ତିନିଦିନ ପରେ ବି ଫେରିବାଲାର ମିଳୁନି ପତା, ପୋଲିସ ଓ ବନବିଭାଗକୁ ଦାୟୀ କଲେ ପରିବାର

Published By : Prameya-News7 Bureau | September 01, 2022 IST

ବାଙ୍କୀ ୦୧/୦୯: ଆଜିକୁ ତିନି ଦିନ ହେବ ଘରକୁ ଫେରିଲେନି ଫେରିବାଲା । ଘଟଣା ହେଉଛି ସନ ମୁଣ୍ଡଳୀ ଗ୍ରାମ ଥୁରିଆ ସାହିର । ନିଖୋଜ ନନ୍ଦ କିଶୋର ବେହେରା ଦୀର୍ଘ ବର୍ଷ ଧରି ଜଙ୍ଗଲ ଆଖ ପାଖ ଅଂଚଳରେ ଲୁଗା ବ୍ୟବସାୟ କରନ୍ତି । ତାଙ୍କୁ ଏବେ ୭୦ ବର୍ଷରୁ ଅଧିକ । ଘରେ ସ୍ୱାମୀ ସ୍ତ୍ରୀଙ୍କ ସଂସାର । ପିଲାପିଲି ନାହାଁନ୍ତି ତାଙ୍କର । ସାହି ପଡିଶା କରନ୍ତି ଉଭୟଙ୍କ ଦେଖା ଚାହାଁ ।

ସେପଟେ ଏନେଇ ବାଙ୍କୀ ଥାନାରେ ନିଖୋଜ ଘଟଣାରେ ହୋଇଛି ଏତଲା । ହେଲେ ଖବର ନାହିଁ ପ୍ରଶାସନ ପାଖରେ ଫେରିବାଲା ବୃଦ୍ଧ ନନ୍ଦ କିଶୋର ବେହେରା ଗଲେ କୁଆଡେ । କିଏ କହୁଛି ସାପ ଗିଳିଛି ତ କିଏ କହୁଛି ଗାଡ଼ି ଦୁର୍ଘଟଣା ହୋଇଛି । ଫେରିବାଲା ଗଲେ କୁଆଡେ । ପୋଲିସର ତଦନ୍ତରେ ଶିଥିଳତା ଦେଖାଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ତେବେ ବନବିଭାଗ ଓଲଟି ଫେରିବାଲ।ଙ୍କ ନାମରେ ଏତଲା ଦେଇଛି । ବନବିଭାବଗ କହିଛି ଜଙ୍ଗଲ ଭିତରକୁ ବିନା ଅନୁମତିରେ ପ୍ରବେଶ କଲେ କେମିତି? ସେପଟେ ନିଖୋଜ ନନ୍ଦ ବେହେରା ଏ ପର୍ଯ୍ୟନ୍ତ ଘରକୁ ଫେରିନଥିବା ନେଇ ଗାଁ ଓ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ନନ୍ଦ ବେହେରାଙ୍କ ସ୍ତ୍ରୀ ସରସ୍ୱତୀ ବେହେରା ସ୍ୱାମୀଙ୍କୁ ଝୁରି ଝୁରି ଫଟୋକୁ ଧରି ଆଖିରୁ ଲୁହ ଝରାଇ ଚାଲିଛନ୍ତି । ଘରେ ଚୁଲି ଜଳିନି । କେବଳ କାନ୍ଦି କାନ୍ଦି ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି । ଉଭୟେ ପୋଲିସ ଓ ବନବିଭାଗକୁ ପରିବାର ଓ ସମ୍ପର୍କୀୟ ଦୋଷ ଦେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.