ବିଦ୍ୟା ଭାରତୀଙ୍କ ମୋବାଇଲରେ ମିଳିଛି ଫଟୋ ! ଚର୍ଚ୍ଚା ଜୋରଦାର୍, ଲିଙ୍କ୍ ନେଇ ଖୋଳତାଡ କରିପାରେ ପୋଲିସ

Published By : Prameya-News7 Bureau | August 03, 2021 IST

ପାରଳାଖେମୁଣ୍ଡି,୦୩/୦୮: ରହସ୍ୟ ହଟୁନି । ଗୁମର ବି ଫିଟୁନି । ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟକୁ ବିତିଗଲାଣି  ୨୧ ଦିନ । କିନ୍ତୁ ହତ୍ୟା ନା ଆତ୍ମହତ୍ୟା ତାହା ଜାଣିପାରୁନି ଫୋଲିସ । ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତଦନ୍ତ ଚାଲୁଛି । କିନ୍ତୁ ତଦନ୍ତ ଉପରେ ମଧ୍ୟ ଉଠୁଛି ପ୍ରଶ୍ନ ।  ଏହାମଧ୍ୟରେ ବିଦ୍ୟାଭାରତୀଙ୍କ ଫୋନରୁ ମିଳିଥିବା ଦୁଇଟି ଫଟୋକୁ ନେଇ ତନାଘନା ଆରମ୍ଭ କରିଛି ପୋଲିସ ।

ପୁଣି ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀଙ୍କୁ ଜେରା କରିବ ତଦନ୍ତକାରୀ ସଂସ୍ଥା। ସୋମବାର ବିଦ୍ୟାଙ୍କୁ ଜେରା କରାଯାଇଥାନ୍ତା । କିନ୍ତୁ ଏହାକୁ ମଙ୍ଗଳବାରକୁ ଘୁଞ୍ଚାଇ ଦିଆଯାଇଥିଲା । ତେବେ ପୋଲିସ ବିଦ୍ୟାଙ୍କଠାରୁ ଜବତ କରିଥିବା ଫୋନରେ ଅନେକ ସୁରାକ ମିଳିଛି ।

ଏକ ସୂତ୍ରାନୁସାରେ, ବିଦ୍ୟାଙ୍କ ଫୋନରୁ ମିଳିଛି ଦୁଇଟି ଫଟୋ । ଏହି ଦୁଇ ଯୁବକଙ୍କ ଉପରେ ତନାଘନା ଆରମ୍ଭ କରିଛି ପୋଲିସ । ଆବଶ୍ୟକ ସ୍ଥଳେ ଉଭୟଙ୍କୁ ଜେରା ମଧ୍ୟ କରାଯାଇପାରେ । ଗୋଟିଏ ଫଟୋ ଉଦଳା ରେଢୋ ଅଞ୍ଚଳର ଜଣେ ଯୁବକଙ୍କର ବୋଲି ଜଣାପଡିଛି । ଏପରିକି କିଛି ଫୋନ ରେକର୍ଡିଂ ମଧ୍ୟ ପୋଲିସ ହାସରେ ଲାଗିଛି ।

ସେହିପରି ଆଉ ଏକ ଫଟୋ ଜଣେ ବ୍ୟାଙ୍କ ଅଧିକାରୀଙ୍କର । ଯାହାଙ୍କ ସହ ୨୦୧୯ରେ ବିଦ୍ୟାଙ୍କ ବିବାହ ପ୍ରସ୍ତାବ ଲାଗିଥିଲା । କିନ୍ତୁ ବିବାହ ହୋଇନଥିଲା । ଏହି ଦୁଇ ଯୁବକଙ୍କୁ ତଦନ୍ତକାରୀ ଟିମ୍ ପଚାରଉଚୁରା କରିବେ ବୋଲି ସୂଚନା ମିଳିଛି । ଜେରାରୁ କିଛି ଖିଅ ମିଳିବ ବୋଲି ଆଶା ମଧ୍ୟ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.