ବିଜେପି ଶାସିତ ୫ଟି ରାଜ୍ୟ ପେଟ୍ରୋଲ ଡିଜେଲ ଉପରୁ ଅଢେଇ ଟଙ୍କା ଭାଟ୍ ହ୍ରାସ କଲେ

Published By : Prameya-News7 Bureau | October 04, 2018 IST

ନୂଆଦିଲ୍ଲୀ ୪|୧୦:  ଭାରତୀୟ ଜନତା ପାର୍ଟି ଶାସିତ ୫ଟି ରାଜ୍ୟ ମଧ୍ୟ ଆଉ ଅଢେଇ ଟଙ୍କା କମାଇଲେ ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଏବଂ ଡିଜେଲ ଉପରୁ କେନ୍ଦ୍ର ସରକାର ଅଢେଇ ଟଙ୍କା ହ୍ରାସ କରିବା ପରେ ବିଜେପି ଶାସିତ ରାଜ୍ୟ ଗୁଜୁରାଟ, ମହାରାଷ୍ଟ୍ର, ଛତିଶଗଡ, ତ୍ରିପୁରା ଏବଂ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀମାନେ ପେଟ୍ରୋଲ ଓ ଡିଜେଲ ଉପରୁ ଅଢେଇ ଟଙ୍କା ଭାଟ୍ ହ୍ରାସ ପାଇଁ ଘୋଷଣା କରିଛନ୍ତି । ଫଳରେ ଗୁରୁବାର ମଧ୍ୟରାତ୍ରରୁ ଏହି ସବୁ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ୫ଟଙ୍କା ହ୍ରାସ ପାଇବ । ତେବେ ଅନ୍ୟ ରାଜ୍ୟମାନେ ଏ ନେଇ କୌଣସି ନିଷ୍ପତ୍ତି ନେଇନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.