ଜୀବନ ସହ ଖେଳୁଛନ୍ତି ଔଷଧ କମ୍ପାନୀ: କ୍ୟାନ୍‌ସର ବିପଦ ନେଇ ହୋଇଥିବା ୧୦ ହଜାର କେସ୍‌କୁ ରଫାଦଫା କରିଥିବା ସ୍ୱୀକାର କଲା ଫାଇଜର

Published By : Prameya-News7 Bureau | May 08, 2024 IST

indiatoday

ନୂଆଦିଲ୍ଲୀ: ଭୟାନକ ହେଉଛି ସ୍ଥିତି। ଦୋଷ ଲୁଚାଇ କୋଟି କୋଟି ଲୋକଙ୍କ ଜୀବନ ସହ ଖେଳୁଛନ୍ତି ଔଷଧ କମ୍ପାନୀ। ସରକାର ଚୁପ୍‌, ଆଇନକାନୁନ ବି ଫେଲ୍‌। ନିକଟରେ ବ୍ରିଟେନ କମ୍ପାନୀ ଆଷ୍ଟ୍ରାଜେନିକାର ସାଇଡ୍‌ ଇଫେକ୍ଟ ଖବର ସାରା ବିଶ୍ୱରେ ଆତଙ୍କ ଖେଳାଇଥିଲା। କମ୍ପାନୀ ଉପରେ ଲଗାତର କ୍ୟାସ୍‌ ହେବା ପରେ ଶେଷରେ କମ୍ପାନୀ ହାର୍ ମାନି ସାଇଡ୍‌ ଇଫେକ୍ଟ କଥା ସ୍ୱୀକାର କରିଥିଲା। ବୁଧବାର ଆଷ୍ଟ୍ରାଜେନିକା ସମସ୍ତ ଭ୍ୟାକ୍ସିନ୍‌କୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛି। 

ଏବେ ଆମେରିକାର ଫାର୍ମା କମ୍ପାନୀ ଫାଇଜର୍‌ କୋର୍ଟରେ ଯେଉଁ ତଥ୍ୟ ସ୍ୱୀକାର କରିଛି ତାହା ଜାଣିଲେ ଆପଣଙ୍କର ହୋସ୍ ଉଡ଼ିଯିବ। ଫାଇଜର କମ୍ପାନୀର ଜାଣ୍ଟାକ୍(Zantac) ହାର୍ଟ ବର୍ଣ୍ଣ ଔଷଧରେ କ୍ୟାନ୍‌ସର ୱାର୍ଣ୍ଣିଂ ଦିଆଯାଇ ନଥିବା ନେଇ କମ୍ପାନୀ ବିରୋଧରେ ୧୦ ହଜାର ମାମଲା ହୋଇଥିଲା। ହେଲେ ଫାଇଜର ଏସବୁ ମାମଲାର ରଫାଦଫା କରିଥିବା ସ୍ୱୀକାର କରିଛି। ମାନେ କମ୍ପାନୀ ଯେନତେନ ପ୍ରକାରେ ଏସବୁ ଅଭିଯୋଗକୁ ଦବାଇବାରେ ସଫଳ ହୋଇଛି। ଖବର ଶୁଣି ଆପଣଙ୍କର ହୋସ୍ ଉଡ଼ିଯିବଣି। ଭାବିପାରୁଛନ୍ତି ତ କେତେ ଭୟଙ୍କର ମାନସକିତା। ଆଇନଗତ ଲଢ଼େଇରେ ଏହା ଆମେରିକାରେ କାହିଁକି ସାରା ବିଶ୍ୱରେ ଏକ ବଡ଼ ଲିଗାଲ ଲଢେଇ ବୋଲି ବ୍ଲୁମ୍‌ ବର୍ଗ ରିପୋର୍ଟ ପ୍ରକାଶ କରିଛି। 

କମ୍ପାନୀ ରଫାଦଫା କରିଥିବା ଏହିସବୁ ମାମଲାଗୁଡ଼ିକ ମଧ୍ୟରେ ଆମେରିକାର ବିଭିନ୍ନ ରାଜ୍ୟର କୋର୍ଟଗୁଡ଼ିକରେ ଚାଲିଥିବା କେସ୍ ବି ସାମିଲ୍ ରହିଛି। କନ୍ତୁ ଜାଣ୍ଟାକ୍ ସହିତ ସମ୍ପର୍କିତ ଫାଇଜର ଆଇନଗତ ମାମଲାର ପୂରା ସମାଧାନ ହୋଇ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି। ତେବେ ଏହି ମାମଲାରେ କମ୍ପାନୀ କେତେ ଟଙ୍କା ଖର୍ଚ୍ଚ କରିଛି ତାର ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସି ନାହିଁ। ଆମେରିକାର ଏକ ଲୋକପ୍ରିୟ ଆଣ୍ଟାସିଡ୍ ଭାବରେ କମ୍ପାନୀର ୩୦ ବର୍ଷରୁ ଅଧିକ ବ୍ୟବସାୟିକ ଇତିହାସରେ ଜାଣ୍ଟାକ ବିଭିନ୍ନ ଡ୍ରଗ୍ ନିର୍ମାତାଙ୍କ ସହିତ ହାତ ମିଳାଇଛନ୍ତି।

