oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ଭାରତଠୁ ଅଧା ଦାମ୍‌ରେ ପାକିସ୍ତାନରେ ବିକ୍ରି ହେଉଛି ପେଟ୍ରୋଲ, ଭେନେଜୁଏଲାରେ ରହିଛି ୧.୪୫ ଟଙ୍କା, ଜାଣନ୍ତୁ ପଡୋଶୀ ଦେଶର ତୈଳ ଦର…

18/02/2021 at 1:48 PM

ନୂଆଦିଲ୍ଲୀ ୧୮।୦୨: ଭାରତରେ ସଂପ୍ରତି ପେଟ୍ରୋଲ-ଡିଜେଲ୍‌ ଦର ଆକାଶ ଛୁଆଁ ରହିଛି। ଦେଶର ଅନେକ ସହରରେ ତୈଳ ଦର ଶତକ ବା ତିନି ଅଙ୍କ ଛୁଇଁଛି। ଦର ବୃଦ୍ଧିରେ କଲବଲ ଜନତା ତ୍ରାହି ତ୍ରାହି ଡାକିଲେଣି। କିନ୍ତୁ ଆପଣ ଜାଣିଛନ୍ତି କି, ଆମର ପଡୋଶୀ ଦେଶ ଗୁଡିକରେ ପେଟ୍ରୋଲ-ଡିଜେଲ୍ ବହୁତ ଶସ୍ତା ରହିଛି। ପାକିସ୍ତାନ, ବାଂଲାଦେଶ, ନେପାଳ, ଭୂଟାନ, ଶ୍ରୀଲଙ୍କା ଓ ଚୀନର ତୈଳ ଦର ଆମ ତୂଳନରେ ବହୁତ ଶସ୍ତା  ରହିଛି। ଦେଶର ଦିଲ୍ଲୀ-ମୁମ୍ବାଇ ସମେତ ଅନେକ ଅଞ୍ଚଳରେ ପେଟ୍ରୋଲ-ଡିଜେଲ୍ ଦର ସର୍ବକାଳୀନ ଉଚ୍ଚସ୍ତରରେ ପହଞ୍ଚିଛି।

ଅନ୍ୟପଟେ ପଡୋଶୀ ଦେଶ ଉପରେ ନଜର ପକାଇଲେ ପାକିସ୍ତାନରେ ଭାରତଠୁ ଅଧା ଦାମରେ ପେଟ୍ରୋଲ ମିଳୁଛି। ଭୂଟାନ, ନେପାଳ ପରି ଆମଠୁ ଗରିବ ଦେଶଗୁଡିକରେ ପେଟ୍ରୋଲ-ଡିଜେଲ ବହୁତ ଶସ୍ତା ରହିଛି। ପୂରା ଦୁନିଆରେ ସବୁଠୁ ଶସ୍ତା ପେଟ୍ରୋଲ ଭେନେଜୁଏଲାରେ ମିଳୁଛି। ଏହି ଦେଶରେ ଭାରତୀୟ ମୁଦ୍ରା ହିସାବରେ ପେଟ୍ରୋଲ ଲିଟର ପିଛା ୧.୪୬ ଟଙ୍କାରେ ବିକ୍ରି ହେଉଛି। ଅନ୍ୟପଟେ ହଂକଂରେ ପେଟ୍ରୋଲ ସବୁଠୁ ମହଙ୍ଗା ରହିଛି।  ଏଠାରେ ଲିଟର ପ୍ରତି ପେଟ୍ରୋଲ ୧୭୨.୬୬ ଟଙ୍କାରେ ବିକ୍ରି ହେଉଛି। globalpetrolprices.com ଓ୍ଵେବସାଇଟ୍‌ରେ ଫେବୃଆରୀ ୧୫ରେ ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟ କିଛି ଏମିତି ରହିଛି।

