ଆଜି ପୁଣି ଶସ୍ତା ହେଲା ପେଟ୍ରୋଲ, ଜାଣନ୍ତୁ ସାରା ଦେଶରେ କମିଲା କେତେ ?
2/08/2019 at 4:09 PM

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶର ପ୍ରମୁଖ ମହାନଗରମାନଙ୍କରେ ଶୁକ୍ରବାର ପେଟ୍ରୋଲ ଦର ପୁଣି ହ୍ରାସ ପାଇଛି। ଫଳରେ ପେଟ୍ରୋଲ ଶସ୍ତା ହୋଇଥିବା ବେଳେ ଡିଜେଲ ମୂଲ୍ୟ ଯଥାବତ ରହିଛି। ତୈଳ କମ୍ପାନୀମାନଙ୍କର ମୂଲ୍ୟ ସଂଶୋଧନ ପରେ ରାଜଧାନୀ ଦିଲ୍ଲୀରେ ପ୍ରତି ଲିଟର ପେଟ୍ରୋଲ ପିଛା ମୂଲ୍ୟରେ ୧୧ ପଇସା ହ୍ରାସ ହୋଇଛି। ସେହି ଅନୁସାରେ ଆସନ୍ତୁ ଜାଣିବା ଦେଶର ଅନ୍ୟ ସହରମାନଙ୍କରେ କେତେ ରହିଛି ପେଟ୍ରୋଲଦର ।

୧୧ ପଇସା ହ୍ରାସ ସହ ରାଜଧାନୀ ଦିଲ୍ଲୀରେ ପ୍ରତି ଲିଟର ପେଟ୍ରୋଲ ଏବେ ୭୨ଟଙ୍କା ୬୯ ପଇସାରେ ବିକ୍ରି ହେଉଛି। ତେବେ ଦିଲ୍ଲୀ ନିକଟସ୍ଥ ସହର ନୋୟଡରେ ପ୍ରତି ଲିଟର ପେଟ୍ରୋଲ ୭୨ଟଙ୍କା ୯ ପଇସାରେ ବିକ୍ରି ହେଉଥିବା ବେଳେ ଡିଜେଲ ୬୫ଟଙ୍କା ୧୩ ପଇସାରେ ବିକ୍ରି ହେଉଛି । ଯାହା ରାଜଧାନୀଠାରୁ ମଧ୍ୟ ବେଶ ଶସ୍ତା ରହିଛି। ସେହିପରି ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଶୁକ୍ରବାର ଲିଟର ପିଛା ଦରରେ ୭ ପଇସା ହ୍ରାସ ସହ ୭୫ଟଙ୍କା ୩୭ ପଇସା ଦର ରହିଥିବା ବେଳେ ମୁମ୍ବାଇରେ ଲିଟର ପିଛା ହ୍ରାସ ସହ ପ୍ରତି ଲିଟର ପେଟ୍ରୋଲ ୭୮ଟଙ୍କା ୩୪ ପଇସାରେ ବିକ୍ରି ହେଉଛି।

ଏହି ସମୟରେ ଦିଲ୍ଲୀରେ ଡିଜେଲ ପ୍ରତି ଲିଟର ୬୬ଟଙ୍କାରେ ବିକ୍ରି ହେଉଥିବା ବେଳେ କୋଲକାତାରେ ୬୯ଟଙ୍କା ୧୭ ଓ ମୁମ୍ବାଇରେ ୬୯ଟଙ୍କା ୭୧ ପଇସା ଦରରେ ବିକ୍ରି ହେଉଛି। ଚେନ୍ନାଇରେ ପେଟ୍ରୋଲ ୮ ପଇସା ଶସ୍ତା ହୋଇଥିବା ବେଳେ ପ୍ରତିଲିଟର ଦର ୭୫ଟଙ୍କା ୫୨ ପଇସାରେ ବିକ୍ରି ହେଉଛି। ସେହିପରି ଡିଜେଲ ପୁରୁଣା ଦର ୬୯ଟଙ୍କା ୭୧ପଇସାରେ ବିକ୍ରି ହେଉଛି।