କଂଗ୍ରେସର ଭାରତ ଯୋଡୋ ପୋଷ୍ଟରରେ ବୀର ସଭରକରଙ୍କ ଫଟୋ, କଂଗ୍ରେସ କହିଲା- ପ୍ରିଣ୍ଟିଂ ମିସଟେକ୍‌

Published By : Prameya-News7 Bureau | September 21, 2022 IST

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଆଜି ୧୪ତମ ଦିନରେ ପହଞ୍ଚିଛି। ଏହି ଯାତ୍ରାରେ ଦଳର ବରିଷ୍ଠ ନେତାମାନେ ତୃଣମୂଳସ୍ତରର କର୍ମୀଙ୍କ ସହ କାନ୍ଧରେ କାନ୍ଧ ମିଶାଇ ରାହୁଲଙ୍କ ସହ ଚାଲୁଛନ୍ତି। ଏହି କ୍ରମରେ ରାଲି କେରଳର ଏର୍ଣ୍ଣାକୁଲମ ଜିଲ୍ଲାରେ ପହଞ୍ଚିଛି। ହେଲେ ଏହି ସମୟରେ ପାର୍ଟିକୁ ଅପ୍ରୀତିକର ପରସ୍ଥିତିର ସାମ୍ନା କରିବାକୁ ପଡିଛି।

ଯାତ୍ରା ସମୟରେ ଲାଗିଥିବା ପୋଷ୍ଟରକୁ ନେଇ କଂଗ୍ରେସକୁ ହନ୍ତସନ୍ତ ହେବାକୁ ପଡିଛି। ଉକ୍ତ ପୋଷ୍ଟରେ ସ୍ଵାଧୀନତା ସଂଗ୍ରାମୀଙ୍କ ସହ ବୀର ସଭରକରଙ୍କ ଫଟୋ ମଧ୍ୟ ରହିଛି, ଯାହାଙ୍କୁ କଂଗ୍ରେସ କେବେ ବି ସ୍ଵାଧୀନତା ସଂଗ୍ରାମୀ ମାନି ନାହିଁ। କଂଗ୍ରେସର ପୋଷ୍ଟରେ ବୀର ସଭରକରଙ୍କ ଫଟୋ ରହିବା ପ୍ରଥମେ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା। ଏହା ଉପରେ କଂଗ୍ରେସକୁ ସଫେଇ ଦେବାକୁ ପଡିଛି।

wp:html /wp:html

କେରଳର ଜଣେ ନିର୍ଦ୍ଦଳୀୟ ତଥା ଏଲଡିଏଫ ସମର୍ଥିତ ବିଧାୟକ ପିଭି ଅନଓ୍ଵର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଫେସବୁକରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ସେ କହିଛନ୍ତି, ଏହି ପୋଷ୍ଟରଟି କଂଗ୍ରେସର ଭାରତ ଯୋଡୋ ଯାତ୍ରା ସମୟରେ ଚେଙ୍ଗାମାନଦରେ ଦେଖିବାକୁ ମିଳିଛି। ଏଥିରେ ସଭରକରଙ୍କ ଫଟୋ ରହିଛି। ପରେ କଂଗ୍ରେସ କର୍ମୀ ସଭରକରଙ୍କ ଫଟୋ ଉପରେ ମହାତ୍ମା ଗାନ୍ଧୀଙ୍କ ଫଟୋ ମାରିଛନ୍ତି।

ଏହି ଘଟଣାରେ ବିଜେପି କାଳ ବିଳମ୍ବ ନକରି କଂଗ୍ରେସକୁ ଟାର୍ଗେଟ୍ କରିଛି। ପାର୍ଟି କହିଛି ଯେ, ବାସ୍ତବରେ ସଭରକର ଜଣେ ହିରୋ। କଂଗ୍ରେସର ଭାରତ ଯୋଡେ ଯାତ୍ରାରେ ବୀର ସଭରକରଙ୍କ ଛବି। ଯାହେଉ ରାହୁଲ ଗାନ୍ଧୀ ଏବେ ଠିକ୍ ବୁଝି ପାରିଛନ୍ତି। ଯେତେ ଲୁଚାଇବାକୁ ଚେଷ୍ଟା କଲେ ବି ସତ ବାହାରିଆସେ। ଯାହାର ଝଲକ କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ଦେଖିବାକୁ ମିଳିଛି ବୋଲି ବିଜେପି କହିଛି।

wp:html /wp:html

ଏହି ଘଟଣାରେ କଂଗ୍ରେସ ପକ୍ଷରୁ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ ପାଇଛି। ପୋଷ୍ଟରର ପ୍ରିଣ୍ଟିଂରେ ଭୁଲ୍ ଥିବା  ଦେଶର ସର୍ବ ପୁରାତନ ରାଜନୈତିକ ଦଳ କହିଛି। ପ୍ରିଣ୍ଟର ସମସ୍ତ ସ୍ଵାଧୀନତା ସଂଗ୍ରାମୀଙ୍କ ଫଟୋ ଅନଲାଇନ୍‌ରୁ କାଢିଥିଲେ। ସେଥିରେ ସଭରକରଙ୍କ ଫଟୋ ରହି ଯାଇଥିଲା। କେହି ଏହାକୁ ଯାଞ୍ଚ କରିନଥିଲେ। ଫଳରେ ପୋଷ୍ଟରରେ ତ୍ରୁଟି ଦେଖିବାକୁ ମିଳିଛି। ପରେ ସ୍ଥାନୀୟ କଂଗ୍ରେସ କର୍ମୀ ପୋଷ୍ଟରରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଲଗାଇ ଏହାକୁ କଭର କରିଥିବା କଂଗ୍ରେସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.