ଭାରତରେ ପେଟ୍ରୋଲ ଲିଟର ପିଛା ୯୧.୭୫ ଏବଂ ଡିଜେଲ୍ ଲିଟର ପ୍ରତି ୮୩.୬୨ ଟଙ୍କା ରହିଛି।

ପାକିସ୍ତାନରେ ପେଟ୍ରୋଲ ଲିଟର ପିଛା ୫୧.୩୭ ଏବଂ ଡିଜେଲ୍ ଲିଟର ପ୍ରତି ୫୩.୦୪ ଟଙ୍କା ରହିଛି।

ଭୂଟାନରେ ପେଟ୍ରୋଲ ଲିଟର ପ୍ରତି ୪୯.୫୬ ଏବଂ ଡିଜେଲ୍ ଲିଟର ପିଛା ୪୬.୩୦ ଟଙ୍କା ରହିଛି।

ଶ୍ରୀଲଙ୍କାରେ ପେଟ୍ରୋଲ ଲିଟର ପିଛା ୬୧.୩୭ ଏବଂ ଡିଜେଲ୍ ଲିଟର ପ୍ରତି ୩୮.୯୨ ଟଙ୍କା ରହିଛି।

ନେପାଳରେ ପେଟ୍ରୋଲ ଲିଟର ପ୍ରତି ୬୮.୯୭ ଏବଂ ଡିଜେଲ୍ ଲିଟର ପିଛା ୫୮.୩୧ ଟଙ୍କା ରହିଛି।

ଚୀନରେ ପେଟ୍ରୋଲ ଲିଟର ପିଛା ୭୪.୭୪ ଏବଂ ଡିଜେଲ୍ ଲିଟର ପ୍ରତି ୬୫.୧୧ ଟଙ୍କା ରହିଛି।

ବାଂଲାଦେଶରେ ପେଟ୍ରୋଲ ଲିଟର ପ୍ରତି ୭୬.୪୦ ଏବଂ ଡିଜେଲ୍ ଲିଟର ପିଛା ୫୫.୮୦ ଟଙ୍କା ରହିଛି।

ଭେନେଜୁଏଲାରେ ପେଟ୍ରୋଲ ଲିଟର ପିଛା ୧.୪୫ ଟଙ୍କା ରହିଛି।

ହଂକଂରେ ପେଟ୍ରୋଲ ଲିଟର ପିଛା ୧୭୪.୩୭ ଏବଂ ଡିଜେଲ୍ ଲିଟର ପ୍ରତି ୧୪୭.୩୬ ଟଙ୍କା ରହିଛି।

ଭାରତରେ ଏଥିପାଇଁ ତୈଳ ଦର ମହଙ୍ଗା

ଭାରତରେ ତୈଳ ଦର ଏଥିପାଇଁ ବହୁତ ମହଙ୍ଗା କାରଣ ଏଠାରେ ଟ୍ୟାକ୍ସ ବହୁତ ଅଧିକ ରହିଛି। କାରଣ ଆମ ଦେଶରେ ଭିନ୍ନ ଭିନ୍ନ ରାଜ୍ୟ ଭିନ୍ନ ଭିନ୍ନ ପ୍ରକାରର ଟ୍ୟାକ୍ସ ଆଦାୟ କରନ୍ତି। କେନ୍ଦ୍ର ସରକାର ତୈଳ ଉପରେ ଏକ୍ସାଇଜ ଡ୍ୟୁଟି ଲଗାଇବା ପରେ ରାଜ୍ୟ ସରକାର ଭ୍ୟାଟ୍ ଅର୍ଥାତ  ଭେଲ୍ୟୁ ଆଡେଡ୍ ଟ୍ୟାକ୍ସ ଲଗାଇଥାନ୍ତି। ପୂରା ଦେଶରେ ସବୁଠୁ ଅଧିକ ଭ୍ୟାଟ୍ ରାଜସ୍ଥାନ ସରକାର ଲଗାଇଛନ୍ତି।

ଜାଣନ୍ତୁ ପେଟ୍ରୋଲ ଓ ଡିଜେଲ୍‌ର ମୂଲ୍ୟର ସମୀକରଣ

ପେଟ୍ରୋଲ – ୮୯.୨୯ ଟଙ୍କା, ଡିଜେଲ୍- ୭୯.୭୦ ଟଙ୍କା

ବେସ୍ ପ୍ରାଇସ୍ – ୩୨.୧୦, ୩୩.୭୧ ଟଙ୍କା

କେନ୍ଦ୍ରୀୟ ଟ୍ୟାକ୍ସ ବା ଏକ୍ସାଇଜ ଡ୍ୟୁଟି- ୩୨.୯୦ ଟଙ୍କା, ୩୧.୮୧ ଟଙ୍କା

ରାଜ୍ୟ ଟ୍ୟାକ୍ସ ବା ଭାଟ୍- ୨୦.୬୧, ୧୧.୬୧

ଡିଲର କମିଶନ- ୩.୨୪ ଟଙ୍କା, ୨.୧୫ ଟଙ୍କା

   Related Posts