ଭ୍ୟାକ୍‌ସିନ୍‌ ନେଉନଥିବା ଲୋକଙ୍କୁ ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ ଧମକ, ଟିକା ନଲଗାଇଲେ ଭାରତ ଯାଅ

Published By : Prameya-News7 Bureau | June 25, 2021 IST

ନୂଆଦିଲ୍ଲୀ, ୨୫/୦୬: କୋରନାରୁ ରକ୍ଷା ପାଇବା ପାଇଁ ସାରା ବିଶ୍ୱରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । କିଛି ଲୋକ ଟିକା ନେବାକୁ ଯାଉଥିବା ବେଳେ ଆଉ କିଛି ଅମଙ୍ଗ ହେଉଛନ୍ତି । ଏହାରି ଭିତରେ ଫିଲିପାଇନ୍ସର ରାଷ୍ଟ୍ରପତି ରୋଡ୍ରିଗୋ ଡୁଟର୍ଟେ ଦେଶର ଯେଉଁ ବ୍ୟକ୍ତି ଟିକା ନେବେ ନାହିଁ ତାଙ୍କୁ ଗିରଫ କରାଯିବ ବୋଲି ଏକ ସମ୍ୱୋଧନ ସମୟରେ କହିଛନ୍ତି ।

ଭ୍ୟାକ୍‌ସିନ୍‌ ନେଉ ନଥିବା ଲୋକଙ୍କୁ ରୋଡ୍ରିଗୋ ଡୁଟର୍ଟେ କହିଛନ୍ତି ଯେ, ଆପଣ ଚାହିଁଲେ ଭାରତ କିମ୍ୱା ଆମେରିକା ଯାଇପାରନ୍ତି । ବର୍ତ୍ତମାନ ଫିଲିପାଇନ୍ସ କରୋନା ମହାମାରୀ ସହ ଲଢ଼େଇ କରୁଛି । ଦକ୍ଷୀଣ ପୂର୍ବ ଏସିଆରେ ସବୁଠାରୁ ଅଧିକ ପ୍ରଭାବିତ ଦେଶ ମାନଙ୍କ ମଧ୍ୟରେ ଏହି ଦେଶ ରହିଛି ।

ସେ ରାଷ୍ଟ୍ରକୁ ସମ୍ୱୋଧିତ କରି କହିଛନ୍ତି ଯେ, ମତେ ଖରାପ ଭାବନ୍ତୁ ନାହିଁ । ଦେଶ ସଙ୍କଟର ସାମ୍ନା କରୁଛି । ଏହା ରାଷ୍ଟ୍ରୀୟ ଜରୁରୀ କାଳୀନ ପରିସ୍ଥିତି । ଯଦି ଆପଣ ଟିକା ନେଉନାହାନ୍ତି ତେବେ ମୁଁ ଆପଣଙ୍କୁ ଗିରଫ କରିବି ଏବଂ ଭ୍ୟାକ୍‌ସିନ୍‌ ଦେଇଦେବି । ଏମିତିରେ ଦେଶର ବିପତ୍ତି ପଡ଼ିଛି ପୁଣି ଆପଣ ବୋଝ ବଢାଉଛନ୍ତି । ଯଦି ଟିକା ନ ନବେ ତେବେ ଫିଲିପାଇନ୍ସ ଛାଡ଼ି ଚାଲିଯାଆନ୍ତୁ । ଭାରତ ଯାଆନ୍ତୁ କି ଆମେରିକା । କିନ୍ତୁ ଯେଉଁ ପର୍ଯ୍ୟନ୍ତ ଏଠାରେ ଅଛନ୍ତି ଟିକା ଆପଣଙ୍କୁ ନେବାକୁ ହିଁ ପଡ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.