ସଙ୍କଟାପନ୍ନ ସ୍ଥିତିରେ ମୁଶାରଫ, ପରିଜନ କହିଲେ- ସୁସ୍ଥ ହେବା ସମ୍ଭବ ନୁହେଁ

Published By : Prameya-News7 Bureau | June 10, 2022 IST

ନୂଆଦିଲ୍ଲୀ: ଜୀବନ ଏବଂ ମରଣ ସହ ସଂଘର୍ଷ କରୁଛନ୍ତି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ପରିବାର ପକ୍ଷରୁ ଏ ନେଇ ବାର୍ତ୍ତା ଜାରି କରାଯାଇ କୁହାଯାଇଛି ଯେ, ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ନାହିଁ। ମୁଶାରଫଙ୍କ ପ୍ରତି ପ୍ରାର୍ଥନା କରନ୍ତୁ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ମୁଶାରଫ ସୁସ୍ଥ ହେବା ଆଉ ସମ୍ଭବ ନୁହେଁ। ଏହି ବାର୍ତ୍ତାକୁ ମୁଶାରଫଙ୍କ ଟୁଇଟର ହ୍ୟାଣ୍ଡେଲରେ ସେୟାର କରାଯାଇଛି।

ଏହା ପୂର୍ବରୁ ଶୁକ୍ରବାର ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତିଙ୍କ ମୃତ୍ୟୁକୁ ନେଇ ଗୁଜବ ପ୍ରଚାରିତ  ହୋଇଥିଲା। ବହୁ ସଂଖ୍ୟାରେ ଲୋକେ ଜେନେରାଲ ମୁଶାରଫଙ୍କୁ ମୃତ ଦର୍ଶାଇ ସାମାଜିକ ଗଣମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେବା ଆରମ୍ଭ କରି ଦେଇଥିଲେ। ଏହାର ଆରମ୍ଭ କିଛି ପାକିସ୍ତାନୀ ମିଡିଆର ଟୁଇଟର ହ୍ୟାଣ୍ଡେଲରୁ ହୋଇଥିଲା। କିନ୍ତୁ ପରେ ଏହି ଟୁଇଟ୍‌କୁ ହଟାଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ମୁଶାରଫଙ୍କ ପରିବାର ପକ୍ଷରୁ ବୟାନ ଜାରି କରାଯାଇଥିଲା।

wp:html /wp:html

ସୂଚନାଯୋଗ୍ୟ, ୭୮ ବର୍ଷୀୟ ମୁଶାରଫଙ୍କୁ ୨୦୧୯ ଡିସେମ୍ବରରେ ପାକିସ୍ତାନର ଏକ  ଅଦାଲତ ଦେଶଦ୍ରୋହ ମାମଲାରେ ମୃତ୍ୟୁଦଣ୍ଡାଦେଶ ଶୁଣାଇଥିଲେ। ୨୦୦୭ ନଭେମ୍ବରରେ ଜରୁରୀକାଳୀନ ସ୍ଥିତି ଲାଗୁ କରିବା ମାମଲାରେ ପାକିସ୍ତାନର ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ପରଭେଜ ମୁଶାରଫଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ଏହି କେସ୍ ୨୦୧୩ ପର୍ଯ୍ୟନ୍ତ ପଡି ରହିଥିଲା। ୨୦୨୦ ଜାନୁଆରୀରେ ଲାହୋର ହାଇକୋର୍ଟ ମୁଶାରଫଙ୍କ ଜରୁରୀକାଳୀନ ନିଷ୍ପତ୍ତିକୁ ଅସାମ୍ବିଧାନିକ ଦର୍ଶାଇ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.