ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ମହାରାଷ୍ଟ୍ରରେ ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ, ମୂଲ୍ୟ ହ୍ରାସ କଲେ ସିନ୍ଦେ ସରକାର, ଜାଣନ୍ତୁ କେତେ ହେବ ହ୍ରାସ

14/07/2022 at 2:16 PM

ମୁମ୍ବାଇ ୧୪।୭: ଗତ ଦେଢ ମାସରୁ ଅଧିକ କାଳ ହେଲା  ସାରା ଦେଶ ଓ ମହାରାଷ୍ଟ୍ରରେ ପେଟ୍ରୋଲ ଓ ଡିଜେଲ ଦରରେ ନା ବୃଦ୍ଧି ହୋଇଥିଲା ନା ହ୍ରାସ। ଏଥିରେ ମହାରାଷ୍ଟ୍ରର ସିନ୍ଦେ ସରକାର ଗୁରୁବାର ବଡ ନିଷ୍ପତ୍ତି ନେଇଥିବା ବେଳେ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ  ପେଟ୍ରୋଲ ଲିଟର ପିଛା ୫ଟଙ୍କା ଓ ଡିଜେଲ ଉପରେ ୩ ଟଙ୍କା ଭାଟ ହ୍ରାସ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିରେ ସାଧାରଣ ଲୋକଙ୍କ ପକେଟକୁ ବେସ ସୁହାଇବ ବୋଲି ଏବେ କୁହାଯାଉଛି।

ତେବେ ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ ହ୍ରାସ ଲାଗି ସରକାରଙ୍କ ଉପରେ ୬ ହଜାର କୋଟି ଟଙ୍କାର ଅତିରିକ୍ତ ବୋଝ ବଢିବ। ଗୁରୁବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଭାଟ ହ୍ରାସ କରିଛନ୍ତି। ମହାରାଷ୍ଟ୍ରରେ ଏବେ ପେଟ୍ରୋଲ ଲିଟର ପିଛା ୧୧୧ଟଙ୍କା ୩୫ ପଇସା ଦରରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୯୭ ଚଙ୍କା ୨୮ ପଇସାରେ ବିକ୍ରି ହେଉଛି। ଏଥିରେ ସିନ୍ଦେ ସରକାର ଭାଟ ହ୍ରାସ କରିବା ପରେ ପେଟ୍ରୋଲ ଲିଟର ପିଛା ୧୦୬ଟଙ୍କା ୩୫ ପଇସା ଓ ଡିଜେଲ ୯୪ଟଙ୍କା ୨୮ ପଇସାରେ ବିକ୍ରି ହେବ।

ଉଲ୍ଲେଖ ଯୋଗ୍ୟ ଯେ ଏହା ପୂର୍ବରୁ ମହାରାଷ୍ଟ୍ର ସରକାର ଗତ ମେ ମାସରେ ପେଟ୍ରୋଲ ଲିଟର ପିଛା୨ଟଙ୍କା ୮ ପଇସା ଓ ଡିଜେଲ ୧ଟଙ୍କା ୪୪ ପଇସା ଭାଟ ହ୍ରାସ କରିଥିଲେ। ଉଲ୍ଲେଖ ଯୋଗ୍ୟ ଯେ ମହାରାଷ୍ଟ୍ରର ରାଜସ୍ୱ ଆୟରେ ଭାଟର ଯୋଗଦାନ ଉଲ୍ଲେଖନୀୟ। ରାଜ୍ୟ ରାଜକୋଷକୁ ଭାଟରୁ ଅଧିକ ଆୟ ମିଳିଥାଏ। ରାଜ୍ୟ ସରକାର ୨୦୨୧-୨୨ରେ ଭାଟ ବାବଦେ ୩୪,୦୦୨ ଟଙ୍କା ରାଜସ୍ୱ ଆସୁଲ କରିଛନ୍ତି।  

   Related Posts