ଫିଲିପାଇନ୍ସ ଝଡ଼ ଯୋଗୁଁ ମାଲେସିଆରେ ବନ୍ୟା: ୩୦ ହଜାରରୁ ଅଧିକ ଲୋକ ବେଘର, ଉଦ୍ଧାରକାର୍ଯ୍ୟରେ ୬୫ ହଜାର କର୍ମଚାରୀ ନିୟୋଜିତ

Published By : Prameya-News7 Bureau | December 20, 2021 IST

ନୂଆଦିଲ୍ଲୀ ୨୦/୧୨ : ଫିଲିପାଇନ୍ସରେ ହୋଇଥିବା ଝଡର ପ୍ରଭାବ ମାଲେସିଆରେ ମଧ୍ୟ ଦେଖିବାକୁ ମିଳିଛି। ମାଲେସିଆରେ ଶୁକ୍ରବାରଠୁ ଲଗାତାର ବର୍ଷା ହେବା କାରଣରୁ ବନ୍ୟା ସୃଷ୍ଟି ହୋଇଛି। ଅଲ ଜଜିରା ରିପୋର୍ଟ ଅନୁଯାୟୀ, ବନ୍ୟାରେ ରବିବାର ଦିନ ୩୦ ହଜାରରୁ ଅଧିକ ଲୋକ ବେଘର ହୋଇଯାଇଛନ୍ତି। ସରକାରୀ ୱେବସାଇଟ ଅନୁଯାୟୀ, ଦେଶର ୧୬ ରାଜ୍ୟ ଓ ୮ଟି ସଂଘୀୟ କ୍ଷେତ୍ରରେ ଶନିବାର ଦିନ ବନ୍ୟା ଜଳସ୍ଥର ବିପଦସଂଙ୍କୁଳ ସ୍ଥରକୁ ଚାଲିଯାଇଥିଲା। ଆଗାମୀ ଦିନରେ ସ୍ଥିତି ଆହୁରି ଭୟାବହ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

{"id":562433,"width":700,"height":459,"sizeSlug":"full","linkDestination":"none"}

ମାଲେସିଆରେ ସ୍ଥିତି ସାଙ୍ଘାତିକ ହୋଇପଡିଲାଣି। ବିଭିନ୍ନ ନଦୀର ଜଳସ୍ଥର ବୃଦ୍ଧି ପାଇଛି, ଭୂସ୍ଖଳନ ହେଉଛି ଏବଂ ରାସ୍ତାରେ ଗାଡିଗୁଡିକ ବୁଡି ଗଲାଣି। ଦେଶର ୧୫ଟି ରାଜପଥରେ ଯାତାୟାତ ଠପ ହୋଇଯାଇଛି। ଫଳରେ ସପ୍ଲାଏ ଚେନ ପ୍ରଭାବିତ ହୋଇଛି। ଆବଶ୍ୟକୀୟ ସାମଗ୍ରୀ ଅଭାବ ହେବା ଭଳି ପରିସ୍ଥିତି ଦେଖାଦେଲାଣି।

{"id":562434,"sizeSlug":"full","linkDestination":"none"}

ରାଜଧାନୀ କୁଆଲାଲାମପୁରର ସିମବର୍ତ୍ତୀ ରାଜ୍ୟ ସେଲାଙ୍ଗୋର ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏହା ମାଲେସିଆର ସବୁଠାରୁ ଧନୀ ରାଜ୍ୟ। ଏଠାରେ ୧୦ ହଜାରରୁ ଅଧିକ ଲୋକ ନିଜ ଘର ଛାଡି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ପ୍ରଧାନମନ୍ତ୍ରୀ ଇସ୍ମାଇଲ ସାଵରୀ ୟାକୁବ କହିଛନ୍ତି ଯେ ଫସି ରହିଥିବା ଲୋକଙ୍କୁ ଆଶ୍ରୟସ୍ଥଳ ଜାରଣ ପହଞ୍ଚାଇବାକୁ ପୋଲିସ, ସେନା ଓ ଅଗ୍ନିଶମ ବିଭାଗର ୬୫ ହଜାରରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

{"id":562435,"width":720,"height":404,"sizeSlug":"full","linkDestination":"none"}

ଫିଲିପାଇନ୍ସରେ ହୋଇଥିବା ଝଡ ବାତ୍ୟା ଯୋଗୁଁ ମାଲେସିଆରେ ବନ୍ୟା ସୃଷ୍ଟି ହୋଇଛି। ମାଲେସିଆର ସବୁଠାରୁ ବଡ ବନ୍ଦର କ୍ଳେଙ୍ଗ ମଧ୍ୟ ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ଏଠାରୁ କ୍ଳେଙ୍ଗ ସହର ଆଡକୁ ଯାଉଥିବା ଟ୍ରେନ ସେବା ବନ୍ଦ କରିଦିଆଯାଇଛି।

{"id":562436,"width":670,"height":495,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.