ରବିବାର ପୁଣି ମହଙ୍ଗା ହେଲା ପେଟ୍ରୋଲ, ଜାଣନ୍ତୁ ମେଟ୍ରୋ ସିଟିରେ ଦର କେତେ

Published By : Prameya-News7 Bureau | August 16, 2020 IST

ନୂଆଦିଲ୍ଲୀ ୧୬।୮: ପ୍ରାୟ ୪୫ ଦିନ ଅର୍ଥାତ ଦେଢମାସ ପରେ ପୁଣି ଥରେ ପେଟ୍ରୋଲ ମୂଲ୍ୟ ବୃଦ୍ଧି କରିଛନ୍ତି ତୈଳ କମ୍ପାନୀ। ରାଜଧାନୀ ଦିଲ୍ଲୀରେ ପ୍ରତି ଲିଟର ପେଟ୍ରୋଲ ୧୪ ପଇସା ମହଙ୍ଗା ହୋଇଥିବା ବେଳେ ଲିଟର ପିଛା ୮୦ ଟଙ୍କା ୫୭ ପଇସା ଦରରେ ବିକ୍ରି ହେଉଛି। ପୂର୍ବରୁ ଏଠାରେ ପେଟ୍ରୋଲ ଲିଟର ଦର ୮୦ଟଙ୍କା ୪୩ ପଇସାରେ ବିକ୍ରି ହେଉଥିଲା।

{"id":315548,"sizeSlug":"large"}

ସେହି ଅନୁସାରେ ଦେଶର ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ପେଟ୍ରୋଲ ମୂଲ୍ୟ ବୃଦ୍ଧି ହୋଇଛି। ଏଥିରେ ମୁମ୍ବାଇରେ ପେଟ୍ରୋଲ ପ୍ରତି ଲିଟର ୮୭ ଟଙ୍କା ୩୧ ଦରରେ ବିକ୍ରି ହେଉଥିବା ବେଳେ ଚେନ୍ନାଇରେ ୮୩ଟଙ୍କା ୭୫ ପଇସା ଓ କୋଲକାତାରେ ୮୨ଟଙ୍କା ୧୭ ପଇସା ଦରରେ ବିକ୍ରି ହେଉଛି। ଗତ ଜୁନ ୨୯  ତାରିଖ ପରଠାରୁ ପେଟ୍ରୋଲ ଦର ବୃଦ୍ଧି ହୋଇନଥିଲା।

{"id":315550,"sizeSlug":"large"}

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବ୍ୟାରଲ ପିଛା ଦର ୪୩ ଡଲାରରେ ପହଞ୍ଚିବା ପରେ ଭାରତୀୟ ତୈଳ କମ୍ପାନୀ ଦର ସୁଧାର କରିଛନ୍ତି। ତେବେ ଗତ ୧୬ଦିନରେ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଏଣୁ ଡିଜେଲ ଯେଉଁ ଦରରେ ବିକ୍ରି ହେଉଥିଲା ଏବେବି ସେହି ଦରରେ ବିକ୍ରି ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.