ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ; କାର୍ଯ୍ୟାନୁଷ୍ଠାନ ଦାବୀରେ ଏସପିଙ୍କୁ ଭେଟିଲେ କୁଇ ସମାଜ ମହିଳା ସଙ୍ଗଠନ

Published By : Prameya-News7 Bureau | July 01, 2022 IST

ଫୁଲବାଣୀ  ୩୦/୬: ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଗଉଡ଼ପଡ଼ା ଅଞ୍ଚଳରେ ଜଣେ ନବମ ଶ୍ରେଣୀ ନାବାଳିକା ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା । ଏହି ଅଭିଯୋଗରେ କୁଇ ସମାଜ ମହିଳା ସଙ୍ଗଠନ ସମ୍ପାଦିକା ଗୀତାଞ୍ଜଳୀ କହଁର ଓ ଉପସଭାନେତ୍ରୀ ସାଇବାଣୀ କହଁରଙ୍କ ନେତୃତ୍ଵରେ ପୀଡ଼ିତା ଛାତ୍ରୀର ମା' ଓ ଅନ୍ୟ ମହିଳାମାନେ ଗୁରୁବାର କନ୍ଧମାଳ ଏସପି ବିନିତ ଅଗ୍ରୱାଲଙ୍କୁ ଭେଟି ଆଲୋଚନା କରିଛନ୍ତି। ଏହାସହିତ ଘଟଣାର ନିରପେକ୍ଷ ତଦନ୍ତ କରି ମହିଳାମାନେ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବୀ କରିଥିଲେ। ଏସପି ବିନିତ ଅଗ୍ରୱ୍ଵାଲ ଶବ ବ୍ୟବଛେଦ ରିପୋର୍ଟ ଆସିବାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ବୋଲି  ସମ୍ପାଦିକା ତଥା ପୂର୍ବତନ ସରପଞ୍ଚ ଗୀତାଞ୍ଜଳୀ କହଁର କହିଛନ୍ତି।

ଖବର ଅନୁସାରେ, ଚଳିତ ମାସ ଜୁନ ୧୫ ତାରିଖରେ ନାବାଳିକା ଘରୁ କୁଆଡ଼େ ଚାଲିଯାଇଥିଲା। ଏହାର ୨ ଦିନ ପରେ ଆଇଟିଆଇ ପାଖ ଆମ୍ବ ଗଛରେ ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ମୃତଦେହ ଦେଖିବାପରେ ଝିଅକୁ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଥିବା ସନ୍ଦେହ କରି ସଦର ଥାନାରେ ମୃତ ନାବାଳିକାର ମା ଯୋଶଦା କହଁର ଏତଲା ଦେଇଥିଲେ। ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଅଭିଯୋଗରେ ଗୁରୁବାର କୁଇ ସମାଜ ମହିଳା ସଂଗଠନ ଏସପିଙ୍କୁ ଭେଟିଥିଲ। ଅନ୍ୟପଟେ ସ୍ଥାନୀୟ ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ ଘଟଣାସ୍ଥଳକୁ ଯାଇ ଘଟଣାର ପରିପାର୍ଶ୍ଵିକ ପରିସ୍ଥିତି ଓ ମୃତ୍ୟୁର କାରଣ ସମ୍ପର୍କରେ ଛାନଭିନ କରି ଫେରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.