ଲିଫ୍ଟରେ ଛୋଟ ପିଲାକୁ କାମୁଡ଼ିଦେଲା ମହିଳାଙ୍କ ପୋଷା କୁକୁର, ଯନ୍ତ୍ରଣାରେ ଛଟପଟ ପିଲାଙ୍କୁ ଆହା ପଦେ କହିଲେନି ମହିଳା

Published By : Prameya-News7 Bureau | September 06, 2022 IST

ଗାଜିଆବାଦ ୦୬/୦୯: ଲିଫ୍ଟରେ କୁନି ପିଲାକୁ କାମୁଡିଲା କୁକୁର । ଜଣେ ମହିଳାଙ୍କ ପୋଷା କୁକୁରଟି ଛୋଟ ଛୁଆକୁ ଏମିତି କାମୁପଡିଲା ଯେ, ସେ ଯନ୍ତ୍ରଣାରେ ଛଟପଟ ପାଇଥିଲା । ହେଲେ ଲିଫ୍ଟରେ କୁକୁର ନେଇ ଯାଉଥିବା ମହିଳା ଜଣଙ୍କୁ ପିଲାଟିକୁ ଆହା ପଦେ କହିବା ବଦଳରେ ଆଡ ଆଖିରେ ଚାହିଁନଥିଲେ । ଗାଜିଆବାଦର ରାଜନଗର ଚାର୍ମସ୍ ଦୁର୍ଗ ସୋସାଇଟିରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓକୁ ନେଇ ସବୁଠି ଚର୍ଚ୍ଚା ।

ଜଣେ ମହିଳାଙ୍କ ଗୃହପାଳିତ ପଶୁଟି ପିଲାଟିକୁ ଲିଫ୍ଟରେ କାମୁଡ଼ି ଦେଇଥିଲା । ପିଲାଟି ମହିଳାଙ୍କ ସାମ୍ନାରେ ଯନ୍ତ୍ରଣାରେ ଛଟପଟ ହେଉଥିଲା, କିନ୍ତୁ ମହିଳା ଜଣକ ଶିଶୁର ଅବସ୍ଥା ବିଷୟରେ ମଧ୍ୟ ପଚାରି ନଥିଲେ। ପୋଲିସ ବର୍ତ୍ତମାନ ଏହି ମାମଲାରେ ଏକ ଅଭିଯୋଗ ପଞ୍ଜିକରଣ କରିଛି । ସୂଚନାନୁସାରେ, ଚାର୍ମ୍ସ ଦୁର୍ଗ ସୋସାଇଟିର ଜଣେ ୯ ବର୍ଷର ଶିଶୁ ସୋମବାର ସନ୍ଧ୍ୟାରେ ଟ୍ୟୁସନରୁ ଘରକୁ ଫେରୁଥିଲା ।

wp:html /wp:html

ଏହି ସମୟରେ ଜଣେ ମହିଳା ନିଜ ପୋଷା କୁକୁର ସହିତ ଲିଫ୍ଟରେ ପ୍ରବେଶ କରିଥିଲେ । ଲିଫ୍ଟର ସିସିଟିଭି ଦର୍ଶାଉଛି ଯେ କୁକୁରଟି ଗୋଡକୁ କାମୁଡିଦେଲା । ଏହା ପରେ ପିଲାଟି ଯନ୍ତ୍ରଣାରେ ଛଟପଟ ହେଉଥାଏ କିନ୍ତୁ ମହିଳାଙ୍କ ହୃଦୟ ତରଳି ନଥିଲା । ଘଟଣାକୁ ନେଇ ପୋଲିସ ମାମଲା ରୁଜୁ କରିଛି । ଆଶ୍ଚର୍ଯ୍ୟଜନକ କଥା ହେଲା ମହିଳାଙ୍କୁ ପିଲାଟି ରିଛି କହିଥିଲେ ।

ହେଲେ ମହିଳା ଜଣଙ୍କ କିଛି ନକହି ଚୁପଚାପ୍ ଲିଫ୍ଟରୁ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇଥିଲେ। ଶିଶୁର ପିତାଙ୍କ ଅଭିଯୋଗ ଉପରେ ପୋଲିସ ଶିଶୁର ଡାକ୍ତରୀ ପରୀକ୍ଷା କରାଯିବ ସହ ଏଫଆଇଆର ଦାଖଲ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.