କରୋନା ମହାମାରୀକୁ ଟପିଗଲା ମହଙ୍ଗା ମହାମାରୀ: ରାଜଧାନୀରେ ଶତକ ଛୁଇଁଲା ପେଟ୍ରୋଲ, ଜାଣନ୍ତୁ ଅନ୍ୟ ଜିଲ୍ଲାରେ କେତେ ରହିଛି ତେଲ ଦାମ୍

Published By : Prameya-News7 Bureau | July 02, 2021 IST

ଭୁବନେଶ୍ଵର ୦୨।୦୭:  କରୋନା ମହାମାରୀକୁ ଟପିଗଲାଣି ମହଙ୍ଗା ମହାମାରୀ । ପଇସା ପଇସା ହୋଇ ଏବେ ପର୍ସକୁ ପଂକଚର କଲାଣି ପେଟ୍ରୋଲ ପ୍ରେସର । ଗତକାଲି କଟକରେ ପେଟ୍ରୋଲ ସେଞ୍ଚୁରୀ ମାରିଥିବା ବେଳେ ଆଜି ରାଜଧାନୀ ଭୁବନେଶ୍ବରରେ ବି ଟ୍ରିପିଲ୍ ଡିଜିଟ୍ କ୍ରସ୍ କରିଛି । ପରିସ୍ଥିତି ଏମିତି ହେଲାଣି ଯେ ଲୋକେ ଏବେ ଦୁଆର ତଳକୁ ଗାଡ଼ି ଓହ୍ଲାଇବାକୁ ଭୟ କଲେଣି ।  ଏପଟେ ପେଟ୍ରୋଲକୁ ନେଇ ରାଜନୈତିକ ତାତିକୁ ବେଶ ବଢ଼ିଛି । ମାଲକାନଗିରିରୁ ଶହେ ମାଡ଼ିମାଡ଼ି ରାଜଧାନୀ ଛୁଇଁଲା। ରାଜଧାନୀ ଭୁବନେଶ୍ବରରେ ଆଜି ଶହେ ଧରିଲା ପେଟ୍ରୋଲ ଦର।  ଯେତେବେଳେ କି ରାଜ୍ୟର ଅନ୍ୟଭାଗରେ ପେଟ୍ରୋଲ ଦର ଅଛି ଶହେ ଉପରେ ମାଡ଼ିଚାଲିଛି।

ଅନୁଗୋଳ-୧୦୧ ଟଙ୍କା ୨୬ ପଇସା । ବଲାଙ୍ଗିର-୧୦୧ ଟଙ୍କା ୬୬ ପଇସା । ବରଗଡ଼-୧୦୦ ଟଙ୍କା ୮୮ ପଇସା । ବାରିପଦା ୧୦୦ ଟଙ୍କା ୪୭ ପଇସା । ବ୍ରହ୍ମପୁର ୧୦୧ ଟଙ୍କା ୨୯ ପଇସା । ଭଦ୍ରକ ୧୦୦ ଟଙ୍କା ୫୧ ପଇସା । ଭବାନୀପାଟଣା ୧୦୨ ଟଙ୍କା ୬୯ । ଗୋଟିଏ, ଦୁଇଟି ଜିଲ୍ଲାକୁ ବାଦ୍ ଦେଲେ ସାରା ଓଡ଼ିଶାରେ ଏବେ ପେଟ୍ରୋଲ ରେଟ୍ ୧୦୦ ପାର୍ ।  ରାଜ୍ୟରେ ପେଟ୍ରୋଲ ଶହେ ମାର୍କ ପ୍ରଥମେ ଧରିଥିଲା  ମାଲକାନଗିରିରେ।  ଏବେ ସେଠାରେ ଦର ୧୦୫ ଟପିଛି । ସେହିପରି ସିଲଭର୍ ସିଟି କଟକରେ ମଧ୍ୟ ଗତକାଲି ଠାରୁ ପେଟ୍ରୋଲ ପ୍ରାଇସ୍ ସେଞ୍ଚୁରୀ ଡେଇଁଛି । ଖାଲି ପେଟ୍ରୋଲ ନୁହେଁ, ଡିଜେଲ ମଧ୍ୟ ୯୭ ଟଙ୍କା ପାର୍ କରିଛି । ପ୍ରାଇସ ଦେଖି କଣ କହୁଛନ୍ତି ଗ୍ରାହକ ଶୁଣନ୍ତୁ।

{"id":474634,"sizeSlug":"large","linkDestination":"none"}

ସେପଟେ ପେଟ୍ରୋଲ ତାତିକୁ ନେଇ ରାଜନୈତିକ ମହଲରେ ମଧ୍ୟ ନିଆଁ ଲାଗିଛି । ମହାମାରୀ ସମୟରେ ତୈଳଦର ବୃଦ୍ଧି ଲୋକଙ୍କ ଅକଲ୍ ଗୁଡୁମ୍ କରିଛି । ତେଣୁ କଂଗ୍ରେସ ଦରବୃଦ୍ଧି ପ୍ରସଙ୍ଗରେ ୭ରୁ ୧୭ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ କରିବା ପାଇଁ  ଘୋଷଣା କରିଛି । ସେପଟେ ବିଜେପି ଓଡ଼ିଶା ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିବା ସହ ନେଉଥିବା ଭାଟ୍ ଛାଡ଼ କରିବାକୁ ଡିମାଣ୍ଡ କରିଛି । ବିଜେଡି ଜବାବରେ କେନ୍ଦ୍ର ପେଟ୍ରୋଲ ରେଟ୍ କମାଇବା ଆବଶ୍ୟକ ବୋଲି କହିଛି ।

ଦର ବଢ଼ିବା ନେଇ ନେତାଙ୍କ ପାଖରେ ସିରିଜ ଉତ୍ତର ରହିଛି। ହେଲେ ପେଟ୍ରୋଲରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କର ବସେଇଛନ୍ତି ତାହା ଏହି ଗଣିତ ସୂଚାଉଛି। ପେଟ୍ରୋଲ ଲିଟର ମୂଳ ଦର ୪୦ ଟଙ୍କା ୪୧ ପଇସା ଥିବା ବେଳେ କେନ୍ଦ୍ର ଏକ୍ସାଇଜ୍ ଡ୍ୟୁଟି ବାବଦକୁ ୩୨ ଟଙ୍କା ୯୦ ପଇସା ଆଦାୟ କରୁଛି । ସେହିପରି ରାଜ୍ୟ ୩୨ ପ୍ରତିଶତ ଭାଟ୍ ନେବା ସହ ଲିଟରରେ ୨୩ ଟଙ୍କା ୪୦ ପଇସା ନେଉଛି । ଡିଲର କମିଶନ ୩ ଟଙ୍କା ୩୦ ପଇସା ସହ ଭୁବନେଶ୍ବରରେ ପେଟ୍ରୋଲ ରେଟ୍ ୧୦୦ ଟଙ୍କା ୧ ପଇସାରେ ପହଞ୍ଚଛି । ଶହେ ତ କେବଳ ଗୋଟିଏ ମାର୍କ । ଏହା ଆଗକୁ ଆହୁରି ବଢ଼ିବା ସମ୍ଭାବନା ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.