ପେଟ୍ରୋଲ ପମ୍ପ୍‌ କର୍ମଚାରୀ ଆକ୍ରମଣ, ୨ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍ ନେଇ ଚମ୍ପଟ ମାରିଲେ ମୁଖାପିନ୍ଧା ଦୁର୍ବୃତ୍ତ

Published By : Prameya-News7 Bureau | February 22, 2024 IST

ରାଉରକେଲା ୨୨।୨: ସୁନ୍ଦରଗଡ଼ ରାଜଗାଙ୍ଗପୁର ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲୁଟ୍ । ୨ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍ ନେଇ ଚମ୍ପଟ ମାରିଲେ ମୁଖାପିନ୍ଧା ଦୁର୍ବୃତ୍ତ । ଗୁରୁତର କର୍ମଚାରୀଙ୍କୁ ରାଉରକେଲା IGHରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ରାଜଗାଙ୍ଗପୁର ଜାମପାଲି ସ୍ଥିତ  HP ପେଟ୍ରୋଲ ପମ୍ପର କର୍ମଚାରୀ ଅନୀଲ କୁମାର ତିୱାରୀ ଏକ ମଟର ସାଇକେଲ ଯୋଗେ ୨ ଲକ୍ଷ ଟଙ୍କା ଜମା କରିବାକୁ ବ୍ୟାଙ୍କକୁ ଯାଉଥିଲେ । ସେହି ସମୟରେ ଜାମପାଲି ବାଇପାସ୍‌ରେ ଥିବା ଏମଆର ଉଦ୍ୟୋଗ ରାସ୍ତାରେ ବାଇକ୍ ରେ ତିନି ମୁଖା ପିନ୍ଧା  ଦୁର୍ବୃତ୍ତ  ଆସି  ଅଟକାଇବା ସହ ଚାଙ୍କୁ ଛୁର।ମାଡ କରି  ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଛନ୍ତି ।  ଆହତ କର୍ମଚାରୀଙ୍କୁ ପ୍ରଥମେ ରାଜଗାଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟାବସ୍ତା ଗୁରୁତର ହେବାରୁ ତାଙ୍କୁ ରାଉରକେଲା IGHରେ ଭର୍ତ୍ତି କରାଯାଇଛି । ଆକ୍ରମଣର ଶିକାର ହୋଇଥିବା ଅନୀଲ ତିୱାରୀଙ୍କ ଦୁଇ ହାତରେ ଛୁରାମାଡ ହୋଇଛି । ଖବର ପାଇ ଘଟଣାସ୍ଥଳରେ ରାଜଗାଙ୍ଗପୁର ପୋଲିସ ପହାଛି ଛ।ନଭିନ ଆରମ୍ଭ କରିଥିବା ବେଳେ ପ୍ରକୃତରେ ଲୁଟ ନା ଲୁଟ ପଛରେ ଅନ୍ୟ କାରଣ କିଛି ରହିଛି ସେହି ଦିଗକୁ ନେଇ ମଧ୍ୟ ପୋଲିସ ତଦନ୍ତ କରୁଛି ।

You Can Read :

wp:embed {"url":"https://www.prameyanews7.com/local-millers-are-not-getting-crops-in-bhadrak-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/local-millers-are-not-getting-crops-in-bhadrak-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.