oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

୯୫ଟି ଦେଶରେ କୋଭିଡ-୧୯ ଔଷଧ ପ୍ରସ୍ତୁତି ଲାଗି ଅନ୍ୟ କମ୍ପାନୀଙ୍କୁ ଅନୁମତି ଦେବେ pfizer

16/11/2021 at 8:50 PM

ନୂଆଦିଲ୍ଲୀ ୧୬।୧୧: ଫାର୍ମା ଦିଗ୍ଗଜ ଫାଇଜର ଓ ଜାତିସଂଘ ସମର୍ଥିତ ଅନ୍ତର୍ଜାତୀୟ ସର୍ବସାଧାରଣ ସ୍ୱାସ୍ଥ୍ୟ ସମୂହ ମେଡିସିନ୍ସ ପେଟେଣ୍ଟ ପୁଲ(ଏମପିପି) ମଙ୍ଗଳବାର କୋଭିଡ-୧୯ ଔଷଧ ଲାଗି ଲାଇସେନସିଂ ବୁଝାମଣାରେ ଉପନୀତ ହୋଇଛନ୍ତି। ବୁଝାମଣା ଅନୁସାରେ ଏମପିପି ବିଶ୍ୱବ୍ୟାପୀ ଯୋଗ୍ୟ ଜେନେରିକ ଔଷଧ ନିର୍ମାତାଙ୍କୁ ନିଜର କୋଭିଡ ଔଷଧ ସଂସ୍କରଣ ନିମନ୍ତେ ସବ-ଲାଇସେନ୍ସ ପ୍ରଦାନ କରିପାରିବେ। ତେବେ ଫାଇଜର ତାଙ୍କ କୋଭିଡ ଔଷଧକୁ ପାକ୍ସଲୋଭିଡ ନାମରେ ବିକ୍ରିକରିବେ ବୋଲି ଜଣାପଡିଛି।

ଏହା ପୂର୍ବରୁ ଫାଇଜର ବିଶ୍ୱରେ କୋଭିଡ-୧୯ ପ୍ରତିରୋଧକ ଟିକା ଆବିଷ୍କାର କରିଥିଲେ। ଏବେ ବିକଶିତ କରିଥିବା କୋଭିଡ ପିଲ୍‌ ହସ୍ପିଟାଲରେ ଲୋକଙ୍କ ଆଡମିସନ ଓ ମୃତ୍ୟୁର ସମ୍ଭାବନା ହ୍ରାସ କରୁଥିବା କମ୍ପାନୀ ଦାବି କରୁଛି।  ଭୟାନକ କୋଭିଡରେ ଫାଇଜର ବିକଶିତ କରିଥିବା ଔଷଧ ଡାକ୍ତରୀ ପରୀକ୍ଷଣରେ ୮୯ ପ୍ରତିଶତ ସଫଳ ହୋଇଥିବା ରିପୋର୍ଟ ଆସିଛି। ଏହି ଔଷଧକୁ ରିଟୋନାଭିର ସହ ଉପଯୋଗ କରାଯିବ। ରିଟୋନାଭିର ଏକ ଏଚଆଇଭି ଲାଗି ବ୍ୟବହୃତ ହେଉଥିବା  ଔଷଧ ଓ ଏହା ଏବେ ସାଧାରଣରେ ଉପଲବ୍ଧ ହେଉଛି।  

ମେଡିସିନ ପେଟେଣ୍ଟ ପୁଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଚାର୍ଲସ ଗୋରେ ଗଣମାଧ୍ୟମ ସହ ଏକ ସାକ୍ଷାତକାରରେ କହିଛନ୍ତି ଯେ କୋଭିଡ-୧୯ ପ୍ରକୋପରୁ ବର୍ତ୍ତିବା ଲାଗି ଆମ ଆସ୍ତ୍ରାଗରରେ ଏବେ ଆମେ ଆଉ ଏକ ଅସ୍ତ୍ର ପାଇଯାଇଛୁ। ଫାଇଜର ପ୍ରସ୍ତୁତ ଔଷଧର ଜେନେରିକ ଖୁବ୍ ଶୀଘ୍ର ବଜାରକୁ ଆସିଯିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଲାଇସେନ୍ସ ବୁଝାମଣାରେ ସାମିଲ ୯୫ ଦେଶରେ ବିଶ୍ୱର ୫୩ ପ୍ରତିଶତ ଜନସଂଖ୍ୟା ବସବାସ କରନ୍ତି। ଯେଉଁଥିରେ ସମସ୍ତ ନିମ୍ନ ଓ ମଧ୍ୟମ ଆୟକାରୀ ଦେଶଙ୍କ ସମେତ ଉପ ସାହାରା ଆଫ୍ରିକାର ଉଚ୍ଚ ଓ ମଧ୍ୟମ ଆୟକାରୀ ଦେଶ ମଧ୍ୟ ଅଛନ୍ତି।

ତେବେ ଫାଇଜର ନିମ୍ନଆକାରୀ ଦେଶମାନଙ୍କରେ ଔଷଧ ବିକ୍ରି ଲାଗି ରୟାଲ୍ଟିରେ ରିହାତି ଦେବେ। ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଯେଉଁ ପର୍ଯ୍ୟନ୍ତ କୋଭିଡ-୧୯କୁ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ଜରୁରିକାଳୀନ ପରିସ୍ଥିତି ବର୍ଗରେ ରଖିଥିବେ ସେ ପର୍ଯ୍ୟନ୍ତ ଫାଇଜର ରାଜିନାମାରେ ସାମିଲ ଦେଶମାନଙ୍କୁ ରିହାତି ଦେବେ। ଫାଇଜରଙ୍କ ଏହି ଔଷଧରବିଶ୍ୱରେ ବେଶ ଚାହିଦା ରହିବ। ଏଣୁ କମ୍ପାନୀ ଆଗାମୀ ମାସ ଶେଷ ସୁଦ୍ଧା ୧ଲକ୍ଷ ୮୦ ହଜାର ଟ୍ରିଟମେଣ୍ଟ କୋର୍ସ ଉତ୍ପାଦନ ଲକ୍ଷ୍ୟ ଧାର୍ଯ୍ୟ ରଖିଛନ୍ତି। ଯାହାକୁ ୨୦୨୨ ଶେଷ ସୁଧା ୫୦ ନିୟୁତ କୋର୍ସରେ ପହଞ୍ଚାଇବେ ବୋଲି କହିଛନ୍ତି।

   Related Posts