scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଥାନାରେ ପଶି ଆକ୍ରମଣ, ଫୁଲବାଣୀ ଏସଡିପିଓଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ ଉତ୍ତ୍ୟକ୍ତ ଲୋକ

5/08/2023 at 6:40 PM

ଫୁଲବାଣୀ: ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ସହଯୋଗ କରିବା ଓ ଫିରିଙ୍ଗିଆ ପୋଲିସର ସଂପୃକ୍ତି ଥିବା ଅଭିଯୋଗ କରି ଶନିବାର ଶତାଧିକ  ଉତ୍ୟକ୍ତ ଲୋକେ ଫିରିଙ୍ଗିଆ ଥାନା ଜାଳି ଦେଇଛନ୍ତି। ଥାନାର କମ୍ପ୍ୟୁଟର ସମେତ କାଗଜପତ୍ର , ଆସବାବପତ୍ର, ଗାଡି ଆଦି ସପୁର୍ଣ୍ଣ ଜଳି ଯାଇଛି । ପୋଲିସ ଉତ୍ୟକ୍ତ ଲୋକଙ୍କୁ ଘଉଡାଇବାକୁ ବ୍ଲାଙ୍କ ଫାଇରିଙ୍ଗ କରୁଥିବା ଖବର ମିଳିଛି । ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି । ସ୍ଥାନୀୟ ଲୋକେ ରାସ୍ତା ମଧ୍ୟ ଅବରୋଧ କରିଛନ୍ତି ।

Also rea- ଫିରିଙ୍ଗିଆ ଥାନା ଜାଳିଦେଲେ ଉତ୍ତ୍ୟକ୍ତ ଲୋକ, ଗଞ୍ଜେଇ ଚୋରାଚାଲାଣରେ ପୋଲିସର ସମ୍ପୃକ୍ତି ଅଭିଯୋଗ

ଥାନାରେ ପଶି ଆକ୍ରମଣ କରିବା ସହ ଫୁଲବାଣୀ ଏସଡିପିଓଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ଆନ୍ଦୋଳନକାରୀ। ପ୍ରବଳ ମାଡ଼ରେ ଏସଡିପିଓ ସୁପ୍ରସନ୍ନ ମଲ୍ଲିକଙ୍କ ମୁଣ୍ଡ ଫାଟି ଯାଇଛି। ଏସଡିପିଓଙ୍କ ସହ୍ୟ ଅନ୍ୟ ପୋଲିସ କର୍ମଚାରୀଙ୍କୁ ଆନ୍ଦୋଳନକାରୀ ଗୋଡ଼େଇ ଗୋଡ଼େଇ ପିଟିଛନ୍ତି। ଏହି ସମୟରେ ପୋଲିସ କର୍ମଚାରୀ ଛତ୍ରଭଙ୍ଗ ଦେଇ ଦୌଡ଼ି ପଳାଉଥିବା ଦେଖିବାକୁ ମିଳିଛି। ଏଥିସହ ଥାନା ଆଗରେ ବସ୍ତା ବସ୍ତା ଗଞ୍ଜେଇ ପୋଡ଼ି ଦେଇଥିବା ଦେଖିବାକୁ ମଧ୍ୟ ମିଳିଛି। ଥାନାରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇବା ସହ ପରିସରରେ ଥିବା ଗାଡ଼ି ଜାଳି ଦେଇଛନ୍ତି ଉତ୍ତ୍ୟକ୍ତକାରୀ ଲୋକେ।  

ସୂଚନା ଯୋଗ୍ୟ ଯେ, ଗତକାଲି ବିଳମ୍ବିତ   ରାତିରେ ଏକ  ବୋଲେରୋ ଗାଡ଼ି ରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ମାସିରିପଡ଼ା ଛକ ନିକଟରେ ସ୍ଥାନୀୟ ଗ୍ରାମବାସୀ  ଗଞ୍ଜେଇ ସହ ଗାଡ଼ିକୁ ଧରିଥିଲେ l ଗଞ୍ଜେଇ  ଚୋରା ଚାଲାଣ ହେଉଥିବା ଗାଡ଼ିଟି କୁଆଡେ ଫିରିଙ୍ଗିଆ ଥାନାର ବୋଲି ଜଣା ପଡ଼ିଥିଲାl ଏହି ଘଟଣା ପରେ ଫିରିଙ୍ଗିଆ ସ୍ଥାନୀୟ ଲୋକ ଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଥିଲାl

ଗଞ୍ଜେଇ ମାଫିଆଙ୍କ ସହ ଫିରିଙ୍ଗିଆ ଥାନାର  କିଛି ପୋଲିସ କର୍ମଚାରୀଙ୍କ ସଂପୃକ୍ତି ରହିଛି ବୋଲି ଲୋକେ  ସନ୍ଦେହ କରି ଫିରିଙ୍ଗିଆ ଥାନା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ଦାବି କରିଥିଲେl  ଏ ନେଇ କନ୍ଧମାଳ ଏସପିଙ୍କୁ ଫେରାଦ  ହୋଇଥିଲେ ଅଞ୍ଚଳବାସୀ। କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଆଜି ରାସ୍ତା ରୋକ କରିଥିଲେ। ଏହି ସମୟରେ ଲୋକଙ୍କୁ ବୁଝାସୁଝା ସମୟରେ ପୋଲିସକୁ ଠେଲାପେଲା କରିଥିଲେ। ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା ଏବଂ ପରେ ଉତ୍ତ୍ୟକ୍ତ ଲୋକ ଥାନାରେ ନିଆଁ ଲଗାଇଥିଲେ। ଥାନା ପରିସରରେ ଥିବା ଗାଡ଼ି ମଧ୍ୟ ଜାଳି ଦେଇଛନ୍ତି।

   Related Posts