ଲୋକସଭା ନିର୍ବାଚନ: ପଞ୍ଚମ ପର୍ଯ୍ୟାୟରେ ୫୭.୪୭ ପ୍ରତିଶତ ଭୋଟିଂ, ପଶ୍ଚିମବଙ୍ଗରେ ସର୍ବାଧିକ

Published By : Prameya-News7 Bureau | May 20, 2024 IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ୫ମ ପର୍ଯ୍ୟାୟରେ ୮ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ୪୯ ଆସନରେ ମତଦାନ ହୋଇଛି । ସମସ୍ତ ଆସନ ପାଇଁ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଥିଲା । ନିର୍ବାଚନ ଆୟୋଗଙ୍କ ଅନୁସାରେ ସଂଧ୍ୟା ୭ଟା ୪୫ ମିନିଟ୍ ସୁଦ୍ଧା ପଞ୍ଚମ ପର୍ଯ୍ୟାୟ ପାଇଁ ୫୭.୪୭ ପ୍ରତିଶତ ମତଦାନ ହୋଇଛି । ଓଡ଼ିଶା ଲୋକସଭା ଏବଂ ବିଧାନସଭା ପାଇଁ ୬୦.୭୨ ପ୍ରତିଶତ ମତଦାନ ହୋଇଛି । ତେବେ ପଶ୍ଚିମବଙ୍ଗରେ ସବୁଠୁ ଅଧିକ ୭୩ ପ୍ରତିଶତ ଭୋଟିଂ ହୋଇଛି । ସେହିପରି ମହାରାଷ୍ଟ୍ରରେ ସବୁଠୁ କମ ୪୮.୮୮ ପ୍ରତିଶତ ମତଦାନ ହୋଇଛି । ନିର୍ବାଚନ ଆୟୋଗ ସୂତ୍ର ଅନୁସାରେ ମତଦାନ ଶାନ୍ତପୂର୍ଣ୍ଣ ରହିଛି ।

ସେହିପରି ବିହାରର ୫ ଆସନ ପାଇଁ ସଂଧ୍ୟା ୭ଟା ୪୫ ମିନିଟ୍ ସୁଦ୍ଧା ୫୨.୬୦ ପ୍ରତିଶତ ମତଦାନ ହୋଇଛି । ଜାମ୍ମୁ କାଶ୍ମୀରର ଗୋଟିଏ ଆସନ ପାଇଁ ୫୪.୪୯ ପ୍ରତିଶତ ଭୋଟିଂ ହୋଇଛି । ଝାଡଖଣ୍ଡର ତିନି ଆସନରେ ୬୩ ପ୍ରତିଶତ, ଲଦ୍ଦାଖର ଗୋଟିଏ ଆସନ ପାଇଁ ୬୭.୧୫ ପ୍ରତିଶତ, ଉତ୍ତର ପ୍ରଦେଶର ୧୪ ଆସନ ପାଇଁ ୫୭.୭୯ ପ୍ରତିଶତ ମତଦାନ ହୋଇଛି । ତେବେ କିଛି ପୋଲିଂ ବୁଥରେ ଭୋଟ ଦେବା ପାଇଁ ମତଦାତାଙ୍କ ଲମ୍ୱା ଲାଇନ୍ ଦେଖିବାକୁ ମିଳିଛି । ଯେଉଁଥି ପାଇଁ ଭୋଟିଂ ପ୍ରତିଶତ ଆହୁରି ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.