UAEରେ ଚିକିତ୍ସାଧୀନ ଫରଭେଜ ମୁଶର୍ରଫଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଏୟାର ଆମ୍ବୁଲାନ୍ସରେ ଆସିବେ ପାକିସ୍ତାନ

Published By : Prameya-News7 Bureau | June 14, 2022 IST

ଇସ୍ଲାମାବାଦ ୧୪।୬: ପାକିସ୍ତାନର ପୂର୍ବତନ ସେନା ଏକଛତ୍ରବାଦୀ ଜେନରାଲ ପରଭେଜ ମୁଶର୍ରଫ ଏବେ ୟୁନାଇଟେଡ ଆରବ ଏମିରେଟସ (ୟୁଏଇ) ହସ୍ପିଟଲାରେ ରହି ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ବେଳେ ସୁସ୍ଥ ହେବାର କୌଣସି ସମ୍ଭାବନି ଦେଖଯାଉନି। ଏଣୁ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ପାକିସ୍ତାନ ଫେରାଇ ଅଣାଯିବ ବୋଲି ଜଣାପଡିଛି। ଏଥି ଲାଗି ପାକିସ୍ତାନ ସେନା ପକ୍ଷରୁ ପ୍ରସ୍ତୁତି କରାଯାଉଥିବା ଜଣାପଡିଛି।

ଜେନେରାଲ ପରଭେଜ ମୁଶର୍ରଫ ୧୯୯୯ରୁ ୨୦୦୮ ମସିହା ପର୍ଯ୍ୟନ୍ତ ପାକିସ୍ତାନ ରାଷ୍ଟ୍ରପତି ଅବସ୍ଥାପିତ ଥିଲେ। ୭୮ ବର୍ଷ ବୟସ୍କ ମୁଶର୍ରଫଙ୍କ ବିରୋଧରେ ଦେଶରେ ଉଚ୍ଚ ରାଜଦ୍ରୋହ ଅଭିଯୋଗ ଥିବା ବେଳେ ସମ୍ବିଧାନକୁ ନିଲମ୍ବିତ କରିଥିବାରୁ ତାଙ୍କୁ ୨୦୧୯ ମସିହାରେ ମୃତ୍ୟୁଦଣ୍ଡାଦେଶ କରାଯାଇଥିଲା। ତେବେ ପରେ ତାଙ୍କ ଦଣ୍ଡ ନିଲମ୍ବିତ ହୋଇଥିଲା। ଏଥିରେ ଗୁରୁତର ଅସୁସ୍ଥ ମୁଶର୍ରଫଙ୍କୁ ସ୍ୱଦେଶ ଆଣିବା ପାଇଁ ଯଦି ପରିବାର ଚାହିଁବେ ସେନା ସହାୟତା କରିବ ବୋଲି କହିଛି।

{"id":642135,"width":840,"height":698,"sizeSlug":"full","linkDestination":"none"}

ସେନା ମୁଶର୍ରଫଙ୍କ ପରିବାର ସହ ସମ୍ପର୍କରେ ଥିବା ବେଳେ ତାଙ୍କର ଗୃହ ପ୍ରତ୍ୟାବର୍ତ୍ତନ ଓ ଏଠାରେ ଚିକିତ୍ସା ଲାଗି ସବୁ ପ୍ରକାର ସହଯୋଗ ଲାଗି ପ୍ରସ୍ତୁତ ଥିବା କହିଛି। ରିପୋର୍ଟ ଅନୁସାରେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ପାକିସ୍ତାନ ଆଣିବା ଲାଗି ପ୍ରସ୍ତୁତି କରାଯାଉଥିବା ଜଣାପଡିଛି। ମୁଶର୍ରଫଙ୍କୁ ପାକିସ୍ତାନ ଆଣିବା ଲାଗି ସବୁ ବ୍ୟବସ୍ଥା ତାଙ୍କ ପରିବାର ସମ୍ମତି ଓ ଡାକ୍ତରଙ୍କ ପରାମର୍ଶ ଅନୁସାରେ କରାଯାଉଛି।  ପାକିସ୍ତାନ ସେନା ତାର ପୂର୍ବ ମୁଖ୍ୟଙ୍କ ସମର୍ଥନକୁ ଆସିଛି। ତାଙ୍କ ପରିବାର ସୂତ୍ର ଅନୁସାରେ ପୂର୍ବତନ ଜେନେରାଲ ହସ୍ପିଟାଲରେ ଅଛନ୍ତି ଓ ତାଙ୍କ ରିକଭରିର କୌଣସି ସମ୍ଭାବନା ନାହିଁ।

ମୁଶର୍ରଫ ଦୁର୍ଲଭ ଏମାଇଲୟଡୋସିସ୍ ବେମାରୀରେ ଆକ୍ରାନ୍ତ ହୋଇଛନ୍ତି। ଏହି ରୋଗରେ ଆକ୍ରାନ୍ତ ହୋଇଥିବା ସେ ୨୦୧୮ ମସିହାରେ ୟୁଏଇରେ ଜାଣିବାକୁ ପାଇଥିଲେ। ମୁଶର୍ରଫ ୨୦୧୬ ମସିହାରେ ଚିକିତ୍ସା ପାଇଁ ୟୁଏଇ ଯାଇଥିଲେ ଓ ସେବେଠାରୁ ଦେଶକୁ ଫେରି ନାହାନ୍ତି। ତାଙ୍କୁ ବେନଜିର ଭୁଟ୍ଟୋ ହତ୍ୟା ଓ ଲାଲମସଜିଦ୍ ମୌଲବୀ ହତ୍ୟା ମାମଲାରେ ଦେଶରେ ପଳାତକ ଘୋଷଣା କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.