oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଦାବି ପୂରଣ ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବେ ଫାର୍ମାସିଷ୍ଟ, ବୈଠକରେ ନିଷ୍ପତ୍ତି

21/11/2021 at 6:40 PM

ଢ଼େଙ୍କାନାଳ ୨୧/୧୧: ଗ୍ରାମାଞ୍ଚଳ ଡାକ୍ତରଖାନାଗୁଡ଼ିକରେ ସ୍ୱାସ୍ଥ୍ୟସେବାର ସୁଧାର ପାଇଁ ଫାର୍ମାସିଷ୍ଟମାନଙ୍କୁ ଅଧିକ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ସରକାର ନିକଟରେ ନିଷ୍ପତି ନେଇଛନ୍ତି । ଏଥିପାଇଁ ଫାର୍ମାସିଷ୍ଟ ମାନଙ୍କୁ ଦରକାର ପଡ଼ିଲେ ଆହୁରି ତାଲିମ ଦେଇ ଡାକ୍ତରଙ୍କ ଅନୁପସ୍ଥିତିରେ କିଛି ଜରୁରୀ ରୋଗୀସେବା ଅବ୍ୟାହତ ରଖିବା ପାଇଁ ଉଦ୍ୟମ କରାଯିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଭଳି ପରିସ୍ଥିତିରେ ଫାର୍ମାସିଷ୍ଟ ମାନଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି ।

ମାତ୍ର ଏପଟେ ଗତ ୨୦୧୩ ମସିହାରେ ସରକାର ଘୋଷଣା କରିଥିବା ଫାର୍ମାସିଷ୍ଟ ମାନଙ୍କ ନିମନ୍ତେ କ୍ୟାର୍ଡର ରୁଲକୁ ସେମାନେ ବିରୋଧ କରିଆସୁଛନ୍ତି । ଫାର୍ମାସିଷ୍ଟ ମାନଙ୍କୁ ଏହି କ୍ୟାର୍ଡର ରୁଲ ଅଡୁଆରେ ପକାଉଥିବାରୁ ଏହାକୁ ସଂଶୋଧନ ପାଇଁ ଗତ ୭ବର୍ଷ ହେଲା ସେମାନେ ଦାବି କରି ଆସୁଛନ୍ତି । ମାତ୍ର ଏଯାଏଁ ସରକାର ସେମାନଙ୍କ ଏହି ଦାବିକୁ ଗୁରୁତ୍ୱ ଦେଇ ନଥିବା ଜଣାପଡିଛି । ଏପଟେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବାକୁ ସେମାନଙ୍କ ଉପରେ ପରୋକ୍ଷରେ ଲଦି ଦେବାକୁ ରାଜ୍ୟ ଫାର୍ମାସିଷ୍ଟ ସଂଘ ସ୍ୱାଗତ କରିଛି ସତ କିନ୍ତୁ ୨୦୧୩ ମସିହାରେ ଘୋଷିତ କ୍ୟାର୍ଡର ରୁଲକୁ ତୁରନ୍ତ ସଂଶୋଧନ କରିବାକୁ ଦାବି କରିଛି ।

ରବିବାର ଏନେଇ ରାଜ୍ୟ ଫାର୍ମାସିଷ୍ଟ ସେବା ସଂଘ ପକ୍ଷରୁ ରାଜ୍ୟବ୍ୟାପୀ ଫାର୍ମାସିଷ୍ଟ ମାନଙ୍କୁ ନେଇ ଢେଙ୍କାନାଳ ଜିଲ୍ଲା ପରିଷଦ ସଭାଗୃହରେ ଏ ସମ୍ପର୍କରେ ଏକ ଜରୁରୀ ବୈଠକ ହୋଇଛି । ବୈଠକରେ ନିଷ୍ପତ୍ତି ମୁତାବକ ରାଜ୍ୟ ସରକାରଙ୍କ ପକ୍ଷରୁ ଫାର୍ମାସିଷ୍ଟମାନଙ୍କ ପଦୋନ୍ନତି କୁ ସ୍ୱାଗତ କରିଯିବ । ମାତ୍ର ୨୦୧୩ ମସିହାରେ ଘୋଷିତ କ୍ୟାର୍ଡର ରୁଲ ସଂଶୋଧନ ନହେଲେ ରାଜ୍ୟବ୍ୟାପୀ ଫାର୍ମାସିଷ୍ଟ ମାନେ ଆନ୍ଦୋଳନକୁ ଓହ୍ଲାଇବା ସହ ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦେଶାଳୟ ସମ୍ମୁଖରେ ସମୂହ ପ୍ରତିବାଦ ଓ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ।

   Related Posts