ଅଭିନେତ୍ରୀ ରୋଜାଲିନ୍‌ଙ୍କୁ କ୍ୟାନସର, ଫଟୋ ସହ ସେୟାର କଲେ ଇମୋସ୍‌ନାଲ ପୋଷ୍ଟ

Published By : Prameya-News7 Bureau | November 12, 2022 IST

ମୁମ୍ଵାଇ ୧୨।୧୧: ମଡେଲ ଏବଂ ଅଭିନେତ୍ରୀ ରୋଜାଲିନ୍ ଖାନ । ସୋସିଆଲ ମିଡିଆରେ ତାଙ୍କ ଫଟୋ ଏବାଂ ଭିଡିଓ ଖୁବ୍‌ ଭାଇରାଲ୍‌ ହୁଏ। ରୋଜାଲିନଙ୍କ ନାମ ୨୦୧୫ରୁ ବହୁତ ଚର୍ଚ୍ଚିତ ହୋଇଥିଲା । ଯେତେବେଳେ ସେ PETA ପାଇଁ ଏକ ଫଟୋସୁଟ୍ କରିଥିଲେ। ସେ ଅନେକ ଟିଭି ବିଜ୍ଞାପନରେ ମଧ୍ୟ ଅଭିନୟ କରିଛନ୍ତି। କେବଳ ଏତିକି ନୁହେଁ ସେ ଭାରତୀୟ ଆଡଲ୍ଟ ୱେବ୍ ସିରିଜ୍ ସବିତା ଭବୀ ପାଇଁ ମଧ୍ୟ କାମ କରିଛନ୍ତି। ନିକଟରେ ସେ ଖରାପ ଖବର ଶୁଣାଇଛନ୍ତି । ଯାହାକୁ ଶୁଣି ଫ୍ୟାନ୍ସ ଦୁଃଖ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଅଭିନେତ୍ରୀ କ୍ୟାନସର ସହ ଲଢୁଛନ୍ତି। ଏନେଇ ନିଜେ ପୋଷ୍ଟ ସେୟାର କରି ଜଣାଇଛନ୍ତି।

{"width":803,"height":358}

ରୋଜାଲିନ୍‌ ସୋସିଆଲ୍‌ ମିଡିଆରେ ନିଜର ଯନ୍ତ୍ରଣାଦାୟକ ଅସୁବିଧାକୁ ସେୟାର କରି ଲେଖିଛନ୍ତି କର୍କଟ… ବହୁତ କଷ୍ଟଦାୟକ ଅସୁବିଧା ଥିବା ଲୋକଙ୍କ ଜୀବନ ସହଜ ନୁହେଁ। ମୁଁ ଏହାକୁ କେଉଁଠି ପଢିଥିଲି। ଭଗବାନ ଅନେକ ସମୟରେ ସାହସୀ ଲୋକଙ୍କୁ ଏପରି ବିପଜ୍ଜନକ ଯୁଦ୍ଧ ସହ ଲଢିବାକୁ ଦିଅନ୍ତି। ଏହା ମଧ୍ୟ ମୋ ଜୀବନର ଏକ ଅଧ୍ୟାୟ । ତଥାପି ମୁଁ ବିଶ୍ୱାସ ଏବଂ ଭରସାକୁ ଆଶା ରଖିଛି। ମୁଁ ବହୁତ କୃତଜ୍ଞ ଯେ ଲୋକମାନେ ମୋ ପାଇଁ ପ୍ରାର୍ଥନା କରୁଛନ୍ତି। ଯାହା ଘଟିବ ଭଲ ପାଇଁ ଘଟେ ଏବଂ ସେହି ଭଲ ମୁଁ ଅଟେ ।

ମୁଁ ମୋ ବେକ ଏବଂ ପିଠିରେ ଅନେକ ଥର ଯନ୍ତ୍ରଣା ଅନୁଭବ କରିଥିଲି।  ଭାବିଲି ଜିମ୍ନାଷ୍ଟିକ୍ କାରଣରୁ ଏହି ଯନ୍ତ୍ରଣା ହେଉଛି ।ପରେ ଜାଣିଲେ ସେ କର୍କଟ ରୋଗ ସହ ଲଢୁଛନ୍ତି। ଏହି ବିପଜ୍ଜନକ ରୋଗ ବିଷୟରେ ସୂଚନା ଦେବା ସହିତ ସେ ତାଙ୍କ ଡାକ୍ତରଖାନାରୁ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଗତ ୭ ମାସରୁ କର୍କଟ ରୋଗ ସହ ସଂଘର୍ଷ କରୁଛନ୍ତି। ରୋଜଲିନ୍ ଖାନଙ୍କ ଏହି ପୋଷ୍ଟକୁ ପଢିବା ପରେ କରିସ୍ମା ଶର୍ମା ଠାରୁ KRK ଖାନ ପର୍ଯ୍ୟନ୍ତ ସମସ୍ତେ ପ୍ରତିକ୍ରିୟା କରିଛନ୍ତି। ସମସ୍ତେ ତାଙ୍କୁ ସାହସ ଦେଇଥିଲେ ଏବଂ ଲେଖିଛନ୍ତି ଯେ ତୁମେ ଶୀଘ୍ର ଭଲ ହୋଇଯିବ । ଏଥିସହିତ ପ୍ରଶଂସକମାନେ ତାଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.