିଛି ଆତଙ୍କବାଦୀ ଲୁଚି ରହି ଅରାଜକତା ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଛନ୍ତି । କିନ୍ତୁ ଆମେ ସେନାବାହିନୀ ଆତଙ୍କବାଦୀଙ୍କ ସମସ୍ତ ଯୋଜନାକୁ ପଣ୍ଡ କରିଦେଉଛନ୍ତି । ଆଜି ଏହି ପରିପ୍ରେକ୍ଷୀରେ ଜାମ୍ମୁ-କାଶ୍ମୀରର ଦୁଇଟି ସ୍ଥାନରେ ଆତଙ୍କାବାଦୀ ଓ ସୁରକ୍ଷାକର୍ମୀ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଗୋଟିଏ ସ୍ଥାନରେ ଜଣେ ଆତଙ୍କାବାଦୀ ନିହତ ହୋଇଥିବା ବେଳେ ଅନ୍ୟ ସ୍ଥାନରେ ଏନ୍କାଉଣ୍ଟର ଏବେବି ଜାରି ରହିଛି ।
जम्मू-कश्मीर: अवंतीपोरा के शरशाली खुरे इलाके में मुठभेड़ में एक आतंकी मारा गया। ऑपरेशन अभी जारी है। https://t.co/5YVVfWbGUT
— ANI_HindiNews (@AHindinews) May 6, 2020
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ରାତିରେ ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ଶାର ଗ୍ରାମରେ କିଛି ଆତଙ୍କବାଦୀ ଲୁଚିରହିଥିବା ସମ୍ପର୍କରେ ସେନାକୁ ଗୁପ୍ତ ସୂଚନା ମିଳିଥିଲା । ଏହାପରେ ସେନା ସ୍ଥାନୀୟ ପୋଲିସ ସହାୟତାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଏବଂ ପୂରା ଅଞ୍ଚଳକୁ ସୁରକ୍ଷା ବାହିନୀ ଘେରି ଯାଇଥିଲେ। ପୂରା ଅଞ୍ଚଳକୁ ସେନା ଘେରିବା ଦେଖି ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ସେନା ଏହା ଦୃଢ ଜବାବ ମଧ୍ୟ ଦେଇଥିଲା । ତେବେ ଏହିପରି ଭାବରେ ଦୀର୍ଘ ସମୟ ଧରି ଗୁଳିବିନିମୟ ଜାରି ରହିଥିବା ବେଳେ ଶେଷରେ ସେନା ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି ।
ସେହିପରି ପୁଲଓ୍ୱାମ ଜିଲ୍ଲାର ବେଗପୁରାରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଏହି ଅଞ୍ଚଳରେ ହିଜବୁଲ ମୁଜାହିଦ୍ଦିନର ଆତଙ୍କବାଦୀ ରିୟାଜ ନାଇକୋ ଲୁଚି ରହିଥିବା ସୂଚନା ମିଳିବା ପରେ ପୂରା ଅଞ୍ଚଳକୁ ସେନା ଘେରି ରହିଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ସଠିକ୍ ସୂଚନା ମିଳିନାହିଁ । କିଛି ଆତଙ୍କବାଦୀଙ୍କ ଭୂମି ତଳେ ଲୁଚି ରହିଥିବାର ସମ୍ଭାବନାକୁ ନେଇ ରେଳ ଟ୍ରାକ୍ ଏବଂ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି ।