କମିଲା ପଟ୍ରୋଲ ଓ ଡିଜେଲ ଦର, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ହ୍ରାସ ଯୋଗୁଁ ଲଗାତର କମୁଛି ଦର
11/02/2020 at 4:22 PM

ନୂଆଦିଲ୍ଲୀ ୧୧।୦୨: ଗତ କିଛି ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ ପାଇଛି । ମଙ୍ଗଳବାର ଦିନ ପେଟ୍ରୋଲ ୧୬ ପଇସା ଏବଂ ଡିଜେଲ ୨୦ ପଇସା ହ୍ରାସ ପାଇଛି । ବିଦେଶୀ ମୁଦ୍ର ଦର ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମୁଥିବାରୁ ପେଟ୍ରୋଲ ଓ ଡିଜେଲ ଦାମ କମୁଛି । ଅନ୍ତର୍ଜାତୀୟ ବଜାରକୁ ନଜର ରଖାଯାଇ ଭାରତରେ ତୈଳ ଦର ବୃଦ୍ଧି କରାଯାଇଥାଏ ସରକାରୀ ତେଲ କମ୍ପାନି ମୂଲ୍ୟର ସମୀକ୍ଷା ପରେ ପ୍ରତିଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସ୍ଥିର କରିଥାଏ।
ଦିଲ୍ଲୀରେ ଏବେ ୧ ଲିଟର ପେଟ୍ରୋଲର ମୂଲ୍ୟ ୭୧.୯୪ ଟଙ୍କା ରହିଛି। ସେହିପରି ୧ ଲିଟର ଡିଜେଲ ପ୍ରତି ଲିଟର ପିଛା ୬୪.୮୭ ଟଙ୍କାରେ ବିକ୍ରି କରାଯାଉଛି। କୋଲକତାରେ ୧ ଲିଟର ପେଟ୍ରୋଲର ମୂଲ୍ୟ ୭୪.୫୮ ଟଙ୍କା ରହିଛି। ସେହିପରି ୧ ଲିଟର ଡିଜେଲ ୬୭.୧୯ ଟଙ୍କା ପ୍ରତି ଲିଟର ରହିଛି। ମୁମ୍ବାଇରେ ୧ ଲିଟର ପେଟ୍ରୋଲର ମୂଲ୍ୟ ୭୭.୭୬ ଟଙ୍କା ରହିଛି। ସେହିପରି ୧ ଲିଟର ଡିଜେଲ ୬୭.୯୮ ଟଙ୍କା ପ୍ରତି ଲିଟର ରହିଛି। ଚେନ୍ନାଇରେ ୧ ଲିଟର ପେଟ୍ରୋଲର ମୂଲ୍ୟ ୭୪.୯୦ ଟଙ୍କା ରହିଛି। ସେହିପରି ୧ ଲିଟର ଡିଜେଲ ୬୮.୫୦ ଟଙ୍କା ପ୍ରତି ଲିଟର ରହିଛି।