ସୋନମ କପୁରଙ୍କ ଫଟୋ ଦେଖିକି ଆଶ୍ଚର୍ଯ୍ୟ ହୋଇଗଲେ ୟୁଜର୍ସ : କହିଲେ ରାତିରେ ଦେଖି ଡରିଯିବେ...

Published By : Prameya-News7 Bureau | October 04, 2021 IST

ମୁମ୍ବାଇ ୦୪/୧୦ : ସୋନମ କପୁର ସବୁବେଳେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରୁହନ୍ତି। ସେ ତାଙ୍କ ନିଜର  କିମ୍ବା ସ୍ବାମୀ ଆନ୍ଦଙ୍କ ସହ କିଛି ନା କିଛି ଫଟୋ ସେୟାର କରିଥାନ୍ତି । କିଛି ଦିନ ପୁର୍ବରୁ ତାଙ୍କର ଗର୍ଭଧାରଣର ଗୁଜବ ଉଠିଥିଲା । ତାହା ଗତ କିଛି ଦିନ ଧରି ଚାଲିଲା । କିନ୍ତୁ ସେହି ସମସ୍ତ ଗୁଜବକୁ ସ୍ପଷ୍ଟ କରି ଦୂର  କରିଥିଲେ । ଏବେ ପୁଣିଥରେ ଅଭିନେତ୍ରୀ ଚର୍ଚ୍ଚାକୁ ଆସିଛନ୍ତି, କିନ୍ତୁ ଏଥର ସେ ତାଙ୍କ ଅଜବ ପୋଷାକକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

ଏନେଇ ସୋନମ କପୁର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋସୁଟର ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ସୋନମ ଧଳା ରଙ୍ଗର ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି। ସୋନମ କପୁରଙ୍କ ଏହି ପୋଷାକ ଖୁବ୍‌ ଜୋରରେ ଚର୍ଚ୍ଚାର ବିଷୟ ହୋଇଛି।

{"id":521849,"sizeSlug":"large","linkDestination":"none"}
Zeenews

ତେବେ ଏହି ପୋଷାକରେ ନାରୀ ଶରୀରର ଏକ ଫଟୋ ନିର୍ମିତ ହୋଇଛି । ଏଥିରେ ସୋନମ୍ ପୋଷାକ ସହିତ କେଶକୁ ଉପରକୁ ବାନ୍ଧି ଦେଇଛନ୍ତି। ଏବଂ, ଲାଲ୍ ଲିପଷ୍ଟିକ୍ ଓ ସୁନ୍ଦର କାନଫୁଲରେ ନଜର ଆସିଛନ୍ତି । ଯାହା ସେ ପୋଷାକ ସହିତ ବହୁତ ସୁନ୍ଦର ଦେଖାଯାଉଛନ୍ତି ।

{"id":521850,"sizeSlug":"large","linkDestination":"none"}
Zeenews

ଏହି ପୋଷାକକୁ ନେଇ ସୋନମ କପୁରଙ୍କୁ ବହୁତ ଟ୍ରୋଲ କରାଯାଉଛି । କେହି କେହି କହୁଛନ୍ତି ଯେ ରାତିରେ ଏହା ଦେଖିଲେ କାହାକୁ ଭୟଭୀତ କରିବ, କେହି କେହି ସୋନମଙ୍କୁ ଡ୍ରାମେବାଜ ବୋଲି କହିବେ । ଅନ୍ୟ ଜଣେ ବ୍ୟବହାରକାରୀ ସୋନମ କପୁରଙ୍କୁ ରଣବୀର ସିଂଙ୍କ ସହ ତୁଳନା କରିଥିଲେ।

{"id":521852,"sizeSlug":"full","linkDestination":"none"}
Zeenews

ତେବେ ଅନ୍ୟପଟେ ସୋନମ କପୁରଙ୍କ କାମ ବିଷୟରେ କହିବାକୁ ଗଲେ ତାଙ୍କ ଚଳଚ୍ଚିତ୍ର 'ଜୋୟା ଫ୍ୟାକ୍ଟର' ୨୦୧୯ରେ  ମୁକ୍ତିଲାଭ କରିଥିଲା। ଯାହା ବକ୍ସ ଅଫିସରେ ସେତେ ଚାଲି ନଥିଲା ।ଫିଲ୍ମରେ ସୋନମଙ୍କ ବିପକ୍ଷରେ ଦଲକିର ସଲମାନ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.