ତେଲ କମ୍ପାନୀଙ୍କୁ ଲାଗିବ ଝଟକା, ମହଙ୍ଗା ହେବ ପେଟ୍ରୋଲ୍-ଡିଜେଲ୍, କ୍ରୁଏଡ୍ ଅଏଲ୍ ଉପରେ ବଢୁଛି ୱିଣ୍ଡଫଲ ଟ୍ୟାକ୍ସ…
4/02/2023 at 1:27 PM

ନୂଆଦିଲ୍ଲୀ ୦୪।୦୨; ଆଗକୁ ଗ୍ରାହକଙ୍କୁ ଲାଗିବ ଝଟକା । ମହଙ୍ଗା ହେବ ପେଟ୍ରୋଲ୍ ଡିଜେଲ୍ । କାରଣ ମହଙ୍ଗା ହେବାକୁ ଯାଉଛି ଅଶୋଧିତ ତୈଳ ଦର । ସରକାର କ୍ରୁଏଡ୍ ଅଏଲ୍ ଉପରେ ବଢାଇଛନ୍ତି ୱିଣ୍ଡଫଲ ଟ୍ୟାକ୍ସ । ଅଶୋଧିତ ତୈଳ ଦର ଉପରେ ୱିଣ୍ଡଫଲ ଟ୍ୟାକ୍ସ ଟନ ପିଛା ୧୯୦୦ରୁ ୫୦୫୦ ଟଙ୍କାକୁ ବୃଦ୍ଧି କରାଯାଇଛି ।
ଏହା ବ୍ୟତୀତ ଆଭିଏସନ ଟର୍ବାଇନ ଇନ୍ଧନ (ATF) ଉପରେ ପବନ ଟ୍ୟାକ୍ସ ଲିଟର ପିଛା ୩.୫ ରୁ ୬ ଟଙ୍କାକୁ ବୃଦ୍ଧି ପାଇଛି । ସରକାର ଡିଜେଲ୍ ଉପର ଅତିରିକ୍ତ ରପ୍ତାନି ଶୁଳ୍କ ବୃଦ୍ଧି କରିଛନ୍ତ । ଲିଟର ପିଛା ଡିଜେଲ୍ ୫ ଟଙ୍କାରୁ ୭.୫୦ ଟଙ୍କାଙ୍କୁ ବୃଦ୍ଧି ପାଇଛି । କିନ୍ତୁ ପେଟ୍ରୋଲ ଦରରେ କୌଣସି ପରିବର୍ତ୍ତନ ହୋଇନାହଁ । ତେବେ ଏହି ନୂଆ ଦର ଫେବୃୟାରୀ ୪ରୁ ଅର୍ଥାତ୍ ଆଜିଠାରୁ ଲାଗୁ ହୋଇଛି ।
ଅନ୍ୟପଟେ ସରକାର ନୂତନ ଆର୍ଥିକ ବର୍ଷରେ ୱିଣ୍ଡଫଲ ଟ୍ୟାକ୍ସରୁ ୨୫ ହଜାର କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି । ରିପୋର୍ଟ ଅନୁଯାୟୀ, ଭାରତ ହେଉଛି ବିଶ୍ୱର ସର୍ବବୃହତ ତୈଳ ଆମଦାନୀକାରୀ ଦେଶ । ଋଷ-ୟୁକ୍ରେନ୍ ଯୁଦ୍ଧ ବେଳେ ଆନ୍ତର୍ଜାତୀୟ ସ୍ତରରେ ଋଷର ଯୋଗାଣ ପ୍ରଭାବିତ ହୋଇଥିଲା । ଏହାପରେ ଗତବର୍ଷ ଠାରୁ ରୁଷରୁ ଅଶୋଧିତ ତୈଳ କମ୍ ମୂଲ୍ୟରେ କିଣୁଛି ଭାରତ । ସେବେଠାରୁ ସରକାର ୱିଣ୍ଡଫଲ ଟ୍ୟାକ୍ସ ଲାଗୁ କରିବା ମଧ୍ୟ ଆରମ୍ଭ କରିଛନ୍ତି ।