ଆରମ୍ଭରୁ ଜିଏସ୍‌କେ ଓ ୱାର୍ଣ୍ଣର ଲାମ୍ବର୍ଟଙ୍କ ଦ୍ୱାରା ବିକଶିତ କରାଯାଇଥିବା ଜାଣ୍ଟାକ ୧୯୮୩ ମସିହାରେ ଆମେରିକା ମାର୍କେଟ୍‌ରେ ପ୍ରେସ୍‌କ୍ରିପସନ ଔଷଧ ରୂପରେ ବଜାରରେ ପ୍ରବେଶ କରିଥିଲା। ହେଲେ ପରେ ୧୯୯୬ରେ ହାର୍ଟବର୍ଣ୍ଣର୍‌ ଔଷଧ ରୂପେ ପରିଣତ ହୋଇଗଲା। 

୨୦୧୭ରେ ସାନୋଫି ଏହି ଔଷଧକୁ ଅଧିଗ୍ରହଣ କରିଥିଲା। ହେଲେ ସ୍ୱାଧୀନ ଭାବେ ପରିଚାଳିତ ଏକ ଲ୍ୟାବ୍ ଟେଷ୍ଟିଂରେ ରିସ୍କ ଜଣାପଡ଼ିବାରୁ କମ୍ପାନୀ ୨୦୧୯ରେ ଏହାକୁ ଛାଡିଦେଲା। ତେବେ ଜାଣ୍ଟାକ୍‌ ନିର୍ମାତା ଜିଏସ୍‌କେ ପିଏଲ୍‌ସି ଓ ସାନୋଫି(Sanofi) ମଧ୍ୟ ଅତୀତରେ ଏହି ଔଷଧକୁ ନେଇ ହୋଇଥିବା ଶତାଧିକ ମାମଲାର ରଫାଦଫା କରିଥିଲେ। ଗତମାସରେ ସାନୋଫୀ ୪,୦୦୦ ଜାଣ୍ଟାକ୍‌ ସମ୍ପର୍କିତ କେସ୍‌କୁ ୧୦୦ ମିଲିଅନ ଟଙ୍କା ଖର୍ଚ୍ଚ କରି ରଫାଦଫା କରିଥିଲା ବୋଲି ବ୍ଲୁମବର୍ଗ ରିପୋର୍ଟ ପ୍ରକାଶ କରିଛି। ଅନ୍ୟପଟେ ଅନ୍ୟ ଏକ ଜାଣ୍ଟାକ୍ ନିର୍ମାତା କମ୍ପାନୀ ଜିଏସ୍‌କେ ବର୍ତ୍ତମାନ ଆମେରିକାର ବିଭିନ୍ନ କୋର୍ଟରେ ଆଇନଗତ ଲଢେଇର ସାମ୍ନା କରୁଛି।   


ସିକାଗୋରେ ଚାଲୁଥିବା ମାମଲାକୁ ନେଇ ଡେଲାୱେୟରେ କୋର୍ଟରେ ଜାଣ୍ଟାକ୍‌ ବିରୋଧରେ ଆବେଦନ ହେବା ପରେ ଫାଇଜର ସମ୍ପର୍କରେ ପୂରା ମାମଲା ସାମ୍ନାକୁ ଆସିଥିଲା। ଡେଲାୱେରରେ ୭୦,ହାଜରରୁ  ଅଧିକ ଜାଣ୍ଟାକ ବିରୋଧୀ ମକଦ୍ଦମା ଦାୟର କରାଯାଇଛି। ବିଚାରପତି ଏହି ମାମଲାଗୁଡ଼ିକରେ ବୈଜ୍ଞାନିକ ପ୍ରମାଣର ଉପରେ ବିଚାର କରୁଛନ୍ତି। ସିକାଗୋ ବିଚାରପତି ମଧ୍ୟ ମାମଲାର ଶୁଣାଣି ପାଇଁ ରାଜି ହୋଇଛନ୍ତି ଏଥିପାଇଁ ଜାଣ୍ଟାକ ଅନ୍ୟ ନିର୍ମାତା ଜିଏସ୍‌କେ ବୋହିରିଙ୍ଗର୍ ଇଙ୍ଗେଲହିମ୍ ଜିଏମ୍‌ବିଏଚ୍‌କୁ ସମନ କରାଯାଇଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.