ବ୍ୟାରେଲ୍ ପିଛା ୧୨୨ ଡଲାର ଟପିଲା ଅଶୋଧିତ ତୈଳ ଦର : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ-ଡିଜେଲ ଦାମ୍

Published By : Prameya-News7 Bureau | June 14, 2022 IST

ନୂଆଦିଲ୍ଲୀ ୧୪/୦୬: ବିଶ୍ୱ ବଜାରରେ ବଢୁଛି ଅଶୋଧିତ ତୈଳ ଦର । ବିଶ୍ୱ ବଜାରରେ ଅଶୋଦ୍ଧିତ ତୈଳ ଦର ବ୍ୟାରେଲ ପିଛା ୧୨୨ ଡଲାର ଉପରକୁ ଚାଲିଯାଇଛି । ଏହାମଧ୍ୟରେ ମଙ୍ଗଳବାର ବିଭିନ୍ନ ତୈଳ କମ୍ପାନୀ ପେଟ୍ରୋଲ-ଡିଜେଲର ଖୁଚୁରା ଦର ଜାରି କରିଛନ୍ତି ।

ବିଶ୍ୱବଜାରରେ ତୈଳ ଦର ବୃଦ୍ଧି ସତ୍ତ୍ୱେ ଘରୋଇ ବଜାରରେ ଦାମ୍ ଅପରିବର୍ତ୍ତିତ ରହିଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬.୭୨ ଟଙ୍କାରେ ବିକ୍ରି ହେଉଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୧୦୯.୨୭ ଟଙ୍କା, ଚେନ୍ନାଇରେ ୧୦୨.୬୩ ଓ କୋଲକାତାରେ ୧୦୬.୦୩ ଟଙ୍କା ରହିଛି । ସେହିପରି ଦିଲ୍ଲୀରେ ଡିଜେଲର ଦର ୮୯.୬୨, ମୁମ୍ବାଇରେ ୯୫.୮୪, ଚେନ୍ନାଇରେ ୯୪.୨୪ ଓ କୋଲକାତାରେ ୯୨.୭୬ ଟଙ୍କା ରହିଛି ।

ସୂଚନାଯୋଗ୍ୟ, ପ୍ରତିଦିନ ସକାଳ ୬ଟାରେ ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି ହୋଇଥାଏ । ପେଟ୍ରୋଲ ଓ ଡିଜେଲ ଦାମରେ ଏକସାଇଜ୍ ଡ୍ୟୁଟି, ଡିଲର କମିଶନ, ଭାଟ୍ ଓ ଅନ୍ୟ ସବୁ ଟ୍ୟାକ୍ସ ମିଶିଥାଏ । ଏ ସବୁ ମିଶିଲା ପରେ ହିଁ ଖୁଚୁରା ଦର ସ୍ଥିର ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.