ନାବାଳିକା ଛାତ୍ରୀ ଗର୍ଭବତୀ ମାମଲା;୪ ଦିନରେ ପହଞ୍ଚିଲା ବିଜେପି ଯୁବ ମୋର୍ଚ୍ଚାର ଧାରଣା

Published By : Prameya-News7 Bureau | October 31, 2022 IST

ଫୁଲବାଣୀ ୩୧/୧୦: କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରେ ନାବାଳିକା ଛାତ୍ରୀ ଗର୍ଭବତୀ ଘଟଣାରେ ଯୁବମୋର୍ଚ୍ଚାର ଆନ୍ଦୋଳନ ଜାରି ରହିଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ପୀଡ଼ିତାଙ୍କ ପରିବାରକୁ କ୍ଷତି ପୂରଣ ଦାବି କରି ୪ ଦିନ ହେଲା ଯୁବମୋର୍ଚ୍ଚାର ସଦସ୍ଯମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି। ଜିଲ୍ଲା ପ୍ରଶାସନ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ପୀଡ଼ିତା ଛାତ୍ରୀ ଓ ନବଜାତ ଶିଶୁର ମୃତ୍ୟୁ ହୋଇଛି l

ତେବେ ଜିଲ୍ଲାପ୍ରଶାସନ କେବଳ ମେଟ୍ରୋନଙ୍କୁ ଚାକିରୀରୁ ବାହାର କରି ଚୁପ୍ ରହିଛି। ଅନ୍ୟମାନଙ୍କୁ କେବଳ କାରଣ ଦର୍ଶାଅ ନୋଟିସ ଦେଇ ପ୍ରଶାସନ ଚୁପ ବସିଛି ବୋଲି ଯୁବ ମୋର୍ଚ୍ଚା ସଭାପତି କହଁର ଅଭିଯୋଗ କରିଛନ୍ତି l ସେମାନଙ୍କ ବିରୋଧରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି l ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସଭାପତି କହଁର କହିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.