ନୂଆଦିଲ୍ଲୀ ୦୧/୧୨: ଚୀନ ମୋବାଇଲ୍ କମ୍ପାନୀ ସାଓମି ସ୍ମାର୍ଟଫୋନ୍ର ଭାରତୀୟ ବଜାରରେ ଚାହିଦା ଅଧିକ। ଏମଆଇ ଫୋନ୍ ଅଧିକ ବିକ୍ରି ହେଉଛି। କମ୍ ଦାମରେ ଦମଦାର ଫିଚ୍ର ଗ୍ରାହକଙ୍କୁ ଆକୃଷ୍ଟ କରୁଛି। କିନ୍ତୁ ସାଓମି, ଫିଲିପ୍ସ ପାଟେଣ୍ଟ ଚୋରି କରୁଥିବା ଅଭିଯୋଗ ହୋଇଛି । ପାଟେଣ୍ଟ ଚୋରି କରୁଥିବା ଅଭିଯୋଗ କରି ଫିଲିପ୍ସ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିବା ଜଣାପଡ଼ିଛି। ପାଟେଣ୍ଟ ଉଲ୍ଲଂଘନ କରିଥିବା ଅଭିଯୋଗ କରିବା ସହ ସେହି ସବୁ ଫୋନ୍ ବିକ୍ରି ଉପରେ ରୋକ ଲଗାଇବା ପାଇଁ କୋର୍ଟରେ ଫିଲିପ୍ସ ପକ୍ଷରୁ ଦାବି କରାଯାଇଥିବା ଜଣାପଡ଼ିଛି।
ମିଳିଥିବା ରିପୋର୍ଟ ଅନୁସାରେ ଫିଲିପ୍ସର ୟୁଏମଟିଏସ୍ ଏନହାନ୍ସମେଣ୍ଟ ସହ ଜଡ଼ିତ ପାଟେଣ୍ଟ ଚୋରି କରିଛି ସାଓମି। ତେବେ ସାଓମିର ଏଭଳି ସମସ୍ତ ସ୍ମାର୍ଟଫୋନ୍ ଆମଦାନୀ ଉପରେ ରୋକ ଲଗାଇବାକୁ ଫିଲିପ୍ସ ଦାବି କରିଛି। ପାଟେଣ୍ଟ ଉଲ୍ଲଂଘନ ହୋଇଥିବା ସମସ୍ତ ସ୍ମାର୍ଟଫୋନ୍ର ପ୍ରସ୍ତୁତି, ଆସେମ୍ବଲିଂ, ରପ୍ତାନୀ, ଥାର୍ଡ ପାର୍ଟି ମାଧ୍ୟମରେ ଅନଲାଇନ୍ ସେଲିଂ ଉପରେ ରୋକ ଲଗାଯାଉ ବୋଲି ଫିଲିପ୍ସ ପକ୍ଷରୁ କୋର୍ଟରେ ହୋଇଥିବା ଆବେଦନରେ ଉଲ୍ଲେଖ କରାଯାଇଛି।
ଯଦି ଭବିଷ୍ୟତରେ ସାଓମି ତାର କୌଣସି ହ୍ୟାଣ୍ଡସେଟ୍ରେ ୟୁନିଭର୍ସାଲ ମୋବାଇଲ୍ ଟେଲି କମ୍ୟୁନିକେସନ୍ ସର୍ଭିସ ବା ୟୁଟିଏମଏସ୍ ଏନହାନ୍ସମେଣ୍ଟ ଓ ଏଲଟିଇ ଟେକନୋଲୋଜି ବ୍ୟବହାର କରେ ତେବେ କମ୍ପାନୀ ପୁଣି ଥରେ କୋର୍ଟ ଯିବ ବୋଲି ଫିଲିପ୍ସ ପକ୍ଷରୁ ସୂଚନା ମିଳିଛି।