ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | September 28, 2022 IST

ନୂଆଦିଲ୍ଲୀ ୨୮/୦୯: ପିଏଫଆଇ ବା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ଉପରେ ଲାଗିଲା ପ୍ରତିବନ୍ଧକ । ଗୃହମନ୍ତ୍ରଳାୟ ୫ ବର୍ଷ ପାଇଁ ଏହି ସଂସ୍ଥା ବିରୋଧରେ ପ୍ରତିବନ୍ଧକ ଲଗାଇଛି । ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦ୍ର ସରକାର । ସରକାରୀ ଗେଜେଟରେ ଏହା ପ୍ରକାଶ କରିଛନ୍ତି । PFI ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏହା ପରେ ଗୃହ ମନ୍ତ୍ରଣାଳୟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

PFI ଉପରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନ ମଙ୍ଗଳବାର ମଧ୍ୟ ଜାରି ରହିଛି । ଦେଶର ୬ଟି ରାଜ୍ୟରେ PFI ର ବିଭିନ୍ନ ସ୍ଥାନରେ ନିଆଯାଇଥିବା କାର୍ଯ୍ୟରେ ଏହାର ୯୦ ରୁ ଅଧିକ କର୍ମଚାରୀଙ୍କୁ ଅଟକ ରଖାଯାଇଛି । ସୂଚନା ଥାଉକି, ସୋମବାର ମଧ୍ୟରାତ୍ରରୁ ଏନଆଇଏର ଏକାଧିକ ଟିମ୍ ୮ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବିଭିନ୍ନ ସ୍ଥାନରେ ରେଡ୍ କରି ୧୭୦ ଜଣ ପିଏଫଆଇ ସଦସ୍ୟଙ୍କୁ ଉଠାଇ ନେଇଥିଲା ଏନଆଇଏ । ଏମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଅଟକ ରଖି ଜେରା କରାଯାଇଛି ।

ଏହା ପୂର୍ବରୁ ସେପ୍ଟେମ୍ବର ୨୨ରେ ୧୫ ରାଜ୍ୟର ୯୩ଟି ସ୍ଥାନରେ ରେଡ କରିଥିଲା ଏନଆଇଏ । ପିଏଫଆଇ ଏକ ଇସଲାମିକ ସଙ୍ଗଠନ । ଆତଙ୍କବାଦୀ ସଙ୍ଗଠନ ସିମି ଭାରତରୁ ବ୍ୟାନ ହେବା ପରେ ଏହାର ଫ୍ରଣ୍ଟାଲ ଅର୍ଗାନାଇଜେସନ ଭାବେ ୨୦୦୬ରେ ପିଏଫଆଇ ଗଠନ ହୋଇଥିଲା । ପ୍ରଥମ ରାଜ୍ୟ ଭାବେ କେରଳରେ ପିଏଫଆଇ ସକ୍ରିୟ ହୋଇଥିଲା । ଏବେ ୨୪ଟି ରାଜ୍ୟରେ ସକ୍ରିୟ ରହିଛି । ଏହି ସଙ୍ଗଠନ ବାରମ୍ବାର ଦେଶବିରୋଧୀ କାର୍ଯ୍ୟକଳାପରେ ସାମିଲ ଥିବା ନେଇ ଅଭିଯୋଗ ରହିଛି । ଦେଶରେ ହୋଇଥିବା ବିଭିନ୍ନ ହିଂସାରେ ପିଏଫଆଇର ସଂପୃକ୍ତି ଥିବା ସୂଚନା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଟନା ରାଲିକୁ ପିଏଫଆଇ ଟାର୍ଗେଟ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.