AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ବିଶ୍ୱ ଆର୍ଥିକ ମଞ୍ଚରେ ସାମ୍ୱାଦିକଙ୍କ ପ୍ରଶ୍ନରେ ଘାଇଲା ହେଲେ ଫାଇଜଲ ସିଇଓ, ଟିକାର ପ୍ରଭାବକୁ ନେଇ କରିଥିଲେ ପ୍ରଶ୍ନ

20/01/2023 at 5:55 PM

ନୂଆଦିଲ୍ଲୀ: ଆମେରିକାର ଔଷଧ ନିର୍ମାତା କମ୍ପାନି ଫାଇଜରର ସିଇଓ ଅଲବର୍ଟ ବୋର୍ଲା ନିଜ କୋଭିଡ୍ ଟିକାକୁ ନେଇ କଠିନ ପ୍ରଶ୍ନର ସାମନା କରିଛନ୍ତି । ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଜାରି ବିଶ୍ୱ ଆର୍ଥକ ମଞ୍ଚରେ କମ୍ପାନିର ଟିକାର ପ୍ରଭାବକୁ ନେଇ ସାମ୍ୱାଦିକଙ୍କ କଠିନ ପ୍ରଶ୍ନ ସାମନା କରିଛନ୍ତି । ତେବେ ସେ ପ୍ରତିଥର ଏହି ପ୍ରଶ୍ନ ଗୁଡିକୁ ଏଡାଇ ଦେବାକୁ ପ୍ରୟାସ କରିଥିଲେ । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଫାଇଜରର ସିଇଓଙ୍କୁ ରିବେଲ ନ୍ୟୁଜର ଜଣେ ସାମ୍ୱାଦିକ ପ୍ରଶ୍ନ କରିଥିଲେ, ଯାହାକୁ ନେଇ ସେ ଅସହଜ ହୋଇଥିଲେ । ସାମ୍ୱାଦିକ ପ୍ରଶ୍ନ କରିଥିଲେ ଯେ ଟିକା ଭାଇରାସର ବ୍ୟାପିବା ରୋକିପାରିବ ନାହିଁ, ଏହି ତଥ୍ୟ କମ୍ପାନି ଲୁଚାଇ ରଖିଥିଲା । ଏହାର ଜବାବରେ ଫାଇଜର ସିଇଓ କେବଳ ଧନ୍ୟବାଦ-ଧନ୍ୟବାଦ କହି ପ୍ରଶ୍ନକୁ ଏଡାଇ ଦେଇଥିଲେ ।

ଫାଇଜରର ସିଇଓଙ୍କୁ ସାମ୍ୱାଦିକ ପ୍ରଶ୍ନ କରିଥିଲେ ଯେ, ‘ଫାଇଜର କହିଥିଲା ଯେ ଏହା ୧୦୦ ପ୍ରତିଶତ ପ୍ରଭାବୀ, ପରେ ୯୦ ପ୍ରତିଶତ, ପରେ ୮୦ ପ୍ରତିଶତ, ପରେ ୭୦ ପ୍ରତିଶତ, କିନ୍ତୁ ଏବେ ଆମେ ଜାଣିଛୁ ଯେ ଟିକା ସଂକ୍ରମଣକୁ ରୋକି ପାରିବ ନାହିଁ । ଆପଣ ଏହି ତଥ୍ୟକୁ କାହିଁକି ଲୁଚାଇ ରଖିଲେ ?’ ଏହାସହ ଏହି ଅପ୍ରଭାବୀ ଟିକା ପାଇଁ ଦୁନିଆକୁ ଭୁଲ ମାଗିବେ ବୋଲି ପ୍ରଶ୍ନ କରିଥିଲେ । ଫାଇଜର ସିଇଓ ଏହି ସବୁ ପ୍ରଶ୍ନକୁ ଏଡାଇ ଯାଉଥିବା ଦେଖିବାକୁ ମିଳିଥିଲା ।

ଅନ୍ୟପଟେ ଡବ୍ଲୁଟିଓର ମହାନିର୍ଦ୍ଦେଶକ ଗୋଜୀ ଓକୋଞ୍ଜୋ-ଅବେଲା କାର୍ବନ ନିର୍ଗମନକୁ ଅଧା କରି ୨୦୩୦ର ଲକ୍ଷ୍ୟକୁ ହାସଲ କରିବା ପାଇଁ ଯୋଗାଣ ଶୃଙ୍ଖଳାକୁ ଡି-କର୍ବନାଇଜ୍ କରିବା ପାଇଁ କର୍ବାନ ମୂଲ୍ୟ ନିର୍ଦ୍ଧାରଣ, ଆମଦାନୀ ଶୁଳ୍କ ଏବଂ  ନିୟାମକ ପ୍ରସଙ୍ଗରେ ତତ୍କାଳ ସୁଧାରର ଆବଶ୍ୟକତା ଉପରେ ଜୋର ଦେଇଥିଲେ । ସେ କହିଥିଲେ ଯେ ସାରା ଦୁନିଆରେ ଅତି କମରେ ୭୦ କାର୍ବନ ମୂଲ୍ୟ ନିର୍ଦ୍ଧାରଣର ଯୋଜନା ରହିଛି, ଯାହାଦ୍ୱାରା ପ୍ରତିଦ୍ୱନ୍ଦ୍ୱିତା ଉପରେ ଅନିଶ୍ଚିତତା ଏବଂ ଚିନ୍ତା ସୃଷ୍ଟି ହୋଇଥାଏ । ଇବେଲା କହିଛନ୍ତି ଯେ ବିଶ୍ୱ ବାଣିଜ୍ୟ ସଂଗଠନ କାର୍ବନ ମୂଲ୍ୟ ନିର୍ଦ୍ଧାରଣକୁ ଉପଯୋଗୀ କରିବା ପାଇଁ ବିଶ୍ୱ ବ୍ୟାଙ୍କ, ଆର୍ଥିକ ସହଯୋଗ ଏବଂ ବିକାଶ ସଗଂଠନ ଏବଂ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ କାମ କରୁଛନ୍ତି ।

   Related Posts