LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବିପର୍ଯ୍ୟସ୍ତ ରୋଗୀସେବା : ଡାକ୍ତରଖାନାରେ ଫାର୍ମାସିଷ୍ଟଙ୍କ ନିଦ୍ରାସନ ଭିଡିଓ ଭାଇରାଲ୍

6/07/2019 at 11:13 AM

ଜଗତସିଂହପୁର ୬|୭: ବିବାଦ ପିଛା ଛାଡୁନି ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରୁ । ଗତ ୧୦ ଦିନ ତଳେ ଚିକିତ୍ସାଳୟର ଏକ ପାଇଖାନ ପ୍ୟାନ ଭିତରୁ ଜଣେ ଅଜଣା ନବଜାତ ଶିଶୁର ମୃତଦେହ ଉଦ୍ଧାର ହେବା ଓ ଗତ ୨୯ ତାରିଖ ଦିନ ମେଡିକାଲର ସିକ୍ୟୁରିଟି ରୁମରୁ ବ୍ୟାପକ ମଦ ଜବତ ହେବା ଘଟଣା ସାଧାରଣରେ ଅଲୋଡନ ସୃଷ୍ଟି କରିଥିବା ବେଳେ ପୁଣି ଆଉ ଏକ ଭିଡିଓ ଭାଇରାଲ ହେବା ଘଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚଲିଥିବା ସ୍ବାସ୍ଥ୍ୟ ସେବାର ଅସଲ ଚେହେରାକୁ ପଦାରେ ପକାଇ ଦେଇଛି । 

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡିୟୁଟିରେ ଥିବା ଜଣେ ଫାର୍ମ।ସିଷ୍ଟ ଡିୟୁଟି ରୁମରେ ପଡିଥିବା ଏକ ବେଡରେ ନିଶାଶକ୍ତ କିମ୍ବା କୌଣସି କାରଣରୁ ଅଚିନ୍ତାରେ ଶୋଇଥିବା ବେଳେ ତାଙ୍କ ପାଖରେ ରୋଗୀ ଅପେକ୍ଷା କରି ଛିଡା ହୋଇଛନ୍ତି । ଫାର୍ମ।ସିଷ୍ଟଙ୍କୁ ଡାକିଲେ ମଧ୍ୟ ସେ ଉଠିବାର ନାଁ ଧରୁନାହାଁନ୍ତି । ଏପରିକି ଅସୁସ୍ଥ ଥିବା ଜଣେ ଶିଶୁକୁ ମଧ୍ୟ ତାର ମାଆ କାନ୍ଧରେ ପକାଇ ଅପେକ୍ଷା କରିଛନ୍ତି । ହେଲେ କିଭଳି ଦାୟିତ୍ବହୀନ ଭାବରେ ଏହି ଫାର୍ମ।ସିଷ୍ଟି ଜଣକ କର୍ତ୍ତବ୍ୟରେ ଅବହେଳା କରି ଶୟନ କରିଛନ୍ତି ।

ଏହି ଫାର୍ମ।ସିଷ୍ଟ ଜଣକ ନାଁ ହେଉଛି ମିହିର ଲେଙ୍କା । ସେ ଦୀର୍ଘ ବର୍ଷ ହେବ ଏଠାରେ କାମ କରି ଆସୁଛନ୍ତି । ସେ ମଦ୍ୟପାନ କରି ଏପରି ଶୋଇ ରହିଛନ୍ତି ନା ଅନ୍ୟ କୌଣସି କାରଣ ରହିଛି ସେ ବାବଦରେ ସଂପୃକ୍ତ ଫାର୍ମ।ସିଷ୍ଟଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ କ୍ୟାମେରା ଆଗରେ ମୁହଁ ଲୁଚଇ ଦଉଡି ପଳାଇଥିଲେ ।

ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦୃଷ୍ଟି  ଆକର୍ଷଣ କରାଯିବାରୁ ଏହି ଘଟଣା ତାଙ୍କ ନଜରକୁ ଆସିଥିବାର ସେ କହିବା ସହ ଖୁବଶୀଘ୍ର ଏହାର ତଦନ୍ତ କରି ଅବଶ୍ୟକୀୟ ପଦକ୍ଷପ ଗ୍ରହଣ କରିବେ ବୋଲି କହିଛନ୍ତି ।

   Related Posts