କଟକ ୫।୩: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ତାଙ୍କ ଜନ୍ମମାଟି କଟକର ଆନନ୍ଦ ଭବନରେ ବିଶେଷ ଆୟୋଜନ । ସହରର ବୁଦ୍ଧିଜୀବୀ, ସ୍ଥାନୀୟ ବ୍ୟକ୍ତି ଓ ପ୍ରଶାସନ ବିଜୁ ବାବୁଙ୍କ ଜନ୍ମସ୍ଥାନ ଆନନ୍ଦ ଭବନ ଆସି ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେବା ସହ ବିଜୁ ବାବୁଙ୍କର ନୀତି, ଆଦର୍ଶକୁ ଯୁବପିଢି ମାନଙ୍କ ଭିତରେ ବଞ୍ଚାଇ ରଖିବାର ଆବଶ୍ୟକତା ରହିଛି ବୋଲି ମତ ଦେଇଛନ୍ତି । ସେପଟେ ଆନନ୍ଦ ଭବନରେ ଚଳିତ ବର୍ଷ ହୋଇଥିବା ଏକ ଫଟୋଚିତ୍ର ପ୍ରଦର୍ଶନୀ ବିଜୁ ବାବୁଙ୍କ ନୀତି, ଆଦର୍ଶ ଓ ଜୀବନର ଝଲକ ଦେଖାଉଛି । ତେବେ ବିଜେଡି ପକ୍ଷରୁ ଆଜି ପୁଣି ବିଜୁ ବାବୁଙ୍କୁ ଭାରତ ରତ୍ନ ଦେବାର ଦାବି ଦୋହରାଯାଇଛି।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ କଟକର ଆନନ୍ଦ ଭବନରେ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ଜୀବନର ପ୍ରତ୍ୟେକ ପାହାଚରେ ତାଙ୍କର ଉପଲବ୍ଧି ମାଇଲ ଖୁଣ୍ଟ ପରି ଛିଡା ହୋଇଛି । ଯେଉଁଥି ପାଇଁ ଆନନ୍ଦ ଭବନ ଥିବା ଅଞ୍ଚଳଟି ବିଜୁ ପଟ୍ଟନାୟକ ଛକ ଭାବେ ବେଶ୍ ଜଣାଶୁଣା । ପାଇଲଟ୍ ଭାବେ ବିଷମ ପରିସ୍ଥିତିରେ ଭାରତୀୟ ସୈନ୍ୟଙ୍କୁ ନେଇ କାଶ୍ମୀର ଘାଟିରେ ଓହ୍ଲାଇବା, ନିଜ ଡାକୋଟା ହେଲିକପ୍ଟରରେ ଯାଇ ଡଚ୍ ଶତ୍ରୁଙ୍କ କବଳରୁ ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀଙ୍କୁ ଉଦ୍ଧାର କରି ଆଣିବା ଆଉ ରାଜନୀତିରେ ରହି ମଧ୍ୟ ସାଲିସ ନକରି ସତକୁ ସତ କହିବାର କଲିଜା ରଖୁଥିବା ଏହି ମହାନ୍ ଆତ୍ମାଙ୍କର ଜୀବନ କୌଣସି ଦୁଃସାହସିକ ଯାତ୍ରାର କାହାଣୀଠାରୁ କିଛି କମ୍ ନୁହେଁ ।
ଆଜି ତାଙ୍କର ୧୦୮ତମ ଜନ୍ମ ତିଥିରେ ତାଙ୍କ ଦୁଃସାହସିକ ଜୟଯାତ୍ରାର ଚିତ୍ର ଗୁଡିକୁ ନେଇ ଆନନ୍ଦ ଭବନରେ ଏକ ସୁନ୍ଦର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ଏହି ପ୍ରଦର୍ଶନୀ ତାଙ୍କ ଜୀବନର ଅନେକ ଅଭୁଲା କଥା ଆଉ କାହାଣୀକୁ ବର୍ଣ୍ଣନା କରୁଥିଲା, ଯାହାକୁ ମନେ ରଖି ନିଜ ଜୀବନରେ ପ୍ରୟୋଗ କରିବା ପାଇଁ ଆହ୍ବାନ ଦେଇଛନ୍ତି ନେତା ଆଉ ପ୍ରଶାସକ । ଖାସ୍ ତାଙ୍କରି ବୀରତ୍ବକୁ ମନେ ପକାଇବା ପାଇଁ ଆଜିକୁ ୨୩ ବର୍ଷ ହେବ ଏହି ଦିନରେ ଆନନ୍ଦ ଭବନ ନିକଟରୁ ମାରାଥନ୍ ଓ ଓ୍ବାକାଥନ୍ ଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି ।
ଯେତେବେଳେ ଦେଶରେ ଶିଳ୍ପାୟନ କଥା କେହି ଚିନ୍ତା ବି କରିପାରୁନଥିଲେ, ସେତେବେଳେ ଚୌଦ୍ଵାରରେ ନିଜ ପଇସାରେ ବୟନ ଶିଳ୍ପ କାରଖାନା ପ୍ରତିଷ୍ଠା କରିବା ହେଉ ବା ୧୯୩୪ ମସିହାରେ କଟକରୁ ପେଶାଓ୍ବର ସାଇକେଲ ଯାତ୍ରା ସେସବୁର ମୁକ ସାକ୍ଷୀ ହୋଇ ଛିଡାହୋଇ ରହିଛି ଏଇ ଆନନ୍ଦ ଭବନ । ଏଭଳି ଜଣେ ବିରାଟ ବ୍ୟକ୍ତିତ୍ବ ଆଜି ପର୍ଯ୍ୟନ୍ତ କିଭଳି ଭାରତ ରତ୍ନ ଉପାଧିରୁ ବଞ୍ଚିତ ହୋଇ ରହିଲେ, ତାକୁ ନେଇ ବିଜେଡି ପୁଣି ପ୍ରଶ୍ନ ଉଠାଇଛି ।
You Can Read :
wp:embed {"url":"https://www.prameyanews7.com/prime-minister-narendra-modi-and-chief-minister-naveen-patnaik-pays-tribute/","type":"wp-embed","providerNameSlug":"prameya-news-7"}