ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ପେଟ୍ରୋଲ ଢ଼ାଳି ଜାଳିଦେବା ଘଟଣା, ହତ୍ୟାକାରୀ ବାପ-ପୁଅ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ୍‌

3/10/2022 at 10:48 PM

କେନ୍ଦୁଝର ସଦର, ୩/୧୦: କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଳାଶପଙ୍ଗା ହୁଣ୍ଡୁଳା ଗ୍ରାମରେ ଗତ ଶନିବାର ସନ୍ଧ୍ୟାରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ତ । ସାମାନ୍ୟ ବଚସାରୁ ଗ୍ରାମର ଗୁରୁଚରଣ ମହାନ୍ତଙ୍କ ପୁଅ ପ୍ରଣବ କୁମାର ମହାନ୍ତ (୨୫) ଙ୍କୁ ନିଜ ଘରେ ପେଟ୍ରୋଲ ଢ଼ାଳି ନିଆଁ ଲଗେଇଥିଲେ ଅଭିଯୁକ୍ତ । ହେଲେ ସେ ଦରପୋଡ଼ା ଅବସ୍ଥାରେ ବାହାରକୁ ପଳାଇ ଆସିଥିବା ବେଳେ ତଙ୍କୁ ପିଟି ପିଟି ହତ୍ୟା କରିଥିଲେ । ପ୍ରଣବଙ୍କ ପରିବାର ଅଭିଯୋଗ କ୍ରମେ ପୋଲିସ୍‌ ମାମଲା ରୁଜୁ କରିଛି ।

ପୋଲିସ୍‌ରେ ହୋଇଥିବା ଅଭିଯୋଗ ଅନୁସାରେ ଗାଁ ଛକରେ ଥିବା ଶକ୍ତି ଦାସଙ୍କ ଦୋକାନକୁ ଯାଇଥିଲେ । କୌଣସି କଥାକୁ ନେଇ ସେଠାରେ ତାଙ୍କର ବଚସା ହୋଇଥିଲା । ପ୍ରଣବ ଏକ ଅସ୍ତ୍ର ସାହାଯ୍ୟରେ ଶକ୍ତିର ହାତକୁ ଆକ୍ରମଣ କରିଥିଲା । ରାଗରେ ଥିବା ଶକ୍ତି ଏବଂ ତାର ବାପା ରାତି ୧୦ ଟାରେ ପ୍ରଣବ ଘରକୁ ଯାଇଥିଲେ । ସେତେବେଳେ ପ୍ରଣବ କାବାଟ କିଳି ଶୋଇପଡ଼ିଥିବା ଦେଖି ତାକୁ ଝରକା ପଟେ ଏକ ବତା ସାହାଯ୍ୟରେ ଖେଞ୍ଚି ଉଠାଇଥିଲେ । ସେମାନଙ୍କୁ ଦେଖି ପ୍ରଣବ ଖଟ ତଳକୁ ପଶିଯାଇଥିଲେ । ହେଲେ ଏତିକିରେ ଥମି ନଥିଲେ ଶକ୍ତି ଏବଂ ତା ବାପା । ଦୁହେଁ ଶୁଖିଲା ଲଙ୍କା ଆଣି ଘର ଭିତରକୁ ଧୂଆଁ ଦେଇଥିଲେ । ପରେ ପେଟ୍ରୋଲ୍‌ ଢ଼ାଳି ନିଆଁ ଲଗାଇ ଦେଇଥିଲେ ।

ଏଥିରେ ଦରପୋଡ଼ା ହୋଇ ପ୍ରଣବ ଘର ବାହାରକୁ ପଳାଇ ଆସିଥିଲେ । ହେଲେ ଶକ୍ତି ଏବଂ ତା ବାପା ପ୍ରଣବକୁ ପିଟିପିଟି ମାରିଦେଇଥିବା ପୋଲିସ୍‌ ଥାନାରେ ଅଭିଯୋଗ ହୋଇଛି । ତେବେ ପୋଲିସ୍‌ ଅବିଯୁକ୍ତ । ହତ୍ୟାକାରୀ ବାପା ଭୁବନ ଦାସ (୪୮) ଏବଂ ପୁଅ ଶକ୍ତି ଦାସ (୨୪)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

   Related Posts