ସିଲ୍ ହେଲା ପେଟ୍ରୋଲ ପମ୍ପ, ପୋଲିସ ଉପସ୍ଥିତିରେ ତାଲା ପକାଇଲା ପ୍ରଶାସନ

Published By : Prameya-News7 Bureau | July 30, 2021 IST

ଖଲ୍ଲିକୋଟ, ୩୦/୦୭ :   ଗଞ୍ଜାମ ଜିଲା ଛତ୍ରପୁର ସହରରେ ଥିବା ଭାରତ ପେଟ୍ରୋଲ ପମ୍ପକୁ ଛତ୍ରପୁର ଏନଏସି ପ୍ରଶାସନ ପକ୍ଷରୁ ଶୁକ୍ରବାର ସିଲ କରିଦିଆଯାଇଛି ।ଚୁକ୍ତି ଶେଷ ହେବା ସହ ରେଣ୍ଟ୍ ପ୍ରଦାନ କରିନଥିବା କାରଣରୁ ଏହାକୁ ସିଲ୍ କରାଯାଇଛି ।

ସୂଚନାନୁସାରେ, ପେଟ୍ରୋଲ ପମ୍ପ୍ ସହ ଛତ୍ରପୁର ଏନଏସି କରିଥିବା ଚୁକ୍ତି ୨୦୧୫ରୁ ଶେଷ ହୋଇଛି ।   ଚୁକ୍ତି ଅବଧି ଶେଷ ହେବା ପରେ ବି ଦୀର୍ଘ ୩ ବର୍ଷ ହେଲା ଏନଏସିକୁ ଏହି ବାଦଦକୁ ରେଣ୍ଟ ମଧ୍ୟ ପ୍ରଦାନ କରାଯାଇ ନାହିଁ । ଏନଏସି ପ୍ରଶାସନ ପକ୍ଷରୁ ବାରମ୍ବାର ଉକ୍ତ ପେଟ୍ରୋଲ ପମ୍ପକୁ ନୋଟିସ କରାଯାଇଥିଲା କିନ୍ତୁ ଏହାର କୈାଣସି ସଫୁଳ ମିଳିନଥିଲା । ଏନେଇ ଫେବ୍ରୁଆରୀ ୧୭, ୨୦୨୧ ରେ ଏନଏସି  ପକ୍ଷରୁ ପେଟ୍ରୋଲ ପମ୍ପର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟକୁ ମଧ୍ୟ ଏହି ବାବଦକୁ ଚିଠି ଲେଖାଯାଇଥିଲା ।

ତିନି ମାସ ମଧ୍ୟରେ ଏହାର ଉତର ରଖିବାକୁ ଚିଠିରେ ଉଲେଖ କରାଯାଇଥିଲା । କିନ୍ତୁ କୈାଣସି ଉତର ମିଳିନଥିଲା । ଏନେଇ ପୁଣି ଗୁରୁବାର ଏନଏସି ପକ୍ଷରୁ ନୋଟିସ କରାଯିବା ସହ ଶୁକ୍ରବାର ପେଟ୍ରୋଲ ପମ୍ପକୁ ପୋଲିସ ଉପସ୍ଥିତିରେ ସିଲ୍ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.