RWSSର ପୂର୍ବତନ କନ୍ସଲଟାଣ୍ଟଙ୍କୁ ଜରିମାନା ସହ ଦଣ୍ଡାଦେଶ, ରାୟ ଶୁଣାଇଲେ ଭିଜିଲାନ୍ସ କୋର୍ଟ

Published By : Prameya-News7 Bureau | January 22, 2023 IST

ଫୁଲବାଣୀ ୨୨।୦୧ :  ଆର୍‌ଡବ୍ଲୁଏସ୍‌ଏସ୍‌ର ପୂର୍ବତନ କନ୍ସଲଟାଣ୍ଟଙ୍କୁ ଜରିମାନା ସହ ଦଣ୍ଡାଦେଶ । ଏକ ଲାଞ୍ଚ ମାମଲାରେ ଶୁଣାଣି କରି ଫୁଲବାଣୀ ଭିଜିଲାନ୍ସ କୋର୍ଟ ଏହି ରାୟ ଶୁଣାଇଛନ୍ତି । ଆର୍‌ଡବ୍ଲୁଏସ୍‌ଏସ୍‌ର ପୂର୍ବତନ କନ୍ସଲଟାଣ୍ଟ ଉତ୍କଳ କେଶରୀ ବସ୍ତିଆଙ୍କୁ ଚାରିବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କାର ଜରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।  

ଖବର ଅନୁଯାୟୀ, ବସ୍ତିଆ କନ୍ସଲଟାଣ୍ଡ ଥିବା ବେଳେ ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ ଲାଗି ଓ୍ୱାର୍କ ଓର୍ଡର ଦେବା ପାଇଁ ଜଣେ ବ୍ୟକ୍ତିଙ୍କଠୁ ଲାଞ୍ଚ ଦାବି କରିଥିଲେ । ଅଭିଯୋଗକାରୀ ଭିଜିଲାନ୍ସର ଆଶ୍ରୟ ନେଇଥିଲା । ପରେ ୨୦୧୫ ମସିହାରେ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଅଧିକାରୀମାନେ ମାଡିବସିଥିଲେ ।

ଆଉ ଏବେ ଏହି ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି ଭିଜିଲାନ୍ସ କୋର୍ଟ । ସାକ୍ଷୀ ପ୍ରମାଣକୁ ଭିତ୍ତି କରି ବସ୍ତିଆଙ୍କୁ ଚାରି ବର୍ଷର ଜେଲ୍‌ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଜରିମାନା ଅନାଦେୟ ହେଲା, ତେବେ ଅଧିକା ୬ ମାସ ସଶ୍ରମ କାରାଦଣ୍ଡା ଦେବାକୁ ଆଦେଶ ଦେଇଛନ୍ତି କୋର୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.