oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ଫାଇଜର୍ କାହିଁକି ଫେରାଇ ନେଲା ଆବେଦନ ? ଭାରତରେ ଟିକା ଦେବାକୁ ପ୍ରଥମେ ଅନୁମତି ମାଗିଥିଲା ଆମେରିକୀୟ ଫାର୍ମା କମ୍ପାନୀ

5/02/2021 at 1:40 PM

ନୂଆଦିଲ୍ଲୀ,୦୫/୦୨:  ଭାରତରେ ସର୍ବ ପ୍ରଥମେ କୋଭିଡ-୧୯ ଭାକସିନର ଜରୁରୀକାଳିନ ବ୍ୟବହାର ପାଇଁ ଆବେଦନ କରିଥିବା ଫାଇଜର୍ ଏବେ  ମନ ବଦଳାଇ ଦେଇଛି । ଆମେରିକାର ଏହି ଫାର୍ମା କମ୍ପାନୀ ଭାରତରେ ଦାଖଲ କରିଥିବା ଆବେଦନ ଫେରସ୍ତ କରିନେଇଛି । କମ୍ପାନୀ ନ୍ୟୁଜ ଏଜେନ୍ସି ରୟଟର୍ସକୁ ଏହି ସୂଚନା ଦେଇଛି । କମ୍ପାନୀ କହିଛି ଯେ, ବୁଧବାର ଭାରତରେ ଡିସିଜିଆଇଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

କମ୍ପାନୀ କହିଛି ଯେ, ଏବେ ଆବେଦନକୁ ଫେରସ୍ତ ନିଆଯାଇଛି । ଅଧିକାରୀଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ପରେ ଅତିରିକ୍ତ ତଥ୍ୟ ସହ ପୁଣି ଆବେଦନ କରାଯିବ । ବ୍ରିଟେନ, ବହରୀନ, କାନାଡା ସମେତ ଅମେକ ଦେଶ ପୂର୍ବରୁ ଫାଇଜର ଟିକାକୁ ଜରୁରୀକାଳିନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇ ସାରିଛନ୍ତି ।

ବର୍ତ୍ତମାନ ଡିସିଜିଆଇ କୋଭାକ୍ସିନ୍ ଓ କୋଭିସିଲ୍ଡକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି । କୋଭିସିଲ୍ଡକୁ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ପ୍ରସ୍ତୁତ କରିଥିବା ବେଳେ ଏହାର ପ୍ରସ୍ତୁତି ପୁଣେର ସିରମ ଇନଷ୍ଟିଚ୍ୟୁଟରେ ହେଉଛି । ସେହିପରି କୋଭାକ୍ସିନକୁ ଭାରତ ବାୟୋଟେକ୍ ଓ ଆଇସିଏମଆର ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି । ଏହାର ନିର୍ମାଣ ହାଇଦ୍ରାବାଦରେ ହେଉଛି । ସେହିପରି ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଜାନୁଆରୀ ୧୬ରୁ ଆରମ୍ଭ ହୋଇସାରିଛି ।

   Related Posts