କ୍ଷେତ୍ରୀୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଅଦ୍ଭୁତ ଚିକିତ୍ସା : କଣା ନଖ ପାଇଁ ପେଟ୍ରୋଲ ଥେରାପି, ସଂକ୍ରମଣ ଯୋଗୁଁ ଆଙ୍ଗୁଠି ହରାଇଲେ ଛାତ୍ର

Published By : Prameya-News7 Bureau | August 25, 2020 IST

ଦେବଗଡ଼ ୨୫।୦୮: ପେଟ୍ରୋଲ ଥେରାପି ପାଇଁ ଶେଷରେ ଆଙ୍ଗୁଠି କଟା ହେଲା । ଚିକିତ୍ସା କ୍ଷେତ୍ରରେ ଅନେକ ପ୍ରକାର ଥେରାପି ର ନାମ ଆପଣ ଶୁଣିଥିବେ।  ମାତ୍ର ପେଟ୍ରୋଲ ଥେରାପି କଥା ଶୁଣିନଥିବେ। ଏହି  ପେଟ୍ରୋଲ ଥେରାପି ପାଇଁ ଶେଷରେ ଜଣେ କଲେଜ ଛାତ୍ର ଙ୍କୁ ନିଜ ଆଙ୍ଗୁଠି ହରାଇବାକୁ ପଡିଛି ।

ଘଟଣା ଘଟିଛି ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଉଟୁଣିଆ ଗାଁରେ। ଗାଁର ତ୍ରିପୁରାରୀ ପ୍ରଧାନ ଙ୍କ ପୁଅ ସନ୍ଦୀପ ପ୍ରଧାନଙ୍କ ଡାହାଣ ଗୋଡ଼ ବୁଢା ଆଙ୍ଗୁଠି ରେ କଣନଖା ହେବା ଯୋଗୁ ସେ ଜୁନ୍ ୧୭ ତାରିଖରେ ପଳଶମା କ୍ଷେତ୍ରୀୟ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସିତ ହୋଇଥିଲେ। ଡାକ୍ତରଖାନା କର୍ମଚାରୀ କୁଆଡ଼େ ପେଟ୍ରୋଲ ଦେଇ ତାଙ୍କ କଣନଖା ସଫା କରିଥିଲେ ବୋଲି ଅଭିଯୋଗ ହୋଇଛି। ତେବେ ପରେ ଏହି ଘା ସଂକ୍ରମିତ ହେବାରୁ ସନ୍ଦୀପଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଶେଷରେ ତାଙ୍କ ସଂକ୍ରମିତ ଆଙ୍ଗୁଠିକୁ କାଟିବାକୁ ପଡିଛି। 

ତେବେ  ଏନେଇ ସନ୍ଦିପ ଙ୍କ ପରିବାର ପକ୍ଷରୁ କୁଣ୍ଢେଇଗୋଳା ଥାନା ରେ ଲିଖିତ ଅଭିଯୋଗ ଦିଆଯାଇଛି । ଅନ୍ୟ ପକ୍ଷରେ ପଳଶମା ସନ୍ଦିପ ଙ୍କ ଗୋଡର ସଫା କରିଥିବା ଫାର୍ମାସିଷ୍ଟ ଙ୍କ ଏକ ଫୋନ ରେକର୍ଡିଂ ରୁ ସେ ପେଟ୍ରୋଲ ରେ ସଫା କରିଥିବା କୁହାଯାଉଛି। ସେପଟେ କ୍ଷେତ୍ରୀୟ ସ୍ବାସ୍ଥ୍ୟ କେନ୍ଦ୍ର ର ଡାକ୍ତର ଚିତ୍ତରଞ୍ଜନ ସାହୁ ଙ୍କ କହିବା କଥା ସନ୍ଦିପ ଙ୍କ ଗୋଡର ଚିକିତ୍ସା ସଂମ୍ପୂର୍ଣ୍ଣ ରୂପେ ଡାକ୍ତରୀ ପଦ୍ଧତି  ଓ ବ୍ୟବସ୍ଥା ମଧ୍ୟରେ କରାଯାଇଛି । ମାତ୍ର କିଭଳି ସଂକ୍ରମଣ ହେଲା ସେ ଆଶ୍ଚର୍ଯ୍ୟ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.