ଲଗାତର ୧୬ ଦିନ ବଢିବା ପରେ ଆଜି କମିଛି ପୋଟ୍ରୋଲ – ଡିଜେଲ ଦର
30/05/2018 at 6:38 AM

ଲଗାତର ୧୬ ଦନ ବଢିବା ପରେ ଆଜି କମିଛି ପୋଟ୍ରୋଲ – ଡିଜେଲ ଦର । ପେଟ୍ରୋଲ ଲିଟର ଦାମ୍ ୬୯ ପଇସା୪ କମିଥିବା ବେଳେ ଡିଜେଲ କମିଛି ୫୬ ପଇସା । ଗତ ୧୪ ତାରିଖ ଠାରୁ ତେଲ ଦର ପ୍ରତିଦିନ ବଢୁଥିଲା । ୧୫ ଦିନରେ ପେଟ୍ରୋଲ ଲିଟର ୩ ଟଙ୍କା ୮ ପଇସା ଏବଂ ଡିଜେଲ ଦର ୩ ଟଙ୍କା ୩୮ ପଇସା ବଢିଥିଲା । ତେବେ ତାହା ପୂର୍ବରୁ କର୍ଣ୍ଣାଟକ ବିଧାନସଭା ଭୋଟ ଲାଗି ୧୯ ଦିନ ସ୍ଥିର ରହିଥିଲା ଡିଜେଲ- ପେଟ୍ରୋଲ ।ଏବେ ଆନ୍ତର୍ଜୀତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସ ପାଇଥିବାରୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତେୈଳ କମ୍ପାନୀ ମାନେ ତେଲ ଦର ହ୍ରାସ କରିଛନ୍ତି । ରୁଷ ଏବଂ ସାଉଦି ଆରବ ତୈଳ ରପ୍ତାନୀ ବଢାଇବାକୁ ରାଜି ହେବା ପରେ ଅଶୋଧିତ ତୈଳ ବ୍ୟାରେଲ ୭୫ ଡଲାରକୁ ଖସିଛି ।ତେଲ ଦର ହ୍ରାସ ପରେ ଭୁବନେଶ୍ବରରେ ପେଟ୍ରୋଲ ଲିଟର ୭୬ ଟଙ୍କା ୬୪ ପଇସା ଏବଂ ଡିଜେଲ ଲିଟରକୁ ୭୩ ଟଙ୍କା ୭୦ ପଇସା ହୋଇଛି ।ଦିଲ୍ଲୀରେ ପେଟ୍ରୋଲ ୭୭ ଟଙ୍କା ୮୮ ପିସା ଏବଂ ଡିଜେଲ ୬୮ ଟଙ୍କା ୭୫ ପଇସାକୁ ଖସିଛି । ତେବେ ମୁମ୍ବାଇରେ ପେଟ୍ରୋଲ ସର୍ବାଧିକ ୮୫ ଟଙ୍କା ୬୫ ପଇସା ଏବଂ ଡିଜେଲ ଦର ୭୩ ଟଙ୍କା ୨୦ ପଇସା ହୋଇଛି । ଭାଟ୍ ଯୋଗୁଁ ବିଭିନ୍ନ ରାଜ୍ୟରେ ତେଲ ଦର ଭିନ୍ନ ରହୁଛି । ଦିଲ୍ଲୀରେ ସବୁଠୁ କମ୍ ଭାଟ ଯୋଗୁଁ ଅନ୍ୟ ୩ ମହାନଗରୀ ଅପେକ୍ଷା ସେଠାରେ ତେଲ ଦର କମ୍ ରହୁଛି ।