ବଡ଼ ଡିଲ୍ କରିବ PhonePe, ୩୦୦ ମିଲିୟନ ଡଲାରରେ ଏହି କମ୍ପାନିକୁ କରିବ ଅଧିଗ୍ରହଣ

Published By : Prameya-News7 Bureau | November 26, 2022 IST

ନୂଆଦିଲ୍ଲୀ: ୱାଲମାର୍ଟ ସମର୍ଥିତ ଚର୍ଚ୍ଚିତ ଡିଜିଟାଲ ପେମେଣ୍ଟ କମ୍ପାନି PhonePe ଏକ ବଡ଼ ଡିଲ୍ କରିବାକୁ ଯାଉଛି। ସୂତ୍ର ଅନୁସାରେ zestMoneyର ଅଧଗ୍ରହଣ ପାଇଁ PhonePe ପ୍ରସ୍ତୁତି ଆରମ୍ଭ କରିଛି । ଏହି ଡିଲ୍ ପ୍ରାୟ ୨୦୦-୩୦୦ ମିଲିୟନ ଡଲାରରେ ହେବାର ସମ୍ଭାବନା ରହିଛି । ସୂତ୍ର ଅନୁସାରେ ଏବେ ଏହା ଉପରେ ଆଲୋଚନା ଜାରି ରହିଛି ଏବଂ ଆସନ୍ତା ୩-୪ ସପ୍ତାହ ମଧ୍ୟରେ ଏହି ବୁଝାମଣାକୁ ଚୂଡାନ୍ତ ରୂପ ଦିଆଯିବ। ଅଧିଗ୍ରହଣ ପରେ zestMoney ଏକ ଅଲଗା ଶାଖା ଭାବେ କାମ ଜାରି ରଖିବ।

ଉଲ୍ଲେଖଯୋଗ୍ୟ ଯେ, zestMoneyକୁ ୨୦୧୫ ମସିହାରେ ଲିଜି ଚାମ୍ପମେନ୍, ପ୍ରିୟା ଶର୍ମା ଏବଂ ଆଶୀଷ ଅନନ୍ତରାମନ ପ୍ରତିଷ୍ଠା କରିଥିଲେ । ଏହି କମ୍ପାନି ବାଏ ନାଓ ଏବଂ ପେ ଲେଟର ଉପରେ କାମ କରୁଛି । ସାରା ଦେଶରେ ଏହାର ପ୍ରାୟ ୧୭ ମିଲିୟନରୁ ଅଧିକ ପଞ୍ଜିକୃତ ୟୁଜର ଅଛନ୍ତି । କମ୍ପାନି ନିକଟରେ ୧୦,୦୦୦ରୁ ଅଧିକ ଅନଲାଇନ ସହଭାଗୀଙ୍କ ସହ ଟ୍ରେଡର୍ସଙ୍କ ଏକ ବଡ଼ ନେଟୱାର୍କ ରହିଛି । ଏଥିରେ ଆମାଜନ, ଫ୍ଲିପକାର୍ଟ, MakeMy Trip ଏବଂ Nykaa ପରି କମ୍ପାନି ସାମିଲ ଅଛନ୍ତି । ୭୫,୦୦୦ରୁ ଅଧିକ ଅଫଲାଇନ ଷ୍ଟୋରରେ ମଧ୍ୟ ଏହାର ଉପସ୍ଥିତି ରହିଛି ।

ଅନ୍ୟପଟେ PhonePeରେ ୪୧.୫ କୋଟିରୁ ଅଧିକ ପଞ୍ଜିକୃତ ଗ୍ରାହକ ଅଛନ୍ତି । ୨୦୧୭ ମସିହାରେ କମ୍ପାନି ଫାଇନାନସିଆଲ ସର୍ଭିସେଜରେ ପ୍ରବେଶ କରିଥିଲା। ଆର୍ଥିକ ବର୍ଷ ୨୦୨୧-୨୨ରେ କମ୍ପାନି ୧,୬୪୬ କୋଟି ଟଙ୍କାର ରାଜସ୍ୱ ହାସଲ କରିଥିଲା । ଗୋଟିଏ ବର୍ଷ ତୁଳନାରେ କମ୍ପାନିର ରାଜସ୍ୱରେ ପ୍ରାୟ ୧୩୮ ପ୍ରତଶିତ ବୃଦ୍ଧି ଘଟିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.