ଫୁଲବାଣୀ-ବ୍ରହ୍ମପୁର ରାସ୍ତାରେ ଗଛ ପଡ଼ି ୫ ଘଣ୍ଟା ଜାତାୟତ ବାଧାପ୍ରାପ୍ତ
24/05/2022 at 11:13 PM

ଫୁଲବାଣୀ ୨୪/୦୫ : ମଙ୍ଗଳବାର ଫୁଲବାଣୀ -ବ୍ରହ୍ମପୁର ଜାତୀୟ ରାଜପଥର କଳିଙ୍ଗା ପାଖରେ ଥିବା ଜବେଡିରେ ଏକ ବଡ଼ ବରଗଛ ରାସ୍ତା ଉପରେ ଉପୁଡି ପଡିବାରୁ ଦୀର୍ଘ ୫ ଘଣ୍ଟା କାଳ ରାସ୍ତାରେ ଜାତାୟାତ ବାଧାପ୍ରାପ୍ତ ହୋଇଥିଲା। ଫଳରେ ଅପରାହ୍ଣ ୩ଟା ରୁ ସନ୍ଧ୍ୟା ୮ ଟାପର୍ଯ୍ୟନ୍ତ ଉଭୟ ପଟୁ ଶତାଧିକ ଗାଡି ମଟର ଅଟକି ରହିଥିଲା l ସେଥିପାଇଂ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସାମ୍ନା କରିଥିଲେ।
ଏହି ଘଟଣାର ଖବର ପାଇ ଟିକାବାଲି ଓ ଜି.ଉଦୟଗିରି ଅଗ୍ନିଶମ ବିଭାଗ କର୍ମଚାରୀ, ପୋଲିସ କର୍ମଚାରୀ ଓ ଟିମ ହୁମାନୀଟିର କର୍ମକର୍ତା ମାନେ ପହଞ୍ଚି ବହୁତ ସମୟ ଧରି ଗଛ କାଟି ସଫା କରିଥିଲେ l ପରେ ରାସ୍ତାରେ ଗାଡିମୋଟର ଚଳାଚଳ ସ୍ୱାଭାବିକ ହୋଇଥିଲା।