ଅନଲାଇନ୍‌ରେ ଖାଦ୍ୟ ଅର୍ଡର କଲେ ଯୁବତୀ, ସମାନ ଅର୍ଡର ନେଇ ପହଞ୍ଚିଗଲେ ୪୨ ଡେଲିଭରି ବୟ...

Published By : Prameya-News7 Bureau | December 03, 2020 IST

ମାନିଲା ୩।୧୨: ଅନସାଇନ୍ ରେ ଖାଇବା ଅର୍ଡର କଲେ ଯୁବତୀ, ଅର୍ଡର ନେଇ ପହଞ୍ଚିଗଲେ ୪୨ ଡେଲିଭରି ବୟ । ଫିଲିପାଇନ୍ସରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଏତେ ସଂଖ୍ୟକ ଡେଲିଭରି ବୟଙ୍କୁ ଦେଖି ଯୁବତୀ ଜଣଙ୍କ କିଛି ବୁଝିପାରିନଥିଲେ ଯେ, କଣ ହୋଇଛି ।

ସନ୍ ଷ୍ଟାର ଡଟ୍ କମ୍ ର ଏକ ରିପୋର୍ଟ ଅନୁସାରେ ଫିଲିପାଇନ୍ସ ସେବୁରୁ ସ୍କୁଲରେ ପଢୁଥିବା ଜଣେ ଯୁବତୀ ଏକ ଫୁଡ୍ ଆପ୍ ଜରିଆରେ ମଧ୍ୟାହ୍ନ ଭୋଜନ ପାଇଁ କିଛି ଖାଦ୍ୟ ଅର୍ଡର କରିଥିଲେ । ଖାଦ୍ୟ ଅର୍ଡର କରିବା ପରେ ଯୁବତୀ ଜଣଙ୍କ ନିଜ ଜେଜେମାଙ୍କ ସହ ଖାଦ୍ୟ ଅପେକ୍ଷା କରିଥିଲେ । କିଛି ସମୟ ପରେ ସେହି ଯୁବତୀଙ୍କ ଘର ନିକଟରେ ଅର୍ଡର ନେଇ ଡେଲିଭରି ବୟ ପହଞ୍ଚିଥିଲେ ।

{"id":371726,"sizeSlug":"large"}

ମାତ୍ର ସେହି ଖାଇବା ନେଇ ଆହୁରି ଡେଲିଭରି ବୟ ସେଠାରେ ପହଞ୍ଚିଥିଲେ । ଦେଖୁ ଦେଖୁ ୪୨ ଜଣ ଡେଲିଭରି ବୟ ସମାନ ଅର୍ଡର ନେଇ ଯୁବତୀଙ୍କ ଘର ନିକଟରେ ପହଞ୍ଚିଯାଇଥିଲେ । କିଛି ସମୟ ଯାଏଁ କେହି କିଛି ବୁଝି ପାରିନଥିଲେ । ସ୍ଥାନୀୟ ଲୋକ ମଧ୍ୟ ସେଠାରେ ଜମା ହୋଇଯାଇଥିଲେ । ଜଣେ ସ୍ଥାନୀୟ ଯୁବତୀ ଏହି ସବୁ ଦୃଶ୍ୟକୁ ସୋସିଆଲ ମିଡିଆରେ ମଧ୍ୟ ଅପଲୋଡ୍ କରିଦେଇଥିଲେ ।

ଶେଷରେ ଜଣାପଡିଲା ଯେ, ଫୁଡ୍ ଆପ୍ ର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିଲା । ଫଳରେ ଜଣଙ୍କ ପରିବର୍ତ୍ତେ ୪୨ ଡେଲିଭରି ବୟ ପହଞ୍ଚି ଯାଇଥିଲେ । ଠିକ୍ ଭାବେ ଆପ୍ କାମ ନକରିବାରୁ ଯୁବତୀ ଜଣଙ୍କ ଦେଇଥିବା ଅର୍ଡରକୁ ନେଇ ୪୨ ଜଣ ଡେଲିଭରି ବୟ ପହଞ୍ଚି ୟାଇଥିଲେ ଏବଂ ସମସ୍ତଙ୍କ ହାତରେ ଖାଇବା ମଧ୍ୟ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.