ଆଣ୍ଡ୍ରଏଡ୍ ଉପଭୋକ୍ତାଙ୍କ ପାଇଁ PhonePeର ନୂଆ ସୁବିଧା, ଗୁଗଲ ପ୍ଲେଷ୍ଟୋରକୁ ଦେବ ଟକ୍କର

Published By : Prameya-News7 Bureau | February 22, 2024 IST

ନୂଆଦିଲ୍ଲୀ: ଗୁଗଲ ପ୍ଲେଷ୍ଟୋରକୁ ଟକ୍କର ଦେବାକୁ ଫୋନ୍‌ପେର ପ୍ରସ୍ତୁତି । କମ୍ପାନି ଆଣିଲା ନୂଆ ଆପ୍‌ଷ୍ଟୋର। ଲୋକପ୍ରିୟ ପେମେଣ୍ଟ ଆପ୍‌ କମ୍ପାନି ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ ଗ୍ରାହକଙ୍କ ପାଇଁ ଏକ ନୂଆ ଆପ୍‌ଷ୍ଟୋର ଆଣିଛି। ଏହି ଆପ୍‌ଷ୍ଟୋର୍‌ର ନାଁ ରହିଛି ‘ଇଣ୍ଡସ୍‌ ଆପ୍‌ଷ୍ଟୋର’। ଗୁରୁବାର ଲଞ୍ଚ ହୋଇଥିବା ଏହି ‘ଆପ୍‌ଷ୍ଟୋର’ରେ ପ୍ରାୟ ୪ ଲକ୍ଷ ଆପ୍‌ ରହିଛି । ଯାହାକୁ ୧୨ଟି ଭାଷାରେ ସର୍ଚ୍ଚ କରି ଡାଉନଲୋଡ୍‌ କରିପାରିବେ ଗ୍ରାହକ। ଏହା ଦ୍ବାରା କମ୍ବାନି ଆଣ୍ଡ୍ରଏଡ୍‌ ଆପ୍‌ ଡିଷ୍ଟ୍ରିବ୍ୟୁସନ କ୍ଷେତ୍ରରେ ଗୁଗଲକୁ ଦବ୍‌ଦବାକୁ ଚାଲେଞ୍ଜ କରିବ।

ତେବେ ‘ଇଣ୍ଡସ୍‌ ଆପ୍‌ଷ୍ଟୋର’କୁ ନେଇ ଫୋନ୍‌ପେ ସିଇଓ ଏବଂ ଫାଉଣ୍ଡର ସମୀର ନିଗମ କହିଛନ୍ତି ମୋବାଇଲ ଆପ୍‌ ମାର୍କେଟରେ ‘ଇଣ୍ଡସ୍‌ ଆପ୍‌ଷ୍ଟୋର’ ପ୍ରତିଯୋଗୀତା ପାଇଁ ପ୍ରସ୍ତୁତ। ସେହିଭଳି ଇଣ୍ଡସ ଆପଷ୍ଟୋରର ମୁଖ୍ୟ ପ୍ରୋଡକ୍ଟ ଅଫିସର ଏବଂ ସହ ପ୍ରତିଷ୍ଠାତା ଆକାଶ ଡୋଙ୍ଗରେ କହିଛନ୍ତି ‘‘ଭାରତରେ ୨୦୨୬ ସୁଦ୍ଧା ସ୍ମାର୍ଟଫୋନ୍‌ ୟୁଜର୍ସଙ୍କ ସଂଖ୍ୟା ୧ ବିଲିୟନ ହେବା ନେଇ ଅନୁମାନ କରାଯାଉଛି। ଯାହା ଆମକୁ ନୂଆ ଯୁଗର ଲୋକାଲାଇଜ୍‌ଡ ଆପ୍ ଷ୍ଟୋର ହେବାକୁ ବଡ଼ ସୁଯୋଗ ଦେଉଛି। ଏତେ ବଡ଼ ଗ୍ରାହକ ମାର୍କେଟ ଥିବା ସତ୍ତ୍ବେ ମଧ୍ୟ ଆପ ଡେଭେଲପର୍ସଙ୍କୁ ସବୁବେଳେ କେବଳ ଗୋଟିଏ ସହ କାମ କରିବା ପାଇଁ ବାଧ୍ୟ କରାଯାଇଛି।’’

ଆହୁରି ପଢ଼ନ୍ତୁ: ୨୦୦୦ କୋଟି ଟଙ୍କାର ହେରଫେର ରିପୋର୍ଟକୁ ଖଣ୍ଡନ କଲା ZEE, ସେବିର ଅଭିଯୋଗକୁ କହିଲା ମିଛ

ସୂଚନାଥାଉକି, ଆପ୍‌ ଇଣ୍ଟେଲିଜେନ୍ସ ସଂସ୍ଥା data.ai ଅନୁଯାୟୀ, ୨୦୨୩ରେ ଭାରତରେ ପ୍ରାୟ ୧.୧୯ ଟ୍ରିଲିୟନ ଘଣ୍ଟା ବିତାଇଛନ୍ତି ଆପ୍‌ ଡାଉନଲୋଡ୍‌ରେ। ଆପ୍‌ ଡାଉନଲୋଡ୍ ମାମଲାରେ ମଧ୍ୟ ଦେଶ ଦୁନିଆରେ ସବୁଠୁ ବଡ଼ ମାର୍କେଟ । ‘ଇଣ୍ଡସ୍‌ ଆପ୍‌ଷ୍ଟୋର’ ସେପ୍ଟେମ୍ବର ୨୦୨୩ରେ ଆଣ୍ଡ୍ରଏଡ୍‌ ଡେଭେଲପର୍ସଙ୍କୁ ସେମାନଙ୍କର ଆପ୍‌ ଲିଷ୍ଟିଂ ପାଇଁ ଆମନ୍ତ୍ରିତ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.