oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ବେଲଗାମ ତୈଳ ଦର: ପେଟ୍ରୋଲ ୯୦ ଟଙ୍କା ପ୍ରତି ଲିଟର, ଡିଜେଲ୍‌ @ ୮୦ !

6/12/2020 at 5:22 PM

ନୂଆଦିଲ୍ଲୀ ୦୫/୧୨: ରବିବାର ପେଟ୍ରୋଲ୍‌ ଲିଟର ପ୍ରତି ୨୮ ପଇସା ବୃଦ୍ଧି ଘଟିଛି। ଡିଜେଲ୍‌ ଦାମ ୨୯ ପଇସା ପ୍ରତି ଲିଟର ମଧ୍ୟ ବଢ଼ିଛି। ଏହାସହ ଲଗାତର ପଞ୍ଚମ ଦିନରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦାମ ବୃଦ୍ଧି ପାଇଛି। ଅନ୍ତରାଷ୍ଟ୍ରୀୟ ସ୍ତରରେ ଅଶୋଧିତ ତୈଳର ଦାମ ବୃଦ୍ଧି ହୋଇଥିବାରୁ ଘରୋଇ ବଜାରରେ ତେଲ ଦର ବୃଦ୍ଧି ଘଟିଛି।

ପେଟ୍ରୋଲିୟମ ବିପଣନ କମ୍ପାନୀର ଅଧିସୂଚନା ଅନୁସାରେ, ତେଲ ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍‌ ପ୍ରତି ଲିଟର ୮୩.୧୩ ଟଙ୍କାରୁ ବଢ଼ି ୮୩.୪୧ ଟଙ୍କାରେ ପହଞ୍ଚିଛି। ଏହା ସହ ଡିଜେଲ ଦାମ ୭୩.୩୨ରୁ ବୃଦ୍ଧି ପାଇ ୭୩.୬୧ ଟଙ୍କାରେ ପହଞ୍ଚିଛି। ମୁମ୍ବାଇରେ ପ୍ରତି ଲିଟର ପେଟ୍ରୋଲ୍‌ ୯୦ ଟଙ୍କା ପ୍ରତି ଲିଟର ଓ ଡିଜେଲ୍‌ ୮୦ ଟଙ୍କା ପ୍ରତି ଲିଟର ହୋଇଯାଇଛି।

୨୦ ନଭେମ୍ବରରୁ ପେଟ୍ରୋଲିୟମ କମ୍ପାନୀଗୁଡ଼ିକ ତୈଳ ଦର ପୁଣି ସଂଶୋଧନ କରିଛନ୍ତି। ଏହା ପରେ ଲଗାତର ପଞ୍ଚମ ଦିନରେ ବି ତୈଳ ଦରରେ ବୃଦ୍ଧି ଘଟିଛି। ୨୦ ନଭେମ୍ବରରୁ ଇନ୍ଧନ ଦର ମୋଟ ୧୪ ଥର ବଢ଼ିଛି।ଏହା ପୂର୍ବରୁ ପ୍ରାୟ ୨ ମାସ ପର୍ଯ୍ୟନ୍ତ ତୈଳ ଦରରେ ସଂ​‌ଶୋଧନ କରାଯାଇନଥିଲା।

୧୭ ଦିନରେ ପେଟ୍ରୋଲ ଦାମ ୨.୩୫ ଟଙ୍କା ପ୍ରତି ଲିଟର ବୃଦ୍ଧି ପାଇଥିବା ବେଳେ ଡିଜେଲ୍‌ ୩.୧୫ ଟଙ୍କା ମହଙ୍ଗା ହୋଇଛି। ସେପଟେ ଅଶୋଧିକ ତୈଳର ଦାମ ବୃଦ୍ଧି ମୁଣ୍ଡବିନ୍ଧାର କାରଣ ପାଲଟିଛି। ୩୦ ଅକ୍ଟୋବରରେ ପ୍ରତି ବ୍ୟାରେଲ୍‌କୁ ୩୬.୯ ଡଲାର ଥିବା ବେଳେ ୪ ଡିସେମ୍ବରକୁ ୩୪ ପ୍ରତିଶତ ବଢ଼ି ୪୯.୫ ଡଲାର ପ୍ରତି ବ୍ୟାରେଲ୍‌ ହୋଇଥିଲା।

   Related Posts