ପାଟନା୨୯।୧୧: ବିହାରରେ ବିଜେପି ବିଧାୟକଙ୍କୁ ଫୋନ କରିବା ଓ ମନ୍ତ୍ରୀପଦ ଲୋଭ ଦେଖାଇ ସମର୍ଥନ ମାଗିବା ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ଏବେ ସବୁଆଡୁ ଘେରି ଯାଇଥିବା ପରି ମନେ ହେଉଛନ୍ତି। ମାମଲାରେ ରାଞ୍ଚୀ ଜେଲ ଅଧିକ୍ଷକ ରିପୋର୍ଟ ଦେଇଛନ୍ତି। ଯେଉଁଥିରେ ଲାଲୁ ରହୁଥିବା ଜେଲର ସେଲ ପର୍ଯ୍ୟନ୍ତ ମୋବାଲ ଫୋନର ପହଞ୍ଚ ଥିଲା ବୋଲି ସୂଚିତ କରିଛନ୍ତି।
{"id":369578,"sizeSlug":"large"}ମିଳୁଥିବା ସୂଚନା ଅନୁସାରେ ଏବେ ଜେଲରୁ ହୋଇଥିବା ଫୋନ କଲର ଅଡିଓ କ୍ଲିପ୍କୁ ପୋଲିସ ଫରେନସିକ୍ ଯାଞ୍ଚ ଲାଗି ପଠାଇବ। ଏହି ଯାଞ୍ଚ ପରେ ଫୋନ ରେକର୍ଡିଂରେ ଲାଲୁ ଯାଦବ କଲ କରିଛନ୍ତି କି ନା ତାହା ସ୍ପଷ୍ଟ ହୋଇଯିବ। ଜେଲ ଅଧିକ୍ଷକଙ୍କ ରିପୋର୍ଟ ଅନୁସାରେ ସୁରକ୍ଷା କର୍ମୀମାନଙ୍କ ତ୍ରୁଟି ଯୋଗୁ ଲାଲୁଙ୍କ କକ୍ଷ ପର୍ଯ୍ୟନ୍ତ ମୋବାଇଲ ଫୋନ ପହଞ୍ଚିଥିଲା। ଯେଉଁମାନେ ଲାଲୁଙ୍କୁ ଭେଟିବାକୁ ଜେଲକୁ ଯାଉଥିଲେ ସେମାନଙ୍କୁ ଠିକରେ ଯାଞ୍ଚ କରାଯାଉନଥିଲା। ଏଣୁ ଫୋନ ଲାଲୁଙ୍କ ହାତରେ ପହଞ୍ଚିଥିଲା ବୋଲି ଜେଲ ଅଧିକ୍ଷକ କହିଛନ୍ତି।
{"id":369579,"sizeSlug":"large"}ଇତିମଧ୍ୟରେ ବିହାର ବରିୟାତୁ ଥାନାରେ ବିଜେପି ନେତା ଅନୁରଞ୍ଜନ ଅଶୋକ ଏକ ଏତଲ୍ଲା ରୁଜୁ କରିଛନ୍ତି। ଯେଉଁଥିରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ବିଜେପି ବିଧାୟକ ଲଲନ ପାଶୱାନ୍ଙ୍କୁ ଫୋନ କରି ବିଧାନସଭାରେ ଅନୁପସ୍ଥିତ ରହିବାକୁ ଓ ବାଚସ୍ପତିଙ୍କ ନିର୍ବାଚନରେ ଯୋଗଦେବାକୁ ପରାମର୍ଶ ଦେଇଥିବା ଅଭିଯୋଗ କରିଛନ୍ତି। ବିଧାନସଭାରେ ଅନୁପସ୍ଥିତିର କାରଣ କୋଭିଡ ଦର୍ଶାଇବାକୁ ମଧ୍ୟ କହିଥିବା ଅନୁରଞ୍ଜନ ଅଭିଯୋଗ କରିଛନ୍ତି। ଅଭିଯୋଗର ପ୍ରମାଣ ଭାବେ ସେ ପୋଲିସକୁ ଏକ ଅଡିଓ କ୍ଲିପ୍ ଥିବା ପେନ୍ ଡ୍ରାଇଭ ମଧ୍ୟ ଦେଇଛନ୍ତି।
{"id":369581,"sizeSlug":"large"}ରାଞ୍ଚୀରେ ରୁଜୁ ମାମଲା ବାଦେ ନିଜେ ଲଲନ ପାଶୱାନ ମଧ୍ୟ ଇନିସ୍ପେକ୍ସନ ଥାନାରେ ଏକ ଏତଲା ଦେଇଛନ୍ତି। ଯେଉଁଥିରେ ଏବେ ବିଧାନସଭାକୁ ଯିବା ତାଙ୍କ ଜୀବନ ଲାଗି ବିପଦର କାରଣ ହୋଇପାରେ ବୋଲି କହିଛନ୍ତି। ଲାଲୁଙ୍କ କଥିତ ଫୋନ କଲକୁ ନେଇ ଗତ ମଙ୍ଗଳବାର ହୋ ହଲ୍ଲା ହୋଇଥିଲା। ସୁଶୀଲ ମୋଦି ତାଙ୍କ ଟ୍ୱିଟ୍ ଆକାଉଣ୍ଟରେ ଏ ନେଇ ଏକ କ୍ଲିପ୍ ମଧ୍ୟ ସେୟାର କରିଥିଲେ। ଯେଉଁଥିରେ ଲାଲୁ ବିହାରର ନବନିର୍ବାଚିତ ସରକାରକୁ ଆମେ ଭାଙ୍ଗିବାକୁ ଯାଉଛୁ କହିଥିଲେ।