ଏତିକି ଟଙ୍କା ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ, ଅନ୍ତରାଷ୍ଟ୍ରୀୟ ବଜାରରେ ହ୍ରାସ ପାଇଲା ଅଶୋଧିତ ତୈଳ ଦର

Published By : Prameya-News7 Bureau | March 07, 2020 IST

ନୂଆଦିଲ୍ଲୀ ୦୭|୦୩:  ଅନ୍ତରାଷ୍ଟ୍ରୀୟ ତୈଳ ବଜାରରେ ଗତ ଶୁକ୍ରବାର ଦିନ ଅଶୋଧିତ ତୈଳ ଦରର ମୁଲ୍ୟ ୧୦ ପ୍ରତିଶତ ହ୍ରାସ ହାଇଛି। ଓପିଇସି ଦେଶ ଦ୍ୱାରା ଉତ୍ପାଦନର ପରିମାଣ କମ ନକରିବା ପାଇଁ ନିଷ୍ପତ୍ତି ନିଆଯିବା ପରେ ଏହି ହ୍ରାସ ପରିଲକ୍ଷିତ ହୋଇଥିଲା। ଏହାକୁ ନଜରରେ ରଖି ଭାରତରେ ତୈଳ ଦର ୪ ଟଙ୍କା ଯାଏଁ ଶସ୍ତା ହେବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ତେବେ ଚଳିତ ବର୍ଷ ପେଟ୍ରୋଲ ଓ ଡିଜେଲ ୪ଟଙ୍କା ଶସ୍ତା ହୋଇସାରିଛି। ଅନ୍ତରାଷ୍ଟ୍ରୀୟ ବଜାରରେ ତୈଳ ଦର କମ ହେବାରୁ ଏପରି ହୋଇଛି।

{"id":234420,"width":744,"height":495,"sizeSlug":"large"}

ବ୍ରେଣ୍ଟ୍ କ୍ରୁଡ୍ ଓ ଅଶୋଧିତ ତୈଳ ଦାମ ହ୍ରାସ ପାଇଛି। ଉଭୟ ତୈଳରେ କ୍ରମଶଃ ୧୦.୭ ପ୍ରତିଶତ ଓ ୯.୪ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି। ଓପେକ ଓ ଏହାର ସହଯୋଗୀ ଦେଶ ମଧ୍ୟରେ ହୋଇଥିବା ବୈଠକ ପରେ ତୈଳ ଉତ୍ପାଦନ ହ୍ରାସ ହେବା ନେଇ କୌଣସି ନିଷ୍ପତ୍ତି ନିଆଯାଇନଥିଲା।

ବଜାରରେ ଅଶୋଧିତ ତୈଳଦର ହ୍ରାସ ପାଇବା ପରେ ଏହାର ସିଧା ଲାଭ ଘରୋଇ ବଜାରକୁ ମିଳିବ। ୨୦୨୦ରେ ପେଟ୍ରୋଲ ଦାମ ଲିଟର ପିଛା ୪ ଟଙ୍କା ଶସ୍ତା ହୋଇସାରିଛି। ଡିଜେଲ ଦାମ ମଧ୍ୟ ୪.୧୫ ପଇସା ଶସ୍ତା ହୋଇଛି। ଯଦି ଡଲାର ତୁଳନାରେ ଟଙ୍କା ଆହୁରି ମଜବୁତ ହୁଏ ତେବେ ତୈଳ ଦର ୩ରୁ ୪ ଟଙ୍କା ହ୍ରାସ ପାଇବ ବୋଲି ବିଶେଷଜ୍ଞ ଅଜୟ କୋଡିଆ କହିଛନ୍ତି।

{"id":234421,"width":749,"height":430,"sizeSlug":"large"}

ସୂଚନାଯୋଗ୍ୟ, ଏବେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୪୫.୨୭ ଡଲାର ରହିଛି। ଯାହା ୨୦୧୭  ଜୁନ ପରେ ସବୁଠାରୁ ନ୍ୟୁନତମ ସ୍ତରରେ ପହଁଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.