ଟିକ୍‌ଟକ୍‌କୁ ବ୍ୟାନ କରିବା ପାଇଁ ବମ୍ବେ ହାଇକୋର୍ଟରେ ମାମଲା ଦାୟର କଲେ ମହିଳା

Published By : Prameya-News7 Bureau | November 19, 2019 IST

ମୁମ୍ବଇ ୧୯।୧୧ - ଟିକ୍‌ଟକ୍‌କୁ ବ୍ୟାନ କରିବା ପାଇଁ ବମ୍ବେ ହାଇକୋର୍ଟରେ ହୀନା ଦେରଭେଶ ନାମକ ଜଣେ ମହିଳା ମାମଲା ଦାୟର କରିଛନ୍ତି । ଏହା ଯୁବପୀଢିଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଉଥିବା ସେ ଅବିଯୋଗ କରିଛନ୍ତି । ଏହି ଏବେ ଏକ ପ୍ରକାରର ଆଡିକସନ୍‌ ବା ନିଶା ହୋଇଯାଇଛି । ଅନେକ ଯୁବପୀଢି ଏହା ପଛରେ ପାଗଳ ପରି ପଡିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି .

ଏହି ଭିଡିଓ ସେୟାରିଂ ପ୍ଲାଟଫର୍ମ ଯୋଗୁଁ କେତେଜଣଙ୍କର ମୃତ୍ୟୁ ହୋଇଛି ସେ ବିଷୟରେ ତଥ୍ୟ ଦାବି କରିଛନ୍ତି । ଏହି ଯୋଗୁଁ ବିଭିନ୍ନ ଧର୍ମ ମଧ୍ୟରେ ଘୃଣା ଭାବ ସୃଷ୍ଟି କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି ।
ଏପ୍ରିଲ ୨୦୧୯ ରେ ମାଡ୍ରାସ ହାଇକୋର୍ଟ ଟିକ୍ଟକ୍‌କୁ ନିଷିଦ୍ଧ ବା ବ୍ୟାନ କରିଥିଲେ । ପରେ ଏପ୍ରିଲ ୨୪ରେ ଏହାକୁ କେତକ ସର୍ତ୍ତରେ ଉଠାଇ ